ଭାରତକୁ ସତର୍କ କରାଇଲା WHO : ତୁଳନାତ୍ମକ ଭାବେ କରୋନାର ନୂଆ ଭାରିଏଣ୍ଟ୍ ଅଧିକ ବିପଜ୍ଜନକ

ଭାତରରେ ଟିକାକାରଣକୁ ବଢ଼ାଇବାକୁ ପରାମର୍ଶ

ଭାରତକୁ ସତର୍କ କରାଇଲା WHO । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ଵାମୀନାଥନ୍ ଭାରତରେ କରୋନା ବିପର୍ଯ୍ୟୟ ସମ୍ପର୍କରେ ବଡ଼ ବୟାନ୍ ଦେଇଛନ୍ତି । ଦେଶରେ ହଠାତ୍ କରୋନା ବିସ୍ଫୋରଣର କାରଣ ହେଉଛି ଏହାର ନୂତନ ନୂଆ ଭାରିଏଣ୍ଟ, ଯାହା ଅତ୍ୟଧିକ ସଂକ୍ରାମକ ଏବଂ ସାଂଘାତିକ। ତେବେ ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ଭାରତରେ ଟୀକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ।

ଭାରତରେ ମୃତ୍ୟୁର ତାଣ୍ଡର ସଙ୍କେତ ଦେଉଛି କରୋନାର ନୂଆ ଭାରିଏଣ୍ଟ ଅତି ତୀବ୍ର ବେଗରେ ଲୋକଙ୍କୁ ସଂକ୍ରମିତ କରୁଛି । ଡକ୍ଟର ସ୍ଵାମୀନାଥନ୍ କହିଛନ୍ତି, ଅକ୍ଟୋବରରେ ଭାରତରେ ଚିହ୍ନଟ ହୋଇଥିବା ନୂଆ ଭ୍ୟାରିଆଣ୍ଟ B.1.617  ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରୁଛି । B.1.617  ନିଜର ଗତିରେ ପରିବର୍ତ୍ତନ କରୁଛି, ଯାହା ଲୋକଙ୍କ ଜୀବନ ପ୍ରତି ଅଧିକ ବିପଦ ସୃଷ୍ଟି କରୁଛି ।କରୋନାର ଏହି ନୂଆ ଭାରିଏଣ୍ଟ୍ ନିଜର ବାସ୍ତବିକ ରୂପ ତୁଳନାରେ ଅନେକ ଗୁଣା ଅଧିକ ବିପଜ୍ଜନକ ।

ଆମେରିକା ଓ ବ୍ରିଟେନ ପରି ଦଶେ ଏହି ଭାରିଏଣ୍ଟ୍‌କୁ ଗୁରୁତର ସହ ନେବା ସହ ଡବ୍ଲୁଏଚଓ ମଧ୍ୟ ଏହା ଉପରେ ଖୁବ ଶୀଘ୍ର ରିସର୍ଚ୍ଚ ଆରମ୍ଭ କରିବ । ଏହି ଭାରିଏଣ୍ଟ୍ ଶରୀରରେ ଆଣ୍ଡିବଡ଼ି ସୃଷ୍ଟି କରିବାରେ ବାଧକ ସାଜୁଛି, ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ନୂଆ ଭାରିଏଣ୍ଟ୍ ତୀବ୍ର ଗତିରେ ପରିବର୍ତ୍ତନ ହୁଏ । ତେବେ ଭାରତରେ ହେଉଥିବା ମୃତ୍ୟୁ ପାଇଁ କେବଳ ଏହି ନୂଆ ଭାରିଏଣ୍ଟକୁ ଦାୟୀ କରାଯାଇପାରିବ ନାହିଁ । ଜନତାଙ୍କ ଅବହେଳା ପାଇଁ ମଧ୍ୟ ଦେଶରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଲୋକମାନେ ସାମାଜିକ ଦୂରରତ୍ୱ ନିୟମକୁ ଗୁରୁତର ସହ ନେଉ ନାହାନ୍ତି କି ମାସ୍କ ମଧ୍ୟ ପିନ୍ଧୁ ନାହାନ୍ତି ।

ଏହାସହ ଭାରତରେ କରୋନା ବିସ୍ଫୋରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ରାଜନୈତିକ ଦଳକୁ ଦାୟୀ କରିଛନ୍ତି ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ଵାମୀନାଥନ୍ । ନିର୍ବାଚନ ସମୟରେ ଆୟୋଜିତ ବଡ଼ ରାଲି ଏଥିପାଇଁ ଦାୟୀ । ରାଲିରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିବାରୁ ଦେଶରେ କରୋନା ବ୍ୟାପିଥିଲା । ଏବେ ଏହା ସାଂଘାତିକ ରୂପ ନେବାକୁ ବସିଲାଣି । ତୀବ୍ର ସଂକ୍ରମଣରୁ ବଞ୍ଚିବାକୁ ହେଲେ ଦେଶରେ ଟିକାକରଣକୁ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି ।

ସେପଟେ ଭାରତରେ ଏବେ ଦୁଇ ପ୍ରକାରର ଭ୍ୟାକ୍‌ସିନ୍‌ କୋଭାକ୍ସିନ୍ ଓ କୋଭିସିଲ୍ଡ ଦିଆଯାଉଛି। ଏହାର ଦୁଇଟି ଲେଖାଏ ଡୋଜ୍ ନେବାକୁ ପଡ଼ୁଛି। ତେବେ ଋଷ ଏଭଳି ଏକ ଭ୍ୟାକ୍‌ସିନ୍‌ ବାହାର କରିଛି ଯାହାର ସିଙ୍ଗଲ ଡୋଜ୍‌ରେ ହିଁ କରୋନାର ମୁକାବିଲା କରି ହେବ। ଏହି ଟିକା ହେଉଛି ସ୍ପୁଟନିକ୍‌ ଲାଇଟ୍(Sputnik Light)। ଭାରତ ଭଳି ଜନବହୁଳ ଦେଶ ପାଇଁ ଏହା ନିଶ୍ଚିତ ଭାବେ ଆଶ୍ୱସ୍ତିକର ଖବର। ଅନ୍ୟ ଭ୍ୟାକ୍‌ସିନ୍‌ର ଦୁଇଟି ଡୋଜ୍ ସହ ସ୍ପୁଟନିକ୍‌ ଲାଇଟ୍ର ଗୋଟିଏ ଡୋଜ୍ ପର୍ଯ୍ୟାପ୍ତ ହୋଇଥିବାରୁ ଟିକାକରଣ କ୍ଷେତ୍ରରେ ଏହା ଗେମ୍‌ଚେଞ୍ଜର ହେବ ବୋଲି କୁହାଯାଉଛି।

You might also like