ପାକିସ୍ତାନରେ ୩୦୦ ହିନ୍ଦୁ ପରିବାରକୁ ଦଙ୍ଗାକାରୀଙ୍କ କବଳରୁ ବଞ୍ଚାଇଲେ ପଡୋଶୀ

ଇସ୍‌ଲାମ୍‌ବାଦ: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଥିବା ଅଳ୍ପସଂଖ୍ୟକ ହିନ୍ଦୁ ଉପରେ ଆକ୍ରମଣ କମିବାର ନାଁ ନେଉନି। ଗତ ରବିବାର ମୁସ୍‌ଲିମ କଟ୍ଟରପନ୍ଥୀ ସିନ୍ଧ ଅଞ୍ଚଳର ଏକ ହିନ୍ଦୁ ମନ୍ଦିର ଭଙ୍ଗାରୁଜା କରିଛନ୍ତି। ଏଥିସହିତ ଆଖପାଖ ଅଞ୍ଚଳରେ ଥିବା ୩୦୦ ହିନ୍ଦୁ ପରିବାରକୁ ନିର୍ଦ୍ଧୁମ ପିଟିଛନ୍ତି ଏବଂ ଏହି ସ୍ଥାନ ଛାଡ଼ି ଚାଲିଯିବାକୁ ଧମକ ଦେଇଛନ୍ତି। ଶେଷରେ ଏହି ଇଲାକାରେ ରହୁଥିବା ମୁସ୍‌ଲିମ ପରିବାରର ଲୋକମାନେ ଦଙ୍ଗାକାରୀମାନଙ୍କୁ ରୋକିବା ସହ ହିନ୍ଦୁ ପରିବାରକୁ ସୁରକ୍ଷା ଯୋଗାଇଛନ୍ତି।

ଡନ୍‌ ଖବରକାଗଜ ଅନୁଯାୟୀ, ସିନ୍ଧ ପ୍ରାନ୍ତର ଏହି ଇଲାକାରେ ୩୦୦ ହିନ୍ଦୁ ପରିବାର ଏବଂ ୩୦ ହିନ୍ଦୁ ପରିବାର ରହୁଥିଲେ। ରବିବାର ସକାଳେ ଏହି ହିନ୍ଦୁ ମନ୍ଦିର ଭିତରେ ଏକତ୍ରିତ ହୋଇଥିଲେ। ଏହି ସମୟରେ ଦାଙ୍ଗାକାରୀମାନେ ମନ୍ଦିର ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ତେବେ ଏକମାତ୍ର ପ୍ରବେଶପଥ ଦେଇ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିବାବେଳେ ଦଙ୍ଗକାରୀମାନେ ହିନ୍ଦୁ ଲୋକଙ୍କୁ ନିସ୍ତୁକ ପଟିଥିଲେ। କେତେକ ଦଙ୍ଗାକାରୀ ହିନ୍ଦୁଙ୍କ ପରିବାର ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଥିଲେ।

ତେବେ ମନ୍ଦିରର ପରିସର ଏବଂ ଆଖପାଖ ଅଞ୍ଚଳରେ ଥିବା ମୁସଲିମ ସଂପ୍ରଦାୟର ଲୋକେ ତୁରନ୍ତ ମନ୍ଦିର ଦ୍ୱାର ପାଖରେ ପହଞ୍ଚି ଦଙ୍ଗାକାରୀମାନଙ୍କୁ ମନ୍ଦିର ଭିତରକୁ ପଶିବାକୁ ଦେଇ ନ ଥିଲେ। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ଅନ୍ୟଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦଙ୍ଗାକାରୀମାନେ ମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଏହି ଘଟଣା ପରେ ଏଠାରେ ରହୁଥିବା ପ୍ରାୟ ୬୦ ହିନ୍ଦୁ ପରିବାର ଉକ୍ତ ଅଞ୍ଚଳ ଛାଡ଼ି ଚାଲି ଯାଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ

ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ବ୍ୟାଙ୍କ୍‌ ନୋଟ୍‌ ଦ୍ୱାରା ବ୍ୟାପିବ କି କରୋନା ସଂକ୍ରମଣ ? ସାମ୍ନାକୁ ଆସିଲା ନୂଆ ତଥ୍ୟ

ଭୀଷଣ ବାତ୍ୟାର ରୂପ ନେଇ ଆଜି ଲ୍ୟାଣ୍ଡଫଲ୍‌ କରିପାରେ ‘ନିଭାର’, ହାଇ ଆଲର୍ଟ ଜାରି

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ପରଲୋକ

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’

ଜୀବନକୁ ବାଜି ଲଗାଇ ଚାରି ଜଣଙ୍କୁ ବଞ୍ଚାଇଲା ଗର୍ଭବତୀ କୁକୁର

ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଣି ୪୩ ଚାଇନିଜ୍ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର

କରୋନା ଟିକା ନେଇ କ’ଣ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ?

ହଠାତ୍‌ ଲାଲ୍‌ ହୋଇଗଲା ନଦୀର ପାଣି, ଦୋଷୀକୁ ଧରାଇ ଦେଲେ ମିଳିବ ପୁରସ୍କାର

ସୋନୁ ସୁଦ୍‌ଙ୍କର ଅଜବ୍‌ ଫ୍ୟାନ୍‌, ଦେଖା କରିବାକୁ ସାଇକେଲ୍‌ରେ ବିହାରରୁ ମୁମ୍ୱାଇ ଯାତ୍ରା କରିବେ

ମାଓବାଦୀଙ୍କ ହାତକୁ ସୁରକ୍ଷାକର୍ମୀଙ୍କ ବନ୍ଧୁକ ଆସିଲା କେମିତି ?

You might also like