ସୁସ୍ଥ ହେଲେ ଅମିତ ଶାହ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା କେନ୍ଦ୍ର ଗୁହମନ୍ତ୍ରୀ ଅମିତ ଶାହ ସୁସ୍ଥ ହୋଇଛନ୍ତି। ସେ ଖୁବ୍ ଶୀଘ୍ର ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଆଜି ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଶାହ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଥକାପଣ ଓ ଯନ୍ତ୍ରଣା ଅନୁଭବ କରୁଥିବାରୁ ଅଗଷ୍ଟ ୧୮ ତାରିଖରେ ସେ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏବେ ସେ ସୁସ୍ଥ ଥିବା ନେଇ ଏମ୍ସ କହିଛି।

“ କରୋନାରୁ ସୁସ୍ଥ ହେବା ପରେ କୋଭିଡ୍‌ କେୟାର ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଅମିତ ଶାହ। ସେ ଏବେ ସୁସ୍ଥ ହୋଇଛନ୍ତି। ଖୁବଶୀଘ୍ର ସେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇପାରନ୍ତି। ”

କରୋନାରୁ ସୁସ୍ଥ ହେବା ପରେ ନିୟମ ଅନୁସାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଶାହ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆଙ୍କ ନେତୃତ୍ୱର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଶାହଙ୍କର ଦେଖାଶୁଣା କରୁଥିଲା। ଅଗଷ୍ଚ ୧୮ ତାରିଖରେ ଏମ୍ସ ପକ୍ଷରୁ ଜାରି ହୋଇଥିବା ସୂଚନାରେ କୁହାଯାଇଥିଲା ଯେ ଶାହ ଗତ ଦୁଇ ତିନି ଘଣ୍ଟା ଧରି କ୍ଲାନ୍ତ ଅନୁଭବ କରିବା ସହିତ ଶରୀରରେ ଯନ୍ତ୍ରଣା ଅନୁଭବ କରୁଛନ୍ତି। ତେବେ ସେ ସୁସ୍ଥ ଅଛନ୍ତି ଓ ହସ୍‌ପିଟାଲରୁ ସେ ତାଙ୍କ କାମ କରିପାରିବେ।

ସୂଚନା ଥାଉକି, ଅଗଷ୍ଟ ୨ ତାରିଖରେ ଅମିତ ଶାହ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ଗୁରଗାଓଁର ମେଦାନ୍ତ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଅଗଷ୍ଟ ୧୪ ତାରିଖରେ ସେ କରୋନାରୁ ସୁସ୍ଥ ହୋଇଥିଲେ। ଏହାପରେ ପୁଣି ଅଗଷ୍ଟ ୧୮ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଶାହ।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like