ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ; ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ଭୋପାଳ: ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ ଏକ ଅଦ୍ଭୁତ ଚିତ୍ର ସାମ୍ନାକୁ ଆସିଛି। ସେଠାରେ ରହୁଥିବା ଜଣେ ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ବୃଦ୍ଧଙ୍କର  ମୁଣ୍ଡରେ ଥିବା ଶିଙ୍ଗର ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ବୃଦ୍ଧଙ୍କ ନାଁ ଶ୍ୟାମ ଲାଲ୍‌ ଯାଦବ। ତାଙ୍କୁ ୭୫ ବର୍ଷ ବୟସ ବୋଲି ଜଣାପଡ଼ିଛି।

ଶ୍ୟାମଲାଲଙ୍କ କହିବା ଅନୁଯାୟୀ, ୫ ବର୍ଷ ତଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହାର କିଛି ଦିନ ପରେ ସେହି ସ୍ଥାନରୁ ଶିଙ୍ଗ ଉଠିବା ଆରମ୍ଭ ହେଲା। ଶିଙ୍ଗଟି ଧୀରେ ଧୀରେ ବଢ଼ିବାରେ ଲାଗିଲା। ଶିଙ୍ଗଟି ଟିକେ ବଢିବା ପରେ ଶ୍ୟାମଲାଲ୍‌ କାଟିଦେଉଥିଲେ କିନ୍ତୁ ଏହା ପୁଣି ବଢ଼ିବାରେ ଲାଗିଲା। ବାରମ୍ବାର ଶିଙ୍ଗ ବଢ଼ିବାର ଦେଖି ଶ୍ୟାମଲାଲ୍‌ ଅନେକ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତରଙ୍କୁ ଦେଖାଇବା ପରେ କିଛି ଡାକ୍ତର ଅସ୍ତ୍ରୋପଚାର ପାଇଁ ଅଧିକ ଟଙ୍କା ମାଗୁଥିବା ବେଳେ କିଛି ଡାକ୍ତର ସମାଧାନର ବାଟ କାଢ଼ିବାରେ ଅସଫଳ ରହୁଥିଲେ।

Image Credit: India Today

ଶେଷରେ ଶ୍ୟାମ ଲାଲ୍‌ ସାଗର ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ଯାଇ ପହଞ୍ଚିଥିଲେ। ସେଠାରେ ଡାକ୍ତର ତାଙ୍କର ସିଟି ସ୍କାନ କରିବା ସହ ଶିଙ୍ଗଟି ମୁଣ୍ଡର କେତେ ଭିତରକୁ ରହିଛି ତାହା ଦେଖିଥିଲେ। ରିପୋର୍ଟ ଆସିବା ପରେ ଶିଙ୍ଗଟି ବେଶ୍‌ ଭିତରକୁ ଯାଇ ନ ଥିବାରୁ ଡାକ୍ତର ଅସ୍ତ୍ରୋପଚାର କରି ଏବେ ଶିଙ୍ଗଟିକୁ ମୂଳରୁ ବାହାରକୁ ବାହାର କରିବାରେ ସଫଳ ହୋଇଛନ୍ତି। ଏହାପରେ ସେହି ଖାଲି ସ୍ଥାନକୁ ପ୍ଲାଷ୍ଟିକ୍‌ ସର୍ଜରୀ କରାଯାଇ ପୂରଣ କରାଯାଇଥିଲା।  ଅସ୍ତ୍ରୋପଚାର ପରେ ଶ୍ୟାମଲାଲ୍‌ ଏବେ ସୁସ୍ଥ ଥିବା ସୂଚନା ମିଳିଛି।

ତେବେ ଏଭଳି ଘଟଣା ବହୁତ କମ୍‌ ଦେଖିବାକୁ ମିଳେ ବୋଲି ଡାକ୍ତର କହିଛନ୍ତି।

ଆହୁରି ପଢ଼ନ୍ତୁ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

You might also like