ଚୀନରୁ ଚିହ୍ନଟ ହେଲା ଆଉ ଏକ ଭୟଙ୍କର ଭୂତାଣୁ: ପୁଣି ଏକ ମହାମାରୀ ଆଶଙ୍କା !

ୱାଶିଂଟନ: ଚୀନର ଉହାନ ସହରରୁ ଉତ୍ପତି ଲାଭ କରିଥିବା କରୋନା ଭାଇରସ୍ ସହିତ ଏବେ ସାରା ବିଶ୍ୱ ଲଢୁଛି। ଏପରି ସମୟରେ ଆଉ ଏକ ଖରାପ ଖବର ଆସିଛି  ଚୀନ୍‌ରୁ । ୨୦୦୯ ରେ ସାରା ବିଶ୍ୱରେ ଏମିତି ଆତଙ୍କ ସୃଷ୍ଟି କରିଥିବା ସ୍ୱାଇନ୍‌ ଫ୍ଲୁର ଆଉ ନୂଆ ଫର୍ମ ପୁଣି ଚୀନ୍‌ରେ ଦେଖିବାକୁ ମିଳିଛି।  ଏହି ଜୀବାଣୁ କେବଳ H1N1 ଠାରୁ ଖାଲି ଅଧିକ ଶକ୍ତିଶାଳୀ ନୁହେଁ, ବରଂ ଯେ କୌଣସି ପରିବେଶରେ ଶୀଘ୍ର ବିସ୍ତାର କରିବାରେ ଏହା ସକ୍ଷମ ଅଟେ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଏହି ଜୀବାଣୁ କରୋନା ସଂକ୍ରମଣ ଠାରୁ ଆହୁରି ଭୟଙ୍କର ହୋଇପାରେ।

ଆମେରିକାର ବିଜ୍ଞାନ ପତ୍ରିକା PNAS ରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି, ଏକ ନୂତନ ଜୀବାଣୁ ସ୍ୱାଇନ୍ ଫ୍ଲୁ ଚିହ୍ନଟ ହୋଇଛି ଯାହାର ନାମ G4  ରଖାଯାଇଛି । ଏହା ମଣିଷମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଏବଂ ସହଜରେ ମହାମାରୀରେ ପରିଣତ ହେବାକୁ ସକ୍ଷମ ଅଟେ । ଚାଇନିଜ୍ ୟୁନିଭରସିଟି ଏବଂ ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ମଧ୍ୟ ଏହି ଜୀବାଣୁ ମିଳିବା ନିଶ୍ଚିତ କରିଛନ୍ତି। ରିପୋର୍ଟ ଅନୁଯାୟୀ, ୨୦୧୧  ରୁ ୨୦୧୮  ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଘୁଷୁରିଙ୍କ ନାକରୁ ମିଳିଥିବା ୩୦ ହଜାରରୁ ଅଧିକ ନମୁନା ଯାଞ୍ଚ କରିଛନ୍ତି। ଏଥିରୁ ୧୭୯ ପ୍ରକାର ସ୍ୱାଇନ ଫ୍ଲୁ ଭାଇରସ୍‌ ପାଇଛନ୍ତି । ହେଲେ ୨୦୧୬ ପରେ ଏକ ପ୍ରକାର ଭାଇରସ ମିଳିଥିଲା ଯାହା ସବୁଠାରୁ ବେଶି ବିପଜ୍ଜନକ ଅଟେ ବୋଲି ଏହି ରପୋର୍ଟରେ କୁହାଯାଇଛି ।

ବୈଜ୍ଞାନିକଙ୍କ ଅନୁଯାୟୀ, G4 ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିର ପ୍ରାରମ୍ଭିକ ଲକ୍ଷଣ ହେଉଛି ଜ୍ୱର, କାଶ ଏବଂ ଥଣ୍ଡା। କିନ୍ତୁ ଏହା ଅନ୍ୟ ଲୋକଙ୍କଠାରେ ଶୀଘ୍ର ବ୍ୟାପିଥାଏ । ଏହାର ଲକ୍ଷଣଗୁଡ଼ିକ ଖୁବ୍‌ ଶୀଘ୍ର ଗମ୍ଭୀର ରୂପ ନେଇଥାଏ ଯାହା ମାନବ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ  ହୋଇପାରେ । ସିଜିନାଲ ଫ୍ଲୁ ପାଇଁ ଶରୀରରେ ଯେଉଁ ଆଣ୍ଟିବଡି ତିଆରି ହୋଇଥାଏ ତାହା ଏହି ଭାଇରସକୁ ପ୍ରତିରୋଧ କରିପାରେ ନାହିଁ।  ଏହା ଖୁବ୍‌ କମ୍ ସମୟ ମଧ୍ୟରେ ବିଶ୍ୱର ୪ରୁ ୪.୪ ପ୍ରତିଶତ ଜନସଂଖ୍ୟାକୁ ଅସୁସ୍ଥ କରିବାରେ ସଫଳ ହୋଇପାରେ । ଏହି ଜୀବାଣୁ ପଶୁମାନଙ୍କ ମାଧ୍ୟମରେ ମଧ୍ୟ ମଣିଷଙ୍କ ଶରୀରକୁ ପ୍ରବେଶ କରିଥାଏ। ତେବେ ଚିନ୍ତାର ବିଷୟ ଏହା ଯେ, କରୋନା ପରି ଏହି ଭାଇରସ ମଣିଷରୁ ମଣିଷ ଶରୀରକୁ ମଧ୍ୟ ସଂକ୍ରମିତ ହୋଇଥାଏ।

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ପ୍ରାଣୀ ଚିକିତ୍ସା ବିଭାଗର ମୁଖ୍ୟ ଡ.ଜେମ୍ସ ବୁଡଙ୍କ ଅନୁଯାୟୀ ସମସ୍ତ ଦେଶ ସେମାନଙ୍କ ଘୁଷୁରୀ ପାଳୁଥିବା ସ୍ଥାନ ଉପରେ ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ। କାରଣ ଘୁଷୁରି ଏବଂ ଅନ୍ୟ ପଶୁଙ୍କ ଶରୀରରେ ଏହି ଭାଇରସ୍‌  ପୂର୍ବ ଅପେକ୍ଷା ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି । ତେବେ ପୋଷା ଜୀବଜନ୍ତୁଙ୍କ ତୁଳନାରେ  ବଣୁଆ ଜନ୍ତୁ  ଅଧିକ ବିପଜ୍ଜନକ ବୋଲି ସେ କହିଛନ୍ତି। ଏହାକୁ ଜୁନୋଟିକ୍ ସଂକ୍ରମଣ କୁହାଯାଏ । ନୂତନ ଜୀବାଣୁ ପ୍ରକାର ଅତ୍ୟନ୍ତ ବିପଜ୍ଜନକ ଅଟେ ।

ସାରା ବିଶ୍ୱ ରେ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୦ ନିୟୁତ ଅତିକ୍ରମ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଶ୍ୱାସ କରେ ଯେ ଏହି ମହାମାରୀର ସବୁଠାରୁ ଖରାପ ରୂପ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଜିବ୍ରିଓସ୍ କହିଛନ୍ତି ଯେ ଯଦି ବିଶ୍ୱର ସରକାରମାନେ ସଠିକ୍ ନୀତି ପାଳନ ନକରନ୍ତି, ତେବେ ଏହି ଭାଇରସ୍‌ ଅଧିକ ଭୟଙ୍କର ରୂପ ନେବ। ଏକ ଭର୍ଚୁଆଲ ବ୍ରିଫିଂରେ ସେ କହିଛନ୍ତି ଯେ, ଖୁବ୍‌ ଶୀଘ୍ର ଆମ ନିୟମିତ ଜୀବନକୁ ଫେରିବାକୁ ଆମେ ସମସ୍ତେ ଚାହୁଁଛୁ, କିନ୍ତୁ ଏହା କଠୋର ସତ୍ୟ ଯେ, ଆମେ ଏବେ ବି ମହାମାରୀ କରୋନାଠାରୁ ସମ୍ପୂର୍ଣ୍ଣ ମୁକ୍ତି ପାଇ ନାହୁଁ।

 

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like