ଆନ୍ଧ୍ର-ତେଲେଙ୍ଗାନା ସୀମାରେ ଛଟପଟ ହେଉଥିଲେ କୋଭିଡ ରୋଗୀ, ପୋଲିସ ପହଞ୍ଚାଇଲା ଅକ୍ସିଜେନ

ହାଇଦ୍ରାବାଦ: ଦେଶରେ କରୋନା ମହାମାରୀର କରାଳ ଗ୍ରାସରେ ସମସ୍ତେ ଥରହର । ସବୁ କୋଣରୁ ଆସୁଛି ହୃଦୟ ବିଦାରକ ଘଟଣା । ଏଥିସହିତ ଦେଖିବାକୁ ମିଳୁଛି ଅନେକ ମାନବକ ସମ୍ବେଦନଶୀଳ ଉଦାହରଣ । ଏମିତି ଏକ ଖବର ଆସିଛି ତେଲେଙ୍ଗାନା-ଆନ୍ଧ୍ର ସୀମାରୁ । ଖାଲି ଖବର ନୁହେଁ, ଏହାର ଫଟୋ ଦେଖିଲେ ଆପଣଙ୍କର ବି ହୃଦୟ ବି ଥରି ଯିବ।

ଆନ୍ଧ୍ର-ତେଲେଙ୍ଗାନା ମଧ୍ୟରେ ଲାଗି ରହିଥିବା ବିବାଦର ଫଳ ଏଠାରେ କରୋନା ରୋଗୀମାନେ ହିଁ ଭୋଗୁୁୁଛନ୍ତି । ତେଲେଙ୍ଗାନା ପୋଲିସ ଆନ୍ଧ୍ର ପ୍ରଦେଶ ସୀମାରୁ ଆସୁଥିବା ଆମ୍ବୁଲାନ୍ସକୁ ନିଜ ରାଜ୍ୟ ସୀମାକୁ ପଶିବାକୁ ଦେଉନି । ଫଳରେ ଆନ୍ଧ୍ର-ତେଲେଙ୍ଗାନା ସୀମାରେ ଅନେକ ଆମ୍ବୁଲାନ୍ସକୁ ଅଟକାଇ ରଖାଯାଇଛି । ଅନେକ ଆମ୍ବୁଲାନ୍ସକୁ ଫେରାଇ ଦିଆଯାଇଛି । ଏହି ଆମ୍ବୁଲାନ୍ସ ମଧ୍ୟରୁ ଅଧିକାଂଶରେ କୋଭିଡ ରୋଗୀ ହିଁ ଥିଲେ ଯେଉଁମାନଙ୍କର ଅବସ୍ଥା ଗୁରୁତର ଥିଲା ଏବଂ ତୁରନ୍ତ ଚିକିତ୍ସାସେବା ଜରୁରୀ ଥିଲା । ଅନେକ ଆମ୍ବୁଲାନ୍ସରେ ରୋଗୀ ଅପେକ୍ଷା କରି ରହିଥିଲେ କାଳେ ଯିବାକୁ ଅନୁମତି ମିଳିଯିବ ।

ସୂଚନାଥାଉ କି, ଆନ୍ଧ୍ରରୁ ଆସୁଥିବା ରୋଗୀଙ୍କୁ ସୀମାରେ ଭର୍ତ୍ତି ନ କରିବା ପାଇଁ ତେଲେଙ୍ଗାନା ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ଦେଇଥିଲେ । ତେବେ ସଚିବଙ୍କ ଏପରି ଆଦେଶ ଉପରେ ହାଇକୋର୍ଟ ରୋଗ ଲଗାଇଛନ୍ତି । ହାଇକୋର୍ଟଙ୍କ ଏହି ରାୟ ରୋଗୀଙ୍କୁ ଆଶ୍ଵସ୍ତି ଦେଇଛି । ସ୍ଥିତିର ଗମ୍ଭୀରତାକୁ ଦେଖି ରାଜ୍ୟ ହାଇକୋର୍ଟ ଏହି ଆଦେଶ ଉପରେ ପ୍ରତବନ୍ଧକ ଲଗାଇଛନ୍ତି ।

ତେଲେଙ୍ଗାନା ସରକାରଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଥିଲା ଯେ, ଡାକ୍ତରଖାନାର ଆପଏଣ୍ଟମେଣ୍ଟ ଦେଖାଇଲେ ହିଁ ରୋଗୀଙ୍କ ସହ ଆମ୍ବୁଲାନ୍ସକୁ ରାଜ୍ୟ ସୀମା ଭିତରକୁ ଛଡାଯିବ । ଏହି ନିର୍ଦ୍ଦେଶ ମିଳିବା ପରେ ଅନ୍ୟ ରାଜ୍ୟରୁ ଆସୁଥିବା ଆମ୍ବୁଲାନ୍ସକୁ ପ୍ରବେଶ ପଥରେ ଅଟକାଇ ଦିଆଯାଇଥିଲା । ତେବେ ହାଇକୋର୍ଟଙ୍କ କହିଛନ୍ତି, ସାମ୍ବିଧାନିକ ନିୟମ ଅନୁସାରେ ବ୍ୟକ୍ତିଙ୍କ ଜନ୍ମସ୍ଥାନ, ନିବାସ ସ୍ଥାନ ଆଧାରରେ କୌଣସି ଭେଦଭାବ ରହିବା ଉଚିତ ନୁହେଁ । ନିଜ ଇଚ୍ଛା ଅନୁସାରେ ଯିବାଆସିବା କରିବା ତଥା ଜୀବନ ଓ ଚିକିତ୍ସା ସୁବିଧା ପାଇବାର ଅଧିକାର ରହିଛି । ତେଣୁ ସରକାର ଏପରି ଆମ୍ବୁଲାନ୍ସକୁ ଅଟକାଇ ପାରିବେ ନାହିଁ ।

ଯାହା ବି ହେଉ, ପ୍ରବେଶ ପଥରେ କଟକଣା ଯୋଗୁ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ଅକ୍ସିଜେନ ଦେବା ପାଇଁ ବିକଳ ହେଉଥିଲେ । ସ୍ୱାମୀଙ୍କ ଚିକିତ୍ସା ପାଇଁ ତିରୁପତିରୁ ସେ ହାଇଦ୍ରାବାଦ ଯିବାକୁ ଚାହୁଁଥିଲେ । ମହିଳାଙ୍କ କହିବା ଅନୁଯାୟୀ, ସ୍ୱାମୀ ମୀଙ୍କୁ ଜୀବିତ ରଖିବା ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ଥିଲା । ରାଜ୍ୟ ସୀମା ପାର ହେବା ପରେ ହାଇଦ୍ରାବାଦ ଯିବା ପାଇଁ ଅନୁମତି ଦେବାକୁ ସେ କାକୁତିମିନତି ହେଉଥିଲେ, କାଳେ ସେଠାରେ ତାଙ୍କ ସ୍ୱାମୀଙ୍କୁ ସେଠାରେ ଭେଣ୍ଟିଲେଟର ମିଳିଯିବ ଏବଂ ତାଙ୍କ ଜୀବନ ବଞ୍ଚଯିବ ।

ହେଲେ ସୀମାରେ କନରୁଲରେ ତେଲେଙ୍ଗାନା ପକ୍ଷରୁ ସୀମା ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଫଳରେ ତାଙ୍କ ସ୍ୱାମୀଙ୍କ ଅବସ୍ଥା ଆହୁରି ଖରାପ ହୋଇଯାଇଥିଲା । ହେଲେ ସୀମାରେ ପୋଲିସ ପକ୍ଷରୁ ତାଙ୍କ ପାଇଁ ଅକ୍ସଜେନ ସିଲିଣ୍ଡରର ବ୍ୟବସ୍ଥା କରି ଦିଆଯାଇଥିଲା ଯାହା ତାଙ୍କ ପାଇଁ ନିଆତି ଜରୁରୀ ଥିଲା । ପରେ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

ଆମ୍ବୁଲାନ୍ସ ଡ୍ରାଇଭର ଅମାନୁଲ୍ଲାହ ଖାନ କହିବା ଅନୁସାରେ, ରୋଗୀ ଏତେ ଘଣ୍ଟା ଧରି ଅପେକ୍ଷା କରିବା ପରେ ଯଦି ରୋଗୀଙ୍କର କିଛି ହୋଇଯିବ ତେବେ ଆନ୍ଧ୍ର ବା ତେଲେଙ୍ଗାନା ସରକାର ଏଥିପାଇଁ ଉତ୍ତରଦାୟୀ ରହିବେ ? ଏଠି କହି ରଖିବୁ, ହାଇଦ୍ରାବାଦରେ ଏକ ପ୍ରମୁଖ ମେଡିକାଲ ହବ ରହିିଛି । ସାରା ଦେଶରୁ ଲୋକେ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ଗତ ଏକ ବର୍ଷ ମଧ୍ୟରେ ଏଠାରେ ବେଡ ସଂଖ୍ୟା ୧୮ ହଜାରରୁ ବୃଦ୍ଧି କରାଯାଇ ୫୪ ହଜାର କରାଯାଇଛି । ହାଇଦ୍ରାବାଦରେ ୪୫ ପ୍ରତିଶତ ଆଇସିୟୁ ବେଡରେ ବାହାର ରାଜ୍ୟରୁ ଆସିଥିବା ରୋଗୀ ଚିକିତ୍ସିତ ହେଉଛନ୍ତି ।

You might also like