ଏଆର ଇଣ୍ଡିଆ ବିମାନକୁ ବ୍ୟାନ୍‌ କଲା ହଂକଂ

ନୂଆଦିଲ୍ଲୀ: ଏଆର ଇଣ୍ଡିଆ ବିମାନ ଉଡ଼ାଣ ଉପରେ ବ୍ୟାନ୍ ଲଗାଇଲା ହଂକଂ। ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ହଂକଂ ଏହି ବ୍ୟାନ୍ ଲଗାଇଛି। ଏଆର ଇଣ୍ଡିଆ ବିମାନରେ କିଛି ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ହଂକଂ ବ୍ୟାନ୍ ଲଗାଇଥିବା ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି।

ତେବେ ଯଦି ବିମାନର ସମସ୍ତ ଯାତ୍ରୀଙ୍କର ୭୨ ଘଣ୍ଟା ପୂର୍ବରୁ କୋଭିଡ୍‌ ଟେଷ୍ଟ ହୋଇଥିବ ଓ ସେମାନଙ୍କ ପାଖରେ କୋଭିଡ-୧୯ର ନେଗେଟିଭ୍‌ ରିପୋର୍ଟ ଥିବ ତେବେ ବିମାନକୁ ହଂକଂରେ ଲ୍ୟାଣ୍ଡି କରିବାକୁ ଅନୁମତି ମିଳିବ ବୋଲି ସେଠାକାର ସରକାର  ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜୁଲାଇ ମାସରେ ଏହି ନିୟମ ଜାରି ହୋଇଛି। ଏହା ବ୍ୟତୀତ ସମସ୍ତ ଅନ୍ତର୍ଜାତୀୟ ବିମାନ ଲ୍ୟାଣ୍ଡିଂ କରିବା ପରେ ସେମାନଙ୍କର କୋଭିଡ୍ ଟେଷ୍ଟ ହେବ ବୋଲି ହଂକଂ ସରକାର ନିୟମ କରିଛନ୍ତି।

ଏଆର ଇଣ୍ଡିଆରୁ ଓହ୍ଲାଇଥିବା କିଛି ଯାତ୍ରୀ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା ହଂକଂ ସରକାର କହିଛନ୍ତି। ଏଥିପାଇଁ ହଂକଂ ସରକାର ଅଗଷ୍ଟ ମାସ ଶେଷ ପର୍ଯ୍ୟନ୍ତ ସମସ୍ତ ଏୟାର ଇଣ୍ଡିଆ ଫ୍ଲାଇଟ୍‌କୁ ବ୍ୟାନ୍ କରିଛନ୍ତି ବୋଲି କୁହାଯାଇଛି।

କେବଳ ଭାରତ ନୁହେଁ, ଭାରତ ବ୍ୟତୀତ ଅନ୍ୟ ଦେଶ ପାଇଁ ବି ଏହି ନିୟମ ଜାରି କରିଛି ହଂକଂ। ଯେଉଁ ଯାତ୍ରୀମାନେ ବାଂଲଦେଶ, ଇଣ୍ଡୋନେସିଆ କଜାଖସ୍ତାନ, ନେପାଳ, ପାକିସ୍ତାନ ଓ ଫିଲିପିନ୍ସରୁ ଆସୁଥିବେ, ସେମାନେ ପୂର୍ବରୁ କୋଭିଡ୍ ଟେଷ୍ଟ କରିବା ସହିତ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।

ଆହୁରି ପଢ଼ନ୍ତୁ

ଦିନକରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

୨୪ ଘଣ୍ଟାରେ ଓଡ଼ିଶାରେ ୩,୬୧୫ କରୋନା ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୭୧

ବାଲେଶ୍ୱରରେ ସଟ୍‌ଡାଉନ୍ ନିଷ୍ପତ୍ତିକୁ ବିରୋଧ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

ଦିନକରେ ୪୨୧୯ କରୋନା ଆକ୍ରାନ୍ତ ସୁସ୍ଥ

୨୪ ଘଣ୍ଟାରେ ଓଡ଼ିଶାରେ ଆଖି ବୁଜିଲେ ୧୪ କରୋନା ରୋଗୀ

ଦିନକରେ ଓଡ଼ିଶାରେ ୩,୪୪୩ କରୋନା ପଜିଟିଭ୍‌ ଚିହ୍ନଟ, ଲୋକାଲ୍‌ କେସ୍‌ କେବଳ ୧,୪୨୬

ସରପଞ୍ଚ ଗଣିବେ ଲକ୍ଷେ ଟଙ୍କା ଫାଇନ୍‌

ଆସନ୍ତାବର୍ଷ ସୁଦ୍ଧା କମ୍‌ ଦାମ୍‌ରେ ମିଳିବ କରୋନା ଟିକା

ଏହି ରାଜ୍ୟରେ ଅକ୍ଟୋବର ୩୧ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ଭୁବନେଶ୍ୱରରୁ ୩୨୯ ପଜିଟିଭ ଚିହ୍ନଟ ଓ ୩୯୫ ସୁସ୍ଥ

You might also like