ଖରାପ ପାଗ ସବୁ ବିଗାଡ଼ିଦେଲା: ମିଶନ ମହାକାଶ ଶନିବାରକୁ ଘୁଞ୍ଚିଲା

ୱାଶିଂଟନ: ଆଉ ମାତ୍ର କିଛି ସମୟପରେ ଆରମ୍ଭ ହୋଇଥାନ୍ତା ନାସାର ଐତିହାସିକ ମହାକାଶଯାତ୍ରା। ଦଶନ୍ଧି ପରେ ପୁଣିଥରେ ମହାକାଶକୁ ମାନବ ପଠାଇବାକୁ ଯୋଜନା କରିଥିଲା ଆମେରିକା ମହାକାଶ ଗବେଷଣା ସଂସ୍ଥାନ ନାସା(ନ୍ୟାସ୍‌ନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ୍ ଆଡ୍‌ମିନିଷ୍ଟ୍ରେସନ୍)। କିନ୍ତୁ ଖରାପ ପାଗ ସବୁ ବିଗାଡ଼ିଦେଲା। କାଉଣ୍ଟଡାଉନ୍‌ ଆରମ୍ଭ ହେବାର ୧୬ ମିନିଟ୍ ପୂର୍ବରୁ ଏହାର ପରୀକ୍ଷଣ ବନ୍ଦ କରିଦିଆଯାଇଛି। ପାଗ ଖରାପ ଓ ଭୟଙ୍କର ବଜ୍ରପାତ ଯୋଗୁ ଏହାର ପରୀକ୍ଷଣକୁ ଶନିବାରକୁ ଘୁଞ୍ଚାଇ ଦେଇଛି ନାସା।

ପ୍ରାୟ ଏକ ଦଶନ୍ଧି ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ମହାକାଶକୁ ପୁଣି ଥରେ ନିଜର ମହାକାଶଚାରୀଙ୍କୁ ପଠାଇବାକୁ ଯୋଜନା କରିଥିଲା। ଏକ ଘରୋଇ ସ୍ପେସ୍ ଫ୍ଲାଇଟ୍ କଂପାନୀ ସ୍ପେସ୍ ଏକ୍ସ ଦ୍ୱାରା ନାସା ନିଜର ଏହି ଲଞ୍ଚିଂ ପାଇଁ ପ୍ରସ୍ତୁତ  କରିଛି।

ସ୍ପେସ୍ ଏକ୍ସ ଫାଲ୍‌କନ୍ -୯ ରକେଟ୍ ଏବଂ କ୍ରିଉ ଡ୍ରାଗନ୍ ସ୍ପେସ୍ କ୍ରାଫ୍ଟ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ମହାକାଶକୁ ଯିବ। ସ୍ତାନୀୟ ସମୟ ଅପରାହ୍ନ ୪ଟା ୩୩ ବା ଭାରତୀୟ ସମୟ ଆଜି ଭୋର ୨ଟା ୩ରେ ଫ୍ଲୋରିଡ଼ାର କେନେଡିସ୍ ଲଞ୍ଚ୍ କମ୍ପ୍ଲେକ୍ସରୁ ଏହି ରକେଟ୍‌ ଉତ୍‌କ୍ଷେପଣ ହେବାର ଥିଲା।

ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ପ୍ରାୟ ଏକ ଦଶନ୍ଧି ପରେ ଆମେରିକା ମାଟିରୁ ମହାକାଶକୁ ମାନବ ପଠାଉଛି। ଏହି ମିଶନ ସଫଳ ହେଲେ ମହାକାଶ ବିଜ୍ଞାନ ସଂପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ଫାଲ୍‌କନ୍ ୯ ରକେଟ୍ ପୂର୍ବରୁ ମାନବ ବିହିନ ଭାବେ ୮୫ ଥର ସଫଳ ଉତ୍‌କ୍ଷେପଣ ହୋଇଥିଲେ ସୁଦ୍ଧା ଏବେ ମହାକାଶଚାରୀଙ୍କୁ ପଠା ଯାଉଥିବାରୁ ବିପଦ ମଧ୍ୟ ରହିଛି। ୨୦୧୮ ମସିହାରେ କ୍ରିଉ ଡ୍ରାଗନ୍ ସ୍ପେସ୍ କ୍ରାଫ୍ଟର ପରୀକ୍ଷାମୂଳକ ଉତ୍‌କ୍ଷେପଣ ବେଳେ ଏହା ଲଞ୍ଚପ୍ୟାଡ୍‌ରେ ହିଁ ବିସ୍ଫୋରଣ ହୋଇଯାଇଥିଲା।

ପରେ ନାସା ଓ ସ୍ପେସ୍ ଏକ୍ସ ପକ୍ଷରୁ ଏହାର ଯାଞ୍ଚ କରାଯାଇଥିଲା। ପରବର୍ତ୍ତି ସମୟରେ ଏହାର ପରୀକ୍ଷଣ ସଫଳ ହୋଇଥିଲା। ଏବେ ସ୍ୱତନ୍ତ୍ର ଭାବେ ଏକ କ୍ୟାପ୍‌ସୁଲ୍‌କୁ ପ୍ରସ୍ତୁତ କରାଯାଇଛି। ଯାହା ମହାକାଶଚାରୀଙ୍କୁ ସୁରକ୍ଷିତ ଭାବେ ମହାକାଶକୁ ନେଇଯାଇପାରିବ।

 

You might also like