ଜ୍ୟୋତି କୁମାରୀଙ୍କୁ ନେଇ ନିର୍ମାଣ ହେବ ଫିଲ୍ମ!

ନୂଆଦିଲ୍ଲୀ: କରୋନା ଲକଡାଉନ ସମୟରେ ଆହତ ବାପାଙ୍କୁ ସାଇକେଲରେ ବସାଇ ଦୀର୍ଘ ୧୨ ଶହ କିମି ଅତିକ୍ରମ କରିଥିଲେ ବିହାର ଝିଅ ଜ୍ୟୋତି କୁମାରୀ। ୧୫ ବର୍ଷୀୟା ଜ୍ୟୋତିଙ୍କୁ ନେଇ ସେ ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା। ଜ୍ୟୋତି ଦୀର୍ଘ ୭ ଦିନ ଧରି ସାଇକେଲରେ ବସାଇ ତାଙ୍କ ଆହତ ବାପାଙ୍କୁ ହରିଆଣାରୁ ବିହାର ଆଣିଥିଲେ। ଏ ଖବର ଗଣମାଧ୍ୟମରେ ପ୍ରସାର ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ଟ୍ୱିଟ୍‌ କରି ତାଙ୍କର ପ୍ରଶଂସା କରିଥିଲେ। ଏଥିସହ ସାଇକ୍ଲିଂ ଫେଡରେସନ ଅଫ ଇଣ୍ଡିଆ ପକ୍ଷରୁ ମଧ୍ୟ ଜ୍ୟୋତି କୁମାରୀଙ୍କୁ ଜାତୀୟ ଟ୍ରେନିଂ କ୍ୟାମ୍ପରେ ଯୋଗଦେବାକୁ ଡାକରା ମିଳିଥିଲା। ସେ ଘଟଣାକୁ ୪ମାସ ବିତିଯାଇଥିବା ବେଳେ ଏବେ ଜ୍ୟୋତିଙ୍କ ଅବସ୍ଥା କେମିତି ଅଛି?

ସୂଚନା ଅନୁଯାୟୀ, ସେ ସମୟରେ ସାମାଜିକ ଏବଂ ଜାତୀୟ ଗଣମାଧ୍ୟମରେ ପ୍ରଶଂସା ସାଉଁଟୁଥିବା ଏହି ଝିଅଙ୍କୁ ଏପର୍ଯ୍ୟନ୍ତ ୧ଲକ୍ଷ ୨୦ହଜାରରୁ ଅଧିକ ଟଙ୍କା ସାହାଯ୍ୟ ମିଳିଛି। ଏହି ଟଙ୍କାରେ ଜ୍ୟୋତି ତାଙ୍କ ଗାଁରେ ୪ବଖରା ଘର ଗଢିଥିବା ସୂଚନା ମିଳିଛି।

ଜ୍ୟୋତିଙ୍କୁ ତାଙ୍କ ସାଇକ୍ଲିଂ ଦକ୍ଷତା ସମ୍ପର୍କରେ ଟ୍ରାଏଲ ଦେବାକୁ କୁହାଯାଇଛି। ଯଦି ସେ ଟ୍ରାଏଲରେ ଉତ୍ତୀର୍ଣ୍ଣ ହୁଅନ୍ତି ତେବେ ନୂଆଦିଲ୍ଲୀରେ ଥିବା ଜାତୀୟ ସାଇକ୍ଲିଂ ଏକାଡେମୀରେ ସେ ତାଲିମ ନେବେ।

ଏଥିସହ ଦୁଇ ଫିଲ୍ମ ମେକର ଜ୍ୟୋତିଙ୍କ ସଂଘର୍ଷକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଜ୍ୟୋତିଙ୍କୁ ଫିଲ୍ମ ପାଇଁ ଟଙ୍କା ମଧ୍ୟ ଦେଇସାରିଛନ୍ତି।

ଜ୍ୟୋତିଙ୍କ କହିବା ଅନୁଯାୟୀ, ଗଣ ମାଧ୍ୟମରେ ତାଙ୍କ ଖବର ପ୍ରକାଶ ପାଇବା ପରେ ଗାଁ ଲୋକେ ତାଙ୍କୁ ବେଶ୍‌ ଭଲ ପାଉଛନ୍ତି। ଏବେ ସେ ପାଠ ପଢାରେ ଧ୍ୟାନ ଦେଉଛନ୍ତି।

 

ଆହୁରି ପଢ଼ନ୍ତୁ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

You might also like