କୋଭିଡ ଆକ୍ରାନ୍ତ ଯୁବକଙ୍କ ସଫଳ ଅସ୍ତ୍ରୋପଚାର କରି ରେକର୍ଡ କଲେ ଡାକ୍ତରୀ ଟିମ୍‌

ମଣ୍ଡି; ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ଶ୍ରୀ ଲାଲ୍‌ ବାହାଦୁର ଶାସ୍ତ୍ରୀ ମେଡିକାଲ କଲେଜ ନେରଚୌକ୍‌ କରୋନା ପଜିଟିଭ ରୋଗୀଙ୍କର ଚିକିତ୍ସାକୁ ନେଇ ଏବେ ଚର୍ଚ୍ଚାରେ । ପ୍ରଥମେ ଏଠାରେ ଜଣେ କରୋନା ପଜିଟିଭ ମହିଳାଙ୍କ ସପଳ ସିଜରିଆନ ଡେଲିଭରି କରାଇ ଚର୍ଚ୍ଚାକୁ ଆସିଥିଲେ ଡାକ୍ତରୀ ଟିମ୍‌ । ପରେ ଅନ୍ୟ ଦୁଇଜଣ କରୋନା ଆକ୍ରାନ୍ତ ମହିଳାଙ୍କର ପ୍ରସବ ସଫଳତାର ସହ କରାଇଥିଲେ । ଏପରି ଚିକିତ୍ସା କରାଇବାରେ ଏହା ପ୍ରଦଶେର ପ୍ରଥମ ମେଡିକାଲ କଲେଜ ଅଟେ । ଏବେ ଏହି କଲେଜର ଡାକ୍ତର ଜଣେ କରୋନା ପଜିଟିଭ ଡାକ୍ତର ଯୁବକଙ୍କ ଆଙ୍ଗୁଠିରେ ସଫଳ ଅସ୍ତ୍ରପଚାର କରି ଏକ ନୂଆ ରେକର୍ଡ କରିଛନ୍ତି ।

ହମିରପୁର ଜିଲ୍ଲାର ଜଣେ ୧୭ ବର୍ଷ ବୟସ୍କ ଯୁବକଙ୍କର ଅଙ୍ଗୁଠି କଟି ଯାଇଥିଲା ଏବଂ ହାଡ ଭାଙ୍ଗି ଯାଇଥିଲା । ଯୁବକ ଜଣକ କରୋନା ପଜିଟିଭ ଥିଲେ । ଏଥିପାଇଁ ସର୍ଜରୀର ଆବଶ୍ୟକତା ଥିଲା । ଯୁବକଙ୍କୁ ନେରଚୌକ ରେଫର କରାଯାଇଥିଲା ।
ସେଠାରେ ଡାକ୍ତର ଲୋକେଶ, ଡା. ଅପୂର୍ବା ଏବଂ ଷ୍ଟାଫ୍ ନର୍ସ ଶୌଳଜା ଯୁବକଙ୍କ ଆଙ୍ଗୁଠିର ଅସ୍ତ୍ରୋପଚାର କରିଥିଲେ ଏବଂ ଏହି ଅସ୍ତ୍ରୋପଚାର ମଧ୍ୟ ସଫଳ ହୋଇଥିଲା । ଏବେ ଯୁବକ ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଡାକ୍ତରୀ ଟିମ୍ ତାଙ୍କ ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି ।

ଆହୁରି ପଢ଼ନ୍ତୁ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ଶିବାଙ୍ଗୀ ସିଂ ହେବେ ଲଢୁଆ ବିମାନ ରାଫେଲ୍‌ର ପ୍ରଥମ ମହିଳା ପାଇଲଟ୍‌

ଓଡ଼ିଶାରୁ ସୁରତକୁ ଟ୍ରକ୍‌ରେ ଏମିତି ଚାଲାଣ ହେଉଥିଲା ଲକ୍ଷାଧିକ ଟଙ୍କାର ଗଞ୍ଜେଇ

ଓ୍ୱାର୍କିଂ ଜର୍ଣ୍ଣାଲିଷ୍ଟ ସଂଜ୍ଞାରେ ଡିଜିଟାଲ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆ ସାମ୍ବାଦିକ ସାମିଲ

ବିସ୍ଫୋରଣ ପରେ ONGC ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

You might also like