ଶିବକୁମାର ସ୍ୱାମୀଙ୍କ ଆଜି ଶେଷକୃତ୍ୟ

ଶେଷ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କର୍ଣ୍ଣାଟକ : ଲିଙ୍ଗାୟତ ଧର୍ମଗୁରୁ ତଥା ଶ୍ରୀ ସିଦ୍ଧଗଙ୍ଗାମଠର ମହନ୍ତ ଶିବକୁମାର ସ୍ୱାମୀଙ୍କ ଆଉ କିଛି ସମୟ ପରେ ଶେଷକୃତ୍ୟ ହେବ। କର୍ଣ୍ଣାଟକ ତୁମକୁର ମଠରୁ ଏକ ବିରାଟ ଶୋଭାଯାତ୍ରାରେ ସ୍ୱାମୀଜୀଙ୍କ ପାର୍ଥୀବ ଶରୀରକୁ ଏବେ ନିଆଯାଉଛି।

ଗତକାଲି ଠାରୁ ଲକ୍ଷ ଲକ୍ଷ ଲୋକେ ମଠକୁ ଆସି ଦର୍ଶନ କରିଥିଲେ।  ସ୍ୱାମୀଜୀଙ୍କ ପାର୍ଥିବ ଶରୀର ନିକଟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ, ବିରୋଧୀ ଦଳ ନେତା ବିଏସ୍ ୟେଦୁରପ୍ପାଙ୍କ ସମେତ କର୍ଣ୍ଣାଟକ କ୍ୟାବିନେଟ୍‌ର ବହୁ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ।

ଗତକାଲି  ସ୍ୱାମୀଜୀଙ୍କର ୧୧୧ ବର୍ଷ ବୟସରେ ପରଲୋକ ହୋଇଥିଲା। ସ୍ୱାମୀଜୀ କିଛିଦିନ ହେଲା ବୟସାଧିକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଫୁସ୍‌ଫୁସ୍ ମଧ୍ୟ ସଂକ୍ରମିତ ହୋଇଥିଲା। ଅଳ୍ପ ଦିନ ହେଲା ତାଙ୍କୁ ଭେଣ୍ଟିଲେଟରରେ ଲାଇଫ୍ ସପୋର୍ଟରେ ରଖାଯାଇଥିଲା।

ସ୍ୱାମୀଜୀଙ୍କ ଦେହାନ୍ତରେ କର୍ଣ୍ଣାଟକରେ ତିନି ଦିନିଆ ଶୋକ ପାଳନ ହେଉଛି।

You might also like