ଗୃହମନ୍ତ୍ରୀ ଅମିତ ଶାହଙ୍କୁ କରୋନା

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଖୋଦ୍ ଅମିତ ଶାହ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ପ୍ରାରମ୍ଭିକ ଲକ୍ଷଣ ଦେଖା ଯିବା ପରେ ଶାହ ନିଜର ଟେଷ୍ଟ କରାଇଥିଲେ। ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଟ୍ୱିଟ୍‌ରେ ସୂଚନା ଦେଇଛନ୍ତି।

ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଶାହ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସେ  ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଶାହ।

ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଆଇସୋଲେସନ୍‌ରେ ରହିବାକୁ ଅନୁରୋଧ କରିଛନ୍ତି ଶାହ। ଡାକ୍ତରଙ୍କ କହିବାନୁସାରେ ଶାହଙ୍କର ଏକାଧିକ ଶାରିରୀକ ଅସୁସ୍ଥତା ରହିଛି। ତେଣୁ ସେ କରୋନାରେ ଅସୁରକ୍ଷିତ ବର୍ଗରେ ଆସୁଛନ୍ତି। ତେଣୁ ବର୍ତ୍ତମାଠାରୁ ଶାହଙ୍କର ଅକ୍ସିଜେନ୍‌ ମାତ୍ରା ଚେକ୍‌ କରାଯିବ ବୋଲି ଡାକ୍ତର କହିଛନ୍ତି।

ଗତ ସପ୍ତାହରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଯୋଗ ଦେଇଥିଲେ ଗୃହମନ୍ତ୍ରୀ ଅମିତ ଶାହ। ଏହି ବୈଠକରେ ଜାତୀୟ ଶିକ୍ଷନ ନୀତି (NEP) ପାସ୍ ହୋଇଥିଲା। ତେବେ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସ୍ପର୍ଶରେ ଆସିଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ସୂଚନା ଥାଉକି, ରାମ ମନ୍ଦିର ଭୂମି ପୂଜନ ପାଇଁ ଆସିବାକୁ ଥିବା ଅତିଥି ତାଲିକାରେ ଅମିତ ଶାହଙ୍କ ନାଁ ବି ଥିଲା। ଏବେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କ ଯାତ୍ରା ରଦ୍ଦ ହେବା ସ୍ୱାଭାବିକ।

ଆଜି ଅନ୍ୟ ଏକ ଖବର ଅନୁସାରେ କରୋନାରେ ଉତ୍ତର ପ୍ରଦେଶ କ୍ୟାବିନେଟ୍ ମନ୍ତ୍ରୀ କମଳା ରାଣୀ ବରୁଣଙ୍କ ପରଲୋକ ହୋଇଛି। କମଳା ଜୁଲାଇ ୧୮ରୁ ସଂକ୍ରମିତ ହୋଇ ଲକ୍ଷ୍ନୌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ  ହୋଇଥିଲା।

କମଳାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଏହି ଘଟଣାରେ ପରେ ଆଜି  ସେ ତାଙ୍କ ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି।

ସେହିଭଳି ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କରୋନାରେ ଆକ୍ରାନ୍ତ ହୋଇଛି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି।

ଆହୁରି ପଢ଼ନ୍ତୁ

ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

କରୋନାରେ ଆଖି ବୁଜିଲେ ୧୭ ଆକ୍ରାନ୍ତ

Corona Update In Odisha: ଆଜି ୨ ହଜାର ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ରାଜ୍ୟରେ ୨୬୧୦ କରୋନା ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱରରୁ ୨୩୩ କରୋନା ଆକ୍ରାନ୍ତ ଚିହ୍ନଟ

ମଣିଷ ଚର୍ମରେ କେତେ ସମୟ ଯାଏ ଆକ୍ଟିଭ୍‌ ରହିଥାଏ କରୋନା ଭାଇରସ୍‌ ? ସାମ୍ନାକୁ ଆସିଲା ତଥ୍ୟ

ମାର୍ଚ୍ଚରେ ବଜାରକୁ ଆସିବ କରୋନା ଭ୍ୟାକସିନ୍ !

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଓଡ଼ିଶାରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ୨୪ ଘଣ୍ଟାରେ ୨,୦୧୯ ପଜିଟିଭ୍‌ ଚିହ୍ନଟ

କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା; ସଂକ୍ରମିତ ରାଜ୍ୟ ଭିତରେ ଟପ୍‌-୧୦ରେ ଓଡ଼ିଶା

You might also like