ଆଶ୍ୱସ୍ଥିର ଖବର: ଅନ୍ୟ ବିକଶିତ ଦେଶ ପରି ଭାରତରେ ସ୍ଥିତି ସଂଗୀନ ହେବାର ଆଶଙ୍କା ନାହିଁ

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ସୁଦ୍ଧା ୫୯ ହଜାର ୬୬୨ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ଆଗାମୀ ଦିନରେ ଅନ୍ୟ ବିକଶିତ ଦେଶ ପରି ସ୍ଥିତି ଆହୁରି ସଂଗୀନ ହେବାର ଆଶଙ୍କା ନାହିଁ।

ଦେଶରେ କରୋନାସ୍ଥିତିର ସମୀକ୍ଷା କରିବା ପରେ କେନ୍ଦ୍ର ସ୍ଥାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଏହି ସୂଚନା ଦେଇଛନ୍ତି। ତଥାପି ସବୁ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଦେଶରେ କରୋନା ମୃତ୍ୟୁ ହାର ବର୍ତ୍ତମାନ ୩ ଦଶମିକ ୩ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୨୯.୯ ପ୍ରତିଶତ ରହିଛି।

ବର୍ତ୍ତମାନ ୧୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି। ଗତ ତିନି ଦିନ ଧରି ଏହି ହାର ଜାରି ରହିଛି।

ଦେଶରେ ବର୍ତ୍ତମାନ ୮୪୩ କୋଭିଡ ହସ୍ପିଟାଲରେ ଏକ ଲକ୍ଷ ୬୫ହଜାର ୯୯୧ଟି ବେଡ୍ ପ୍ରସ୍ତୁତ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

You might also like