ବରକୁ କରୋନା, ତଥାପି ଅଟକିଲାନି ବାହାଘର

ଭୋପାଳ: ବିବାହକୁ ନେଇ ପୁଅ ଝିଅ ଓ ପରିବାର ଲୋକେ କେତେ ଯେ ସ୍ୱପ୍ନ ଦେଖନ୍ତି, ତାହାର ତାଲିକା କରିବା ମୁସ୍କିଲ । କିନ୍ତୁ ବିବାହର ଉତ୍କଣ୍ଠା ଭିତରେ ବାଡ ପରି ଛିଡା ହୋଇଛି କରୋନା ଭୂତାଣୁା କରୋନା ସଂକ୍ରମଣର ଭୟ ଓ କଠୋର ଗାଇଡଲାଇନ୍ ଯୋଗୁଁ ଏବେ ବିବାହ ଉତ୍ସବ ସତେ ଯେପରି ଫିକା ପଡିଯାଇଛି । କିନ୍ତୁ ଏପରି କିଛି ନିଆରା ଓ ନିରାଡମ୍ବର ବିବାହ ଯାହା ସବୁ ଦିନ ପାଇଁ ସସ୍ମୃତି ହୋଇରହିଯିବା ସେମିତି ଏକ ନିଆରା ବିବାହ ଭୋପାଳରେ ଅନୁଷ୍ଠିତ ହୋଇଛିା ବର କରୋନାରେ ଆକ୍ରାନ୍ତ ହୋଇଥିଲେବି ସେ ତାଙ୍କର ଜୀବନସାଥୀକୁ ହିଁ ଧାଯ୍ୟ ହୋଇଥିବା ଦିନରେ ହିଁ ବିବାହ କରିଛନ୍ତିା ପିପିଇ କିଟ୍ ପିନ୍ଧି ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ବିବାହ କାଯ୍ୟ ଅନୁଷ୍ଠିତ ହୋଇଛିା

ସୂଚନା ଅନୁସାରେ ମଧ୍ୟପ୍ରଦେଶର ରତଲାମ୍ ସହରରେ ଗତ ସୋମବାର ଏକ ବିବାହ ପାଇଁ ସବୁ କିଛି ସ୍ଥିର ହୋଇସାରିଥିଲ।। ବିବାହକୁ କିପରି ସୁରୁଖୁରୁରେ କରାଯିବ, ସେନେଇ ବର ଓ କନ୍ୟା ପକ୍ଷ ତରଫରୁ ସବୁ ପ୍ରକାର ପ୍ରସ୍ତୁତ କରାଯାଇସାରିଥିଲ।। କିନ୍ତୁ ଠିକ୍ ଏତିକି ଆସିଲା ଚିନ୍ତାଜନକ ଖବରା ବରକୁ କରୋନା କେମିତି ହେବ ବାହାଘରା ତେବେ ବିଶେଷ କରି ଏ ଖବରକୁ ନେଇ କନ୍ୟାପକ୍ଷ ଚିନ୍ତିତ ହୋଇପଡିଥିଲୋ ଝିଅ ବିବାହକୁ ନେଇ ପରିବାର ଲୋକେ ଓ ସମ୍ପର୍କୀୟ ଚିନ୍ତା କରୁଥିବା ବେଳେ ଉପାୟ ବତାଇଥିଲେ ନିଜେ ବାହା ହେବାକୁ ଯାଉଥିବା କନ୍ୟା । ଆଉ ତାଙ୍କ କଥାଟି କୌଣସି ସାହାସୀ ଝିଅ ଠାରୁ ବି କମ୍‌ ନଥିଲ।। ପିପିଇ କିଟ୍‌ ଓ କୋଭିଡ୍‌ ଗାଇଡ୍ ଲାଇନ୍ ମାନି ବିବାହ କରିବୋ

କିନ୍ତୁ ଏହି ବିବାହକୁ ବନ୍ଦ କରିବାକୁ ସ୍ଥାନୀୟ ଅଧିକାରୀ ଯାଇଥିବା ବେଳେ ପରିବାର ଲୋକଙ୍କ ଅନୁରୋଧ କ୍ରମେ ଜିଲ୍ଲାଧିକାରୀ ପ୍ରୋଟୋକଲ୍ ଅନୁସାରେ ବିବାହ ହୋଇପାରିବ ବୋଲି ନିର୍ଦ୍ଦେଶ ଦେଇଥିଲୋ ବିବାହ ସମୟରେ ବ୍ୟାଣ୍ଡ୍ ପାର୍ଟି କିମ୍ବା ପ୍ରୋସେସନ୍ ହୋଇନଥିଲ।। ନା ବର ପିନ୍ଧିଥିଲେ ସେରୱାନି, ନା କନ୍ୟା ପିନ୍ଧିଥିଲା ଲେହେଙ୍ଗ।। ଉଭୟ ପିପିଇ କିଟ୍ ପିନ୍ଧି ବାହା ହୋଇଥିଲୋ ଖୁବ୍‌ କମ୍ ସଂଖ୍ୟକ ଲୋକ ସେଠାରେ ଉପସ୍ଥିତ ଥିଲୋ

ମ୍ୟାରେଜ୍‌ ‌କୁ ନେଇ ରତଲାମ୍‌ ତହସିଲଦାର ନବୀନ ଗର୍ଗ କହିଛନ୍ତି ଯେ, ଗତ ଏପ୍ରିଲ ୧୯ରେ ବରଙ୍କୁ କୋଭିଡ୍‌ ପଜିଟିଭ୍ ହୋଇଥିବାର ଜାଣିବାକୁ ପାଇଥିଲୁା ଆମେ ବାହାଘରକୁ ବନ୍ଦ କରିବା ପାଇଁ ଆସିଥିଲୁା କିନ୍ତୁ ପରିବାର ଲୋକଙ୍କ ଅନୁରୋଧ ପରେ ବରିଷ୍ଠ ଅଧିକାରୀ ହସ୍ତକ୍ଷେପ କରିଥିଲୋ କୋଭିଡ୍‌ ପ୍ରୋଟୋକଲ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲ।। ବିବାହ ସମୟରେ ନବ ଦମ୍ପତ ପିପିଇ କିଟ୍‌ ପିନ୍ଧିଥିଲେ, ଯାହାଦ୍ୱାରା ଅନ୍ୟଜଣକୁ ସଂକ୍ରମଣ କରିବ ନାହିଁ ବୋଲି ସେ କହିଛନ୍ତିା ମଧ୍ୟପ୍ରଦେଶରେ କୋଭିଡ ସ୍ଥିତି ସଂଗୀନ ରହିଛିା ଦୈନିକ ପଜିଟିଭ୍ କେସ୍ ୧୩ ହଜାର ଉପରେ ରହୁଛିା ଏହାସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ମୁହାଁ ହୋଇଛିା

You might also like