ଶାଶୂଙ୍କୁ କାନ୍ଧ ଦେଇ ଶ୍ମଶାନକୁ ନେଲେ ୪ ବୋହୂ

ମୁମ୍ବାଇ: ଶାଶୂ ବୋହୂର ସମ୍ପର୍କ କଥା ଶୁଣିଲେ ଲାଗେ ଜଣଙ୍କର ଚେଙ୍ଗ ରାଶୀ ତ ଅନ୍ୟ ଜଣଙ୍କର ବେଙ୍ଗ ରାଶୀ। ଏମିତି ଖୁବ୍‌ କମ ଶାଶୂବୋହୂ ଥିବେ ଯେଉଁମାନେ ପରସ୍ପରକୁ ବୁଝୁଥିବେ। ଏମିତି ଅନେକ ଫିଲ୍ମ କାହାଣୀ ରହିଛି ଯେଉଁଥିରେ ଶାଶୂବୋହୂଙ୍କୁ ପରସ୍ପରର ଶତ୍ରୁ ଭାବେ ଦର୍ଶାଯାଏ। ଯଦିଓ ଏସବୁ ପ୍ରତ୍ୟେକ ଘରର କହାଣୀ ନୁହେଁ। କିନ୍ତୁ ସାଧାରଣ ଜୀବନରେ ମଧ୍ୟ କେଉଁଠି ଶାଶୁ ଅବହେଳା ହେଉଛି ତ କେଉଁଠି ବୋହୂ ନିର୍ଯ୍ୟାତନା ପାଉଥିବାର ଖବର ମିଳେ। ଶାଶୁ ବୋହୂର ସମ୍ପର୍କ ନେଇ ଲୋକମାନଙ୍କର ଏକ ନକରାତ୍ମକ ମାନସିକତା ବୃଦ୍ଧି ପାଉଥିବା ବେଳେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଲୋକମାନଙ୍କ ଚିନ୍ତାଧାରାକୁ ଏକ ଭିନ୍ନ ଗତି ଦେଇଛି। ମହାରାଷ୍ଟ୍ରର ୪ ଜଣ ବୋହୂଶାଶୂଙ୍କ ମୃତ ଶରୀରରକୁ କାନ୍ଧରେ ଶ୍ମାଶାନ ଯାଏ ନେବା ସହ ତାଙ୍କର ଶେଷ ସଂସ୍କାର କରିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି।

ମହାରାଷ୍ଟ୍ର ବିଡ୍‌ର ଏ ଦୃଶ୍ୟ ଦେଖି ଆଖପାଖ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ୪ ଜଣ ବୋହୂଙ୍କ ନାଁ ହେଇଛି ଉଷା ରାଧାକିଷନ୍‌ ନାଇକୱାଡେ, ମନୀଶା ଜଲିନ୍ଦର ନାଇକୱାଡେ, ଲତା ନବନାଥ ନାଇକୱାଡେ ଏବଂ ମୀନା ମହିନ୍ଦ୍ରା ନାଇକୱାଡେ। ଏହି ୪ ଜଣ ତାଙ୍କ ୮୩ ବର୍ଷୀୟ ଶାଶୂଙ୍କ ପରଲୋକ ପରେ ତାଙ୍କୁ କାନ୍ଧରେ ନେବା ପାଇଁ ମନସ୍ଥ କରିଥିଲେ।

ମାଆଙ୍କ ମୃତ୍ୟୁ ପରେ ଯେତେବେଳେ ତାଙ୍କ ୪ ଜଣ ପୁଅ ତାଙ୍କ ମାଆଙ୍କ ଶବ ନେବାକୁ ବାହାରିଲେ ବୋହୂମାନେ ସେମାନଙ୍କୁ ଅଟକାଇ ଶାଶୂଙ୍କ ଶବକୁ ନିଜେ ନେବେ ବୋଲି କହିଥିଲେ। ପୁଅମାନେ ମଧ୍ୟ ସେମାନଙ୍କୁ ଏହି କାମ କରିବାକୁ ବିରୋଧ କରିନଥିଲେ। ଆଖ ପାଖର ଲୋକମାନେ ବୋହୂମାନଙ୍କର ଏମିତି କାମ ଦେଖି ସେମାନଙ୍କୁ ଢେର୍‌ ପ୍ରଶଂସା କରିଥିଲେ।

ଆହୁରି ପଢ଼ନ୍ତୁ

୨୦୧୯ରେ ୨୦୫୦ ଥର ଅସ୍ତ୍ରବିରତୀ ଉଲ୍ଲଙ୍ଘନ କଲାଣି ପାକିସ୍ତାନ; ଗଲାଣି ୨୧ ଜୀବନ

ପାକିସ୍ତାନ ବିରୋଧରେ ମିଛ ପ୍ରଚାର କରୁଛନ୍ତି ଭାରତ ସରକାର; ଶରଦ ପାୱାର୍

ଆନ୍ଧ୍ର ଡଙ୍ଗାବୁଡ଼ିରେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଲା; ଆହୁରି ବଢ଼ିପାରେ

ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ହାରିବ: ଇମ୍ରାନ ଖାନ୍

ଚଳନ୍ତା ଗାଡ଼ିରେ ଏମିତି ଟାୟାର ବଦଳାଇଲେ ଯୁବକ, ଭିଡିଓ ଭାଇରାଲ

ପୂଜା ପୂର୍ବରୁ ଅର୍ଥମନ୍ତ୍ରୀଙ୍କ ଭେଟି

ଓସାମା ବିନ୍ ଲାଡେନ୍‌ ପୁଅ ହମଜା ବିନ୍ ଲାଡେନ ନିହତ

ନୂଆ ଅସ୍ତ୍ରଶସ୍ତ୍ର ଓ ଉପକରଣ ଲାଗି ୪୦ ହଜାର କୋଟି ଦାବି କଲା ବାୟୁସେନା

ସନ୍ଧାନୀ କୁକୁର ‘ଡଚ୍‌’କୁ ଭାରତୀୟ ସେନାର ଶ୍ରଦ୍ଧାଞ୍ଜଳି

ତୈଳ କମ୍ପାନୀ ଉପରେ ଡ୍ରୋନ୍‌ ଆକ୍ରମଣ

ଏମିତି ବି ଆସେ ମୃତ୍ୟୁ: ନାଗିନ୍‌ ଡ୍ୟାନ୍ସ କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ଭାରତରେ ହେବ ଶପିଂ ଫେଷ୍ଟିଭାଲ

You might also like