ଏମ୍‌ସରେ ଭର୍ତ୍ତି ହେଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହ ସ୍ୱାସ୍ଥ୍ୟାବସ୍ଥା ପୁଣି ଖରାପ ହୋଇଯାଇଛି। ତାଙ୍କୁ ମଙ୍ଗଳବାର ରାଜଧାନୀ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (AIIMS)ରେ ଭର୍ତ୍ତ କରାଯାଇଛି। ଏ ନେଇ ଜାତୀୟ ଗଣ ମାଧ୍ୟମରେ ପ୍ରକାଶ ପାଇଛି।

ସୂଚନାଥାଉ କି, ଅଗଷ୍ଟ ୨ ତାରିଖ ଅମିତ ଶାହ କରୋନା ଆକ୍ରାନ୍ତ ହୋଇଥିଲେ।  ଚିକିତ୍ସା ପରେ ଘରକୁ ଫେରିଥିଲେ। ଶୁକ୍ରବାର ଟ୍ୱିଟ କରି ଅମିତ ଶାହ କହିଥିଲେ, ଯାଞ୍ଚ ରିପୋର୍ଟ ନେଗେଟିଭ ଆସିଛି। ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କିଛି ଦିନ ପାଇଁ ହୋମ ଆଇସୋଲେସନରେ ରହିବେ।  ହେଲେ ଆଜି ପୁଣି ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

You might also like