ଦିଲ୍ଲୀରେ କରୋନା ସ୍ଥିତି ମୁକାବିଲା ପାଇଁ ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର

ନୂଆଦିଲୀ: ଦିଲ୍ଲୀରେ କରୋନା ସ୍ଥିତି ମୁକାବିଲା ପାଇଁ ଆକ୍ସନ ମୁଡ୍‌ରେ କେନ୍ଦ୍ର ସରକାର। ଏନେଇ ସୋମବାର ଦିନ ୧୧ଟା ବେଳେ ବୈଠକ ପାଇଁ ସମସ୍ତ ରାଜନୈତିକ ପାର୍ଟିକୁ ଡାକିଛନ୍ତି ଗୃହମନ୍ତ୍ରୀ। ଆସନ୍ତାକାଲି ଅର୍ଥାତ୍ ଜୁନ ୧୫ ତାରିଖରେ ଗୃହମନ୍ତ୍ରାଳୟ ସହିତ ବିଜେପି, ଆପ୍, କଂଗ୍ରେସ ଓ ବିଏସ୍‌ପି ଦଳର ନେତାମାନେ ଯୋଗ ଦେଇ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ଏନେଇ ବିଜେପି, ଆପ୍‌, ଆଇଏନ୍‌ସି ଓ ବିଏସ୍‌ପି ଦଳ ସଭାପତି ସଚିବଙ୍କୁ ଚିଠି ଲେଖାଯାଇଛି। ତା ସହିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ମଧ୍ୟ ଏନେଇ ଚିଠି ହୋଇଛି।

କରୋନା ମୁକାବିଲା ପାଇଁ ୪ ଜଣ ଆଇଏଏସ୍‌ଙ୍କୁ ମଧ୍ୟ ଦିଲ୍ଲୀ ଡକାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦିଲ୍ଲୀରେ ବଢି ଚାଲିଥିବା କରୋନା ସ୍ଥିତିର ମୁକାବିଲା ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ। ଆଏଏସସ୍ ଅବନୀଶ କୁମାର ଓ ମୋନିକା ପ୍ରିୟଦର୍ଶିନୀଙ୍କୁ ଆଣ୍ଡାମାନ ଏବଂ ନିକୋବରରୁ ଡକାଯାଇଛି। ଆଏଏସ୍‌ ଗୌରବ ସିଂ ରାଜାଓ୍ୱତ ଏବଂ ବିକ୍ରମ ସିଂ ମଲ୍ଲିକଙ୍କୁ ଅରୁଣାଚଳ ପ୍ରଦେଶରୁ ଡକାଯାଇଛି।

ଏହି ୪ ଅଧିକାରୀ ଦିଲ୍ଲୀରେ କରୋନା ସ୍ଥିତି ମୁକାବିଲାରେ ସହାୟତା କରିବେ। ଏହାସହ କେନ୍ଦ୍ର ଅଧିନରେ କାର୍ଯ୍ୟରତ ୨ IAS SCL ଦାସ ଏବଂ SS ଯାଦବଙ୍କୁ ଦିଲ୍ଲୀ ସରକାରଙ୍କ ସହ ମିଶି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀରେ କରୋନା ସଂକ୍ରମିତ ସଂଖ୍ୟା ବର୍ତ୍ତମାନ ୩୮ହଜାର ୯୫୮ରରେ ପହଞ୍ଚିଛି। ଏବେଯାଏ ୧୨୭୧ ଲୋକଙ୍କ ମୃତ୍ୟୁ ହୋଇସାରିଛି।  ଦିଲ୍ଲୀରେ କରୋନା ସ୍ଥିତି ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉପରାଜ୍ୟପାଳ ଅନୀଲ ବୈଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ସମୀକ୍ଷା କରିଥିଲେ।

କରୋନା ମୁକାବିଲା, ଟେଷ୍ଟିଂ ବୃଦ୍ଧି ଏବଂ  ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ବେଡ୍ ସମସ୍ୟା ଦୂର ଲାଗି ତୁରନ୍ତ ୫ଶହ ରେଲେଓ୍ୱ ଆଇସୋସେଲନ ବେଡ୍ ଦିଲ୍ଲୀକୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ ଗୃହମନ୍ତ୍ରୀ।

You might also like