‘ଫେୟାର ଆଣ୍ଡ ଲଭ୍‌ଲି’ରୁ ହଟିବ ‘ଫେୟାର’

ନୂଆଦିଲ୍ଲୀ: ଫେୟାର୍ ଆଣ୍ଡ ଲଭଲିରୁ ଆଉଟ୍ ହେବ ଫେୟାର୍ । ଅର୍ଥାତ ଏଣିକି ଫେୟାରନେସ୍ କ୍ରିମ୍ ଫେୟାର ଆଣ୍ଡ ଲଭ୍‌ଲିରେ ରହିବନି ଫେୟାର୍ ଟାଗ୍ ଲାଇନ୍। ଫେୟାର୍ ଶବ୍ଦକୁ ହଟାଇବାକୁ ନିଷ୍ପତ୍ତି ନେଇଛି ହିନ୍ଦୁସ୍ତାନ ୟୁନିଲିଭର୍ କମ୍ପାନୀ।

କ୍ରିମର ନୂଆ ନାଁକୁ ନେଇ ଏବେ କମ୍ପାନୀ ଚିନ୍ତା କରୁଛି। ତେବେ ଏହାର ନୂଆ ନାମ ‘ ଗ୍ଲୋ ଆଣ୍ଡ ଲଭ୍‌ଲି’ ରଖିପାରେ ବୋଲି ଆଲୋଚନା ହେଉଛି। ଖାଲି ଫେୟାର୍ ନୁହେଁ, ୟୁନିଲିଭର୍ କମ୍ପାନୀ ନିଜ ବିଉଟି ପ୍ରଡକ୍ଟରୁ ହ୍ବାଇଟ୍ ଏବଂ ଲାଇଟ୍ ଭଳି ଶବ୍ଦକୁ ହଟାଇବାକୁ ଯୋଜନା କରୁଛି।

ବର୍ଣ୍ଣ ବୈଷମ୍ୟତାକୁ ନେଇ Fair & Lovelyକୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଆମେରିକାରେ ବର୍ଣ୍ଣ ବୈଷମତାକୁ ନେଇ ତେଜିଥିବା BLAK LIVES MATTER ଆନ୍ଦୋଳନର ଏହା ପ୍ରଭାବ ବୋଲି କୁହାଯାଉଛି।  ସେହିପରି ଫିଲ୍ମ ନିର୍ଦ୍ଦେଶିକା ନନ୍ଦିତା ଦାସ, ଅଭିନେତ୍ରୀ ବିପାଶା ବାସୁ, ତମନ୍ନା ଭାଟିଆ ପ୍ରମୁଖ ଏହାକୁ ନେଇ କ୍ୟାମ୍ପେନ୍ ଆରମ୍ଭ କରିଥିଲେ।

ଭାରତରେ ମିଳୁଥିବା ଫେୟାରନେସ୍ କ୍ରିମ୍‌ରୁ ଫେୟାର୍ ଭଳି ଶବ୍ଦକୁ ହଟାଇବା ସହ ଏହାକୁ ନେଇ ଥିବା ନିର୍ଦ୍ଦିଷ୍ଟ ବିଜ୍ଞାପନକୁ ବାଦ୍ ଦେବାକୁ ଜୋର ଧରିଛି ଦାବି।  କେବଳ ଫେୟାର ଆଣ୍ଡ ଲଭ୍‌ଲି କ୍ରିମ୍‌କୁ ହିଁ କମ୍ପାନୀ ବର୍ଷକୁ ପାଖାପାଖି ୫୦ କୋଟି ଡଲାରରୁ ଅଧିକ ବ୍ୟବସାୟ କରିଥାଏ । ଭାରତ ବ୍ୟତୀତ ବାଙ୍ଗଲାଦେଶ, ଇଣ୍ଡୋନେସିଆ, ଥାଇଲାଣ୍ଡ ଓ ପାକିସ୍ତାନ ଆଦି ଦେଶରେ ମଧ୍ୟ ଏହି ଫେୟାରନେସ୍ କ୍ରିମ୍ ବିକ୍ରି ହୋଇଥାଏ।

 

ଆହୁରି ପଢ଼ନ୍ତୁ

ଗାଁ ଭିତରେ ଅଳିଆ ଫିଙ୍ଗିଥିବାରୁ କରନ୍‌ ଜୋହରଙ୍କୁ କ୍ଷମା ମାଗିବାକୁ କହିଲେ ଗୋଆ ସରକାର

ପ୍ରଧାନମନ୍ତ୍ରୀ ଦେଲେ ପ୍ରତିଶ୍ରୁତି-ସମସ୍ତଙ୍କୁ ଟିକା ମିଳିବ, କେହି ବାଦ୍‌ ପଡ଼ିବେନି

ଜୁଲାଇ ସୁଦ୍ଧା ୧୦କୋଟି ଲୋକଙ୍କୁ ମିଳିପାରିବ କରୋନା ଟିକା

କୁକୁର ବନ୍ଧା ଚେନ୍‌ରେ ପତ୍ନୀଙ୍କ ଗଳା ଚିପି ହତ୍ୟା କଲେ ସ୍ୱାମୀ, ୨ ମାସ ତଳେ ହୋଇଥିଲା ଲଭ୍‌ ମ୍ୟାରେଜ୍

‘ମୁଁ ଦୁଷ୍କର୍ମର ଶିକାର ହୋଇଥାନ୍ତି, ମୋତେ ମାରି ଦିଆଯାଇ ଥାନ୍ତା’

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କରୋନା

ବିହାର ଇଲେକ୍ସନ ପ୍ରଚାର; କାହାକୁ ଜଙ୍ଗଲ୍ ରାଜ୍‌ର ଯୁବରାଜ କହିଲେ ମୋଦି ?

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମସ୍ତିଷ୍କକୁ ପ୍ରଭାବିତ କରୁଛି ଭୂତାଣୁ !

ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ବଢ଼ିଲା

ନିକିତା ତୋମାର ମର୍ଡର କେଶ୍‌କୁ ନେଇ ରାଜନୀତି କରାଯାଉଥିବା ଅଭିଯୋଗ

ଭୁଲ୍‌ ପାଇଁ ଟ୍ୱିଟରକୁ ଲିଖିତ ଉତ୍ତର ମାଗିଲା ସଂଯୁକ୍ତ ସଂସଦୀୟ କମିଟି

ଏନଡିଏ ଯାହା କହେ, ତାହା କରେ-ପ୍ରଧାନମନ୍ତ୍ରୀ

You might also like