ଏଣିକି ଘରେ ପହଞ୍ଚିବ ମଦ! ନାମ ପଞ୍ଜୀକରଣ ପରେ ଏହି ୱେବସାଇଟରେ କରିପାରିବେ ଅର୍ଡର

କୋଲକାତା: ଦେଶରେ କରୋନା ଭାଇରସର ସ୍ଥିତିକୁ ଦୃଷ୍ଟିରେ ରଖି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ ପଶ୍ଚିମବଙ୍ଗ ସରକାର ବୁଧବାର ମଦର ହୋମ୍‌ ଡେଲିଭରି କରିବା ପାଇଁ ଅନୁମତି ଦେଇଛନ୍ତି। ଷ୍ଟେଟ ବେଭରେଜ କରର୍ପୋରେସନ୍‌(BEVCO) ଏକ ୱେବସାଇଟ୍‌ ଆରମ୍ଭ କରିଛନ୍ତି। ଏହି ୱେବସାଇଟ୍‌ ମାଧ୍ୟମରେ ୨୧ ବର୍ଷରୁ ଅଧିକ ବ୍ୟକ୍ତି ମଦ ପାଇଁ ଅର୍ଡର କରିପାରିବେ।

ଖବର ଅନୁଯାୟୀ, ମଦ ଦୋକାନା ଆଗରେ ଭିଡକୁ କମ୍‌ କରିବା ପାଇଁ ଏହି ୱେବସାଇଟ୍‌ ଖୋଲାଯାଇଛି । କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ନିତାନ୍ତ ଆବଶ୍ୟକ। ଗତ ସୋମବାର  ମଦ ଦୋକାନଗୁଡିକ ଖୋଲିବା ସମୟରେ ଲୋକମାନଙ୍କର ଲମ୍ୱା ଲାଇନ୍‌ ଲାଗିଥିଲା। କେହି କେହି ସାମାଜିକ ଦୂରତାକୁ ମାନୁଥିବାବେଳେ ଅନ୍ୟକେତେକ  ଏହି ନିୟମକୁ ମାନୁନଥିବା ଜଣାପଡିଥିଲା।

ଗ୍ରାହକମାନେ BEVCO ୱେବସାଇଟରେ ଅର୍ଡର କରିପାରିବେ। କିନ୍ତୁ ଅର୍ଡର କରିବା ପୂର୍ବରୁ ଗ୍ରାହକମାନଙ୍କୁ ପଞ୍ଜୀକରଣ କରିବାକୁ ପଡିବ। ଯେଉଁଥିରେ ନିଜର ଠିକଣା ଓ ମୋବାଇଲ ନମ୍ୱର ଦେବାକୁ ପଡିବ। ପଞ୍ଜୀକରଣ କରିବା ପରେ ଏକ ନିର୍ଦ୍ଦିଷ୍ଟ ଦୋକାନରୁ ମଦ ଅର୍ଡର କରିପାରିବେ।

You might also like