ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗର ସଦସ୍ୟ ହେବା ପାଇଁ ଆଉ କେତେ ଦିନ ଅପେକ୍ଷା କରିବ ଭାରତ ?

ନୂଆଦିଲ୍ଲୀ: ମିଳିତ ଜାତିସଂଘର ଜେନେରାଲ୍ ଆସେମ୍‌ଲିକୁ ସମ୍ବୋଧନ କରି ଜାତିସଂଘକୁ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କେତେ ଦିନ ପର୍ଯ୍ୟନ୍ତ ଭାରତ ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗରୁ ବଞ୍ଚିତ ରଖାଯିବ ବୋଲି ପ୍ରଶ୍ନ କରିଛନ୍ତି ମୋଦି।

ଜାତିସଂଘର ପୁନର୍ଗଠନ ପାଇଁ ଯେଉଁ ପ୍ରୋସେସ୍ ପୂରା ହେବା ନେଇ ଭାରତର ଲୋକ ବହୁତ ଅପେକ୍ଷାରେ ଅଛନ୍ତି। କେବେ ଏହି ପ୍ରକ୍ରିୟା ଆଇନଗତ ଭାବରେ ସମାପ୍ତ ହେବ କେବେ ପର୍ଯ୍ୟନ୍ତ ଭାରତ ଜାତିସଂଘର ନିଷ୍ପତ୍ତି ଗ୍ରହଣ ବର୍ଗରୁ ଅଲଗା ରଖାଯିବ ସେ ନେଇ ଚିନ୍ତିତ ଥିବା ମୋଦି କହିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ହେଉଛି ଭାରତ। ବିଶ୍ୱର ୧୮ ପ୍ରତିଶତ ଜନସଂଖ୍ୟା ଭାରତରେ ରହିଛି। ଅନେକ ଭାଷାଭାଷୀ ଓ ସଂସ୍କୃତିର ଲୋକ ଅଛନ୍ତି ବୋଲି ମୋଦି କହିଛନ୍ତି। ଜାତିସଂଘର ଗ୍ଲୋବାଲ ବଡି ଭିଜନ ଭାରତର ବସୁଧୈବ କୁଟୁମ୍ଭକମ୍ ଆଦର୍ଶଠାରୁ ଅଲଗା ନୁହେଁ ବୋଲି ମୋଦି କହିଛନ୍ତି।

ତା ଛଡ଼ା ବିଶ୍ୱକୁ ଭାରତର ଅବଦାନ ସମ୍ପର୍କରେ ମତ ରଖିବା ବେଳେ ଯୋଗଦିବସ କଥା କହିଥିଲେ ମୋଦି। ତା ସହିତ ସୋଲାର ଆଲିଆନ୍ସ ପଡ଼ୋଶୀ ପ୍ରଥମ ନୀତି କଥା କହିଛନ୍ତି। ସମ୍ବୋଧନ କରି ମୋଦି କହିଛନ୍ତି ୭୫ ବର୍ଷ ମଧ୍ୟରେ ଜାତିସଂଘ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛି। କହିବାକୁ ଗଲେ ୩ୟ ବିଶ୍ୱଯୁଦ୍ଧ ହୋଇନି, କିନ୍ତୁ ଅନେକ ଯୁଦ୍ଧ ହୋଇଯାଇଛି। ଅନେକ ନିରୀହ ଲୋକଙ୍କର ଏମିତି ଯୁଦ୍ଧରେ ପ୍ରାଣ ଯାଇଛି। କରୋନା ମହାମାରୀ ବେଳେ ଜାତିସଂଘର ଭୂମିକା କୁଆଡ଼େ ଗଲା ? ଜାତିସଂଘ ଉପରେ ଭାରତବାସୀଙ୍କ ବିଶ୍ୱାସ ବହୁ କମ ଦେଶରେ ମିଳିବ। ଭାରତକୁ କେତେଦିନ ଯାଏ ନିଷ୍ପତ୍ତି ଗ୍ରହଣ ବର୍ଗରୁ ବଞ୍ଚିତ ରଖାଯିବ ବୋଲି ମୋଦି ପ୍ରଶ୍ନ କରିଛନ୍ତି।

ଯେବେ ଆମେ ମଜଭୁତ ଥିଲୁ କେବେ ପୃଥିବୀକୁ କଷ୍ଟ ଦେଇନୁ। ଯେବେ ବିବଶ ଥିଲୁ, ପୃଥିବୀ ଉପରେ ବୋଝ ହୋଇନୁ ବୋଲି ମୋଦି କରିବା ସହିତ ଏଭଳି ଦେଶକୁ ଆଉ କେତେ ଦିନ ଅପେକ୍ଷା କରିବାକୁ ପଡ଼ିବ ବୋଲି ମୋଦି ପ୍ରଶ୍ନ କରିଛନ୍ତି। ଆମେ ପୂରା ବିଶ୍ୱକୁ ଏକ ପରିବାର ମାନୁ, ଏହା ଆମର ସଂସ୍କୃତି ବୋଲି ମୋଦି କହିଛନ୍ତି।

ୟୁଏନ୍‌ଜିଓର ୭୫ ବର୍ଷ ପୂର୍ତ୍ତି ଅବସରରେ  ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ସବୁବେଳେ ବିଶ୍ୱ କଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛି। ବିଶ୍ୱରେ ଶାନ୍ତି ସ୍ଥାପନ ପାଇଁ ଭାରତ ସବୁଠାରୁ ଅଧିକ ଯବାନଙ୍କୁ ହରାଇଛି। ଭାରତ ନିଜ ସ୍ୱାର୍ଥ ନୁହେଁ, ସବୁବେଳେ ମାନବଜାତିର ସ୍ୱାର୍ଥ ଚାହିଁଛି। ଭାରତ ଯେବେ ବନ୍ଧୁତ୍ୱର ହାତ ବଢ଼ାଏ, କାହା ଖିଲାପରେ ଯାଏନି ବୋଲି ଜତିସଂଘରେ ଡିବେଟ୍‌ରେ କହିଛନ୍ତି ପ୍ରଧାନମନ୍ତ୍ରୀ।

ଏଥିସହିତ କରୋନା ସମୟରେ ସାରା ବିଶ୍ୱକୁ ଭାରତର ସହଯୋଗ କଥା ମନେ ପକାଇ ମୋଦି କହିଛନ୍ତି, ମହାମାରୀ ଭଳି କଠିନ ସମୟରେ ଭାରତ ୧୫୦ ଦେଶକୁ ଔଷଧ ଯୋଗାଇଛି। ଭାରତର ଭ୍ୟାକସିନ ଉତ୍ପାଦନ କ୍ଷମତା ମାନବ ଜାତିର କଲ୍ୟାଣରେ ଲାଗିବ। ସମସ୍ତଙ୍କୁ ଭ୍ୟାକସିନ ଯୋଗାଣରେ ଭାରତ ସବୁ ଦେଶକୁ ସହଯୋଗ କରିବ। ଆମର ମାର୍ଗ ଜନ କଲ୍ୟାଣରୁ ଜଗତ କଲ୍ୟାଣ ଯାଏ ପରିବ୍ୟାପ୍ତ। ମହାମାରୀ ପରବର୍ତ୍ତୀ ଅବସ୍ଥାରେ ଆମେ ଆତ୍ମନିର୍ଭର ଦିଗରେ ଅଗ୍ରସର ହୋଇଛୁ। ଜାତିସଂଘରେ ସନ୍ତୁଳନ ଓ ସଶକ୍ତୀକରଣ ବିଶ୍ୱକଲ୍ୟାଣ ପାଇଁ ଅନିବାର୍ଯ୍ୟ ବୋଲି ମୋଦି କହିଛନ୍ତି।

ଆହୁରି ପଢ଼ନ୍ତୁ

ସ୍ୱେଚ୍ଛାସେବୀଙ୍କ ବିରୋଧରେ ୧୦୦ କୋଟିର ମାନହାନି ମୋକଦ୍ଦମା କଲା ସେରମ୍‌

ଟିକେଟ୍‌ ବଣ୍ଟନକୁ ନେଇ ବିଜେପି ମନ୍ତ୍ରୀଙ୍କ ବିବାଦୀୟ ବୟାନ

ରାଜନୈତିକ ଦଳ ଗଠନ କରିପାରନ୍ତି ରଜନୀକାନ୍ତ

ମୁଖ୍ୟସ୍ରୋତକୁ ଫେରିବା ପାଇଁ ସଂଗଠନ ଛାଡ଼ିଲେ ହାର୍ଡକୋର ମାଓବାଦୀ

କୁକୁର ସହ ଖେଳୁଥିବାବେଳେ ପଡ଼ିଗଲେ ଜୋ ବାଇଡେନ

୧୧୦ ଶ୍ରମିକଙ୍କ ମୁଣ୍ଡ କାଟି ହତ୍ୟା କଲେ ଆତଙ୍କୀ, ମହିଳାଙ୍କୁ ଉଠାଇ ନେଲେ

ଚାଷୀ ଆନ୍ଦୋଳନ ନେଇ ବିଜେପି ନେତାଙ୍କ ବୈଠକ

କରୋନା ବଢ଼ାଇଲା କୁକୁଡ଼ା ଦାମ୍‌, ଗୋଟାକୁ ୮୫୦

ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବିତାଡ଼ିତ ନ କରିବା ଅଭିଯୋଗ ଉପରେ କଡ଼ା ଆଭିମୁଖ୍ୟ ରଖିଲେ ଶାହ

କିମ୍‌ଙ୍କୁ ନେଇ ସାଂଘାତିକ ପ୍ରତିକ୍ରିୟା ରଖିଲେ ସାଂସଦ

ବର୍ଷକରେ ମଲେ ୨୬ ବାଘ

ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଭର୍ତ୍ତି

You might also like