ତାଜମହଲରେ ବୋମା ରଖାଯାଇଥିବା ନେଇ ଆସିଲା ଫୋନ୍‌ କଲ୍‌, ଖୋଜିବା ବେଳକୁ…

ଆଗ୍ରା: ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲରେ ବୋମା ରଖା ଯାଇଥିବା ସୂଚନା ମିଳିବା ପରେ କିଛି ସମୟ ପାଇଁ ତାଜମହଲକୁ ବନ୍ଦ ରଖା ଯାଇଥିଲା। ତାଜମହଲରେ ବୋମା ରଖା ଯାଇଥିବା ନେଇ ଉତ୍ତର ପ୍ରଦେଶ ପୋଲିସ୍ ହେଲ୍‌ପ୍‌ଲାଇନ୍‌ ନମ୍ବରରେ ଆଜି ସକାଳେ ‌ଏକ ଫୋନ୍‌ କଲ୍‌ ଆସିଥିଲା। ଏହାପରେ ତତ୍‌କ୍ଷଣାତ ପର୍ଯ୍ୟଟକଙ୍କୁ ବାହାରକୁ ବାହାର କରାଯାଇ ଯାଞ୍ଚ କରାଯାଇଥିଲା। ହେଲେ କୌଣସି ବୋମା ମିଳିନଥିଲା ଓ ଖବର ମିଛ ବୋଲି ଜଣାପଡ଼ିଥିଲା। ଉତ୍ତରପ୍ରଦେଶର ଫିରୋଜାବାଦରୁ ଏହି କଲ୍‌ ଆସିଥିଲା। ଯାହା ଏକ ମିଥ୍ୟା କଲ୍‌ ଥିଲା।

ଆଗ୍ରା ଇନ୍ସପେକ୍ଟର ଜେନେରାଲ ଏ ସତୀଶ ଗଣେଶଙ୍କ କହିବା ଅନୁଯାୟୀ, ଆଜି ସକାଳେ ଜଣେ ଅଜଣା ବ୍ୟକ୍ତି ୟୁପି ପୋଲିସ୍‌ ହେଲ୍‌ପ୍‌ଲାଇନ୍‌ ନମ୍ବର 112କୁ କଲ୍‌ କରି ତାଜମହଲରେ ବୋମା ରଖାଯାଇଛି ବୋଲି କହିଥିଲେ। ଏହାପରେ ତତ୍‌କ୍ଷଣାତ bomb squad ଓ ଅନ୍ୟ ଟିମ୍‌ ତାଜମହଲ ପରିସରରେ ଛାନ୍‌ଭିନ୍‌ ଆରମ୍ଭ କରି ଦେଇଥିଲେ। ହେଲେ ଏଭଳି କୌଣସି ଜିନିଷ ମିଳିନଥିଲା।

ଘଟଣା ପରେ ତାଜମହଲ ପରିସର ଯାଞ୍ଚ କରାଯାଇଥିଲା। ଏହାପରେ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯାଇଥିଲା। ତାଜମହଲରେ ବୋମା ରଖା ଯାଇଥିବା ସୂଚନା ମିଳିବା ପରେ ସମସ୍ତ ପର୍ଯ୍ୟଟକଙ୍କୁ ବାହାରକୁ ବାହାର କରାଯାଇଥିଲା।

ମହାମାରୀ କରୋନା ପାଇଁ ୬ ମାସରୁ ଅଧିକ ଦିନ ଧରି ବନ୍ଦ ରହିଥିବା ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲ ଗତବର୍ଷ ସେପ୍ଟେମ୍ବର ୨୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା।ମହାମାରୀ କରୋନା ଯୋଗୁ ଗତବର୍ଷ ମାର୍ଚ୍ଚ ୧୭ରୁ ତାଜମହଲ ବନ୍ଦ ରହିଥିଲା।

You might also like