କିଶୋର-କିଶୋରୀଙ୍କ ବିବାହ ବୈଧ: କୋର୍ଟ

ଐତିହାସିକ ରାୟ ଶୁଣାଇଲେ କୋର୍ଟ

ପାଟନା: ପୁଣି ଏକ ମାମଲାରେ ଐତିହାସିକ ରାୟ ଶୁଣାଇଲେ ବିହାରର ଏକ ଅଦାଲତ। ଘଟଣାର ସମ୍ବେଦନଶୀଳତାକୁ ନଜରରେ ରଖି ମାତ୍ର ୩ ଦିନ ମଧ୍ୟରେ ରାଯଋୟ ଶୁଣାଇଛନ୍ତି କୋର୍ଟ। ଏଠାରେ ଆମେ କହିରଖୁଛୁ ଯେ, କୋର୍ଟ କିଶୋର-କିଶୋରୀଙ୍କ ବିବାହକୁ ବୈଧ ବୋଲି ଦର୍ଶାଇଛନ୍ତି। ବିଚାର ଆଇନ ଅନୁସାରେ ନହୋଇ ମାନବୀୟ ଦୃଷ୍ଟିକୋଣରୁ ହୋଇଥିବା କୁହାଯାଉଛି। ଜଜ୍‌ ମାନବେନ୍ଦ୍ର ମିଶ୍ର ଏହି ରାୟ ପ୍ରକାଶ କରିଥିବା ବେଳେ ଏହାକୁ ଭବିଷ୍ୟତରେ କୌଣସି ସମାନ ମାମଲାରେ ଉପଯୋଗ କରାଯାଇପାରିବ ନାହିଁ ବୋଲି ନ୍ୟାୟଧୀଶ ସ୍ପଷ୍ଟ କରିଛନ୍ତି। ତେବେ କୋର୍ଟଙ୍କ ଏହି ରାୟ ବଳରେ କିଶୋର-କିଶୋରୀଙ୍କ ପିଲା ବି ନ୍ୟାୟ ପାଇଥିବା ବିଭିନ୍ନ ମତ ପ୍ରକାଶ ପାଇଛି।

ଏହାସହ ଅଭିଯୁକ୍ତ ଭାବେ ଜେଲରେ ବନ୍ଦ ଥିବା କିଶୋରକୁ ନିର୍ଦୋଷରେ ଖଲାସ ମଧ୍ୟ କରାଯାଇଛି। କୋର୍ଟ ଛୋଟ ଝିଅଟିର ଭବିଷ୍ୟତକୁ ଦେଖି ଏଭଳି ରାୟ ଶୁଣାଇବା ସହ ବାଳ କଲ୍ୟାଣ ସମିତିକୁ ନିର୍ଦେଶ ଦେଇଛନ୍ତି ସେମାନଙ୍କ ହେପାଜତ କରିବାକୁ। ଜାତୀୟ ଗଣାମଧ୍ୟମର ସୂଚନା ଅନୁସାରେ, କୋର୍ଟ ଏହି ରାୟ ଶୁଣାଇବା ପୂର୍ବରୁ ମାମଲାରେ ସମ୍ପୃକ୍ତ ପରିବାର ଲୋକଙ୍କ ସହ ନିଜେ ଆଲୋଚନା କରିଥିଲେ।

ଘଟଣାଟି  ଏବେକାର ନୁହେଁ ବରଂ ୨୦୧୯ରେ ଘଟିଥିଲା। ସେହିବର୍ଷ ୧୧ ଫେବୃଆରୀ ହିଲସା ଥାନା ଅନ୍ତର୍ଗତ ଏକ ଗାଁର ୧୬ ବର୍ଷୀୟା କିଶୋରୀ ଏବଂ ୧୪ ବର୍ଷୀୟ କିଶୋର ସରସ୍ୱତୀ ପୂଜା ଦେଖିବାକୁ ଯାଇଥିଲେ। ସେଠାରୁ ସେମାନେ ଲୁଚି ଦିଲ୍ଲୀ ପଳାଇଥିଲେ ଓ ପରେ ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ସମୟରେ ୧୯ ଜୁଲାଇ ୨୦୨୦ରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ମଧ୍ୟ ଚର୍ଚ୍ଚା ଜୋରଧରିଥିଲା।

କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ନାବଳକ ସହ ନିଜସ୍ୱ ଇଚ୍ଛାରେ ନାବାଳିକା ଜଣକ ଯାଇଥିବା ସେ କହିଥିଲେ। ଏହା ପରେ କିଶୋର ଜଣକ ୨୦ ଫେବୃଆରୀ ୨୦୨୧ରେ କୋର୍ଟରେ ଆତ୍ମସମର୍ପଣ ବି କରିଥିଲେ। ଏଡିଜେ କୋର୍ଟଙ୍କ ସହ ପକ୍ସୋ ଜଜ୍‌ ଆଶୁତୋଷ କୁମାର ନାବାଳକକୁ ବିଚାର ବିଭାଗୀୟ ହେପାଜତକୁ ନେଇ ପ୍ଲେସ୍‌ ଅଫ ସେଫ୍ଟି ଶେଖପୁରା ପଠାଇଦେଇଥିଲେ ବୋଲି ସୂଚନା ରହିଛି। ୧୯ ଫେବୃଆରୀରେ କିଶୋର ଜଣକ ଜେଜେବିରେ ହାଜର ହୋଇଥିଲେ। ପରେ କୋର୍ଟ ୨୦ ମାର୍ଚ୍ଚରେ ସମସ୍ତ ପ୍ରମାଣ ସମୀକ୍ଷା କରିବା ପରେ କିଶୋର-କିଶୋରୀଙ୍କ ବିବାହକୁ ବୈଧ କହିବା ସହ ତାଙ୍କୁ ଖଲାସ କରିବାକୁ ରାୟ ଶୁଣାଇଥିଲେ। ଏହି ଘଟଣାକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। କେହି କେହି କୋର୍ଟଙ୍କ ରାୟକୁ ସ୍ୱାଗତ କରିଥିବା ବେଳେ ଅନେକ ବିରୋଧ ମଧ୍ୟ କରିଛନ୍ତି।

You might also like