‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ୱାଶିଂଟନ: ଆମେରିକାରେ ନଭେମ୍ବର ୩ ତାରିଖରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏଥିପାଇଁ ରାଜନୀତି ବେଶ୍‌ ସରଗରମ ହୋଇଛି। ରାଷ୍ଟପତି ନିର୍ବାଚନ ପାଇଁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ (Joe Biden) ଙ୍କୁ ସମର୍ଥନରେ ୧୪ ଭାରତୀୟ ଭାଷାରେ ଡିଜିଟାଲ ଗ୍ରାଫିକ୍ସ ଜାରି କରାଯାଇଛି। ଉନ୍ନତମାନର ଟେକନିକ୍‌ ସାହାଯ୍ୟରେ ଦକ୍ଷିଣ ଏସିଆ ଆମେରିକୀୟଙ୍କ ମନ ଜିଣିବା ପାଇଁ ଏହି ଗ୍ରାଫିକ୍ସ ପ୍ରସ୍ତୁତ କରାଯାଇଛି।

ଦକ୍ଷିଣ ଏସିଆ ଆମେରିକୀୟଙ୍କୁ ଏକଥା ସେ ବୁଝାଇବାକୁ ଚାହିଁଛନ୍ତି ଯେ, ଯେପରି ବି ହେଉ ପଞ୍ଜୀକରଣ କରାଇବେ ଏବଂ ନିର୍ବାଚନ ଲାଗି ସାଇନ ଅପ କରିବେ। ଏଥିସହିତ ବାଇଡେନ ଏବଂ କମଳା ହାରିସଙ୍କୁ ଭୋଟ ଦେବେ।
ହିନ୍ଦୀରେ ନିର୍ବାଚନୀ ନାରା ଦିଆଯାଇଛି ‘ଚଲେ ଚଲୋ ବାଇଡେନଙ୍କୁ ଭୋଟ ଦିଅ’। ଏହି ସଙ୍ଗୀତର ଭିଡିଓ ଏହି ସମୁଦାୟ ମଧ୍ୟରେ ବହୁତ ଲୋକପ୍ରିୟ ହୋଇଛି। ଏହି ଗ୍ରାଫିକ୍ସରେ ଥିବା ଜାଗୋ ଆମେରିକା, ଜାଗୋ, ଭୁଲ୍‌ ନ ଜାନା.. ବାଇଡେନ, ହେରିସ କୋ ଭୋଟ ଦେନା’ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି।

ଜଣେ ଦଳୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଲୋକେ ସଙ୍ଗୀତ, ଭୋଜନ, ଭାଷା ଏବଂ ସଂସ୍କୃତି ମାଧ୍ୟମରେ ନିଜ ନିଜ ସହ ଯୋଡି ହୋଇଛନ୍ତି। ଯାହା ବି ହେଉ, ଭାରତୀୟ ଆମେରିକୀୟ ସମୁଦାୟ ବିଡେନଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଦେଖିବାକୁ ବେଶ ଉତ୍ସାହ ଦେଖାଉଛନ୍ତି। କମଳା ଭାରତୀୟ ମୂଳ ପ୍ରଥମ ଉପାଧ୍ୟକ୍ଷ ହେବେ।

You might also like