ଜମ୍ମୁକାଶ୍ମୀରରେ ଆତଙ୍କ ସୃଷ୍ଟି ପାଇଁ ହିଜ୍‌ବୁଲର ନୂଆ ପ୍ଲାନ-ଭାରତ ପାଇଁ ନିଯୁକ୍ତ ହେଲେ ଦୁଇ କମାଣ୍ଡର !

ନୂଆଦିଲ୍ଲୀ: ପାକିସ୍ତାନର ଆତଙ୍କବାଦୀ ସଂଜଗଠନ ହିଜବୁଲ ମୁଜାହିଦ୍ଦିନ ଭାରତକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ନୂଆ ଚାଲ୍ ଖେଳୁଛି। ଭାରତୀୟ ଇଣ୍ଟେଲିଜେନ୍ସର କହିବା ଅନୁଯାୟୀ ହିଜ୍‌ବୁଲର‌ ଭାରତ ପାଇଁ ନିଯୁକ୍ତି ନୂଆ କମାଣ୍ଡର ଗାଜି ହୈଦର ନୁହେଁ, ଅଶରଫ ମୌଲବୀ। କିନ୍ତୁ ହିଜବୁଲ୍‌ ଭାରତକୁ ଦ୍ୱନ୍ଦ୍ୱରେ ପକାଇବା ପାଇଁ ଗାଜି ହୈଦରକୁ ନିଯୁକ୍ତି କରିଥିବା କୁହାଯାଉଛି। ଜମ୍ମୁକାଶ୍ମୀର ପୁଲିସର ଜଣେ ବରିଷ୍ଠ ଅଧିକାରୀ ଏବଂ CRPF ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଅନନ୍ତନାଗର କୋକରନାଗରେ ରହୁଥିବା ୫୫ ବର୍ଷୀୟ ଅଶରଫ ମୌଲବୀ ହିଜବୁଲ୍‌ର ନୂଆ କମାଣ୍ଡର । ତାଙ୍କର ପ୍ରକୃତ ନାମ ଅଶରଫ ଖାନ।

ତେବେ ଭାରତକୁ ଭ୍ରମରେ ପକାଇବା ପାଇଁ ହିଜ୍‌ବୁଲ ଗାଜି ଦୈଦର ନାଁ କହୁଛି। ତେବେ ଆତଙ୍କବାଦୀଙ୍କ ତାଲିକାରେ ଗାଜୀ ହୈଦରର ନାଁ ନାହିଁ।

ହିଜ୍‌ବୁଲ୍‌ ମୁଜାହିଦ୍ଦିନର ଇଣ୍ଡିଆ ମୁଖ୍ୟ ରିଆଜ ନାଇକୁକୁ ଭାରତୀୟ ସୁରକ୍ଷା କର୍ମୀ ମାରି ଦେଇଥିଲେ। ଏହା ପରେ ରିଆଜ ଉଦ୍ଦେଶ୍ୟରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ଗାଜି ହୈଦରର ନାମ ଘୋଷଣା କରାଯାଇଥିଲା। ଏକଥା ବି ଚର୍ଚ୍ଚା ହେଉଛି ଗାଜି ଆଉ କେହି ନୁହେଁ ବରଂ  ସେ ଡା.ସୈଫୁଲ୍ଲାହ ମୀର । ଇଣ୍ଟେଲିଜେନ୍ସର ଜଣେ ପ୍ରମୁଖ ଅଧିକାରୀଙ୍କ କହିବା ଅନୁଯାୟୀ, ୨୦୧୬ରେ ଆତଙ୍କବାଦୀମାନେ ତାଙ୍କର ଏକ ତାଲିକା ପ୍ରସ୍ତୁତ କରିଥିଲେ। ଏଥିରେ ଗାଜି ହୈଦରର ନାଁ ନ ଥିଲା। ଏପରିକି ଏହି ନାଁ ISI ମେସେଜରେ କିମ୍ବା ଡାର୍କ ୱର୍ଲଡ ୱେବରେ ହେଉଥିବ ହିଜବୁଲ ଆଲୋଚନାରେ ନାହିଁ। ଏପରିକି ଗୁଇନ୍ଦା ସଂସ୍ଥା A++  କ୍ୟାଟେଗୋରୀର ୨୭୮ ଜଣ ଆତଙ୍କୀଙ୍କ ଡାଇରେକ୍ଟୋରୀ ଏବଂ ପ୍ରୋଫାଇଲ ପ୍ରସ୍ତୁତ କରି ରଖିଛନ୍ତି ଯେଉଁଥିରେ ଗାଜିର ନାଁ ନାହିଁ।

ତେଣୁ ଅନୁମାନ କରାଯାଉଛି, ଡା.ସୈଫୁଲ୍ଲାହ ମୀରକୁ ହିଁ ଗାଜି ବୋଲି କୁହାଯାଉଛି। ତେବେ କିଏ ଏହି ଡା.ସୈଫୁଲ୍ଲାହ ମୀର ? ଇଣ୍ଟେଲିଜେନ୍ସ ଏଜେନ୍ସି ସୂତ୍ରରୁ ଜଣାଯାଇଛି, ୩୨ ବର୍ଷ ବୟସ୍କ ସୈଫୁଲ୍ଲାହ ପୁଲ୍‌ୱାମା ବାସିନ୍ଦା। ୨୦୧୪ରେ ସେ ବାୟୋମେଡିସିନ୍‌ରେ ସେ ଡିପ୍ଲୋମା କରିଛି। ସ୍ୱଭାବରେ ସେ ଖୁବ୍‌ ଉଗ୍ର ଏବଂ ISI ଦଖଲ ବିନା ସେ କାମ କରିବାକୁ ପସନ୍ଦ କରେ। ୨୦୧୪ରେ ସେ ହିଜବୁଲ୍‌ରେ ସାମିଲ ହେବା ପରେ ସୋପିଆନ ଏବଂ ଅବନ୍ତୀପୋରାରେ ଆକ୍ଟିଭ ଥିଲା। ତାଙ୍କର ବାପା ମହମ୍ମଦ ଅକରମ ଏବଂ ଦାଦାଙ୍କର ଜମାତ୍‌-ଇ-ଇସ୍‌ଲାମୀ ସହ ଭଲ ସମ୍ପର୍କ ରହିଛି।

ଅନ୍ୟପକ୍ଷେ ହିଜ୍‌ବୁଲର ପ୍ରକୃତ ଭାରତୀୟ ମୁଖ୍ୟ ଅଶରଫ ମୌଲବୀ ୧୯୯୯ରେ ଏହି ସଂଗଠନର ସଦସ୍ୟ ହୋଇଥିଲା। ସେ ମୁଜାଫରବାଦ (POK) ବି ଯାଇଛି। ୨୦୦୭ରେ ପବ୍ଲିକ୍ ସେଫ୍ଟି ଆକ୍ଟ (PSA) ଅନୁସାରେ ଅଶରଫ ଗିରଫ ହୋଇଥିଲା। ୨୦୦୯ରେ ଜେଲରୁ ମୁକ୍ତ ହେବାର କିଛି ଦିନ ପରେ ପୁଣି ହିଜ୍‌ବୁଲରେ ସାମିଲ ହୋଇଥିଲା। ସିଆରପିଏଫର ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ଅଶରଫ ଏବଂ ସୈଫୁଲ୍ଲାହ ମୀର ଦୁହେଁ ସୁରକ୍ଷା ବଳର ରାଡର୍‌ରେ ଅଛନ୍ତି।

 

 

 

You might also like