ଫାଇଭ୍‌ ଷ୍ଟାର୍ ହୋଟେଲ୍‌ରେ ଚାଲିଥିଲା ସେକ୍ସ ରାକେଟ୍‌, ଧରାପଡ଼ିଲେ ଫିଲ୍ମ ନିର୍ମାତାଙ୍କ ସମେତ ୨ ମହିଳା

ମୁମ୍ବାଇ(ସୁରେଶ ଦାଶ): ଫିଲ୍ମରେ ଅଭିନୟ କରିବାର ଲୋଭ ଦେଖାଇ ମଡେଲ୍‌ ଓ ଅଭିନେତ୍ରୀଙ୍କୁ ନିଜ ଜାଲରେ ଫସାଉଥିଲେ। ପରେ ସେମାନଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରୁଥିଲେ। ମୁମ୍ବାଇରେ ଏମିତି ଏକ ହାଇପ୍ରୋଫାଇଲ୍‌ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ଏଥିରେ ସାମିଲ ଥିବା ୮ଜଣ ମଡେଲ୍‌ଙ୍କୁ ପୋଲିସ୍‌ ଛାଡ଼ି ଦେବା ସହ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି।

ବିଶେଷ ସୂତ୍ରରୁ ଖବର ପାଇ, ଜାନୁଆରୀ ୧୯ ତାରିଖ ରାତିରେ ମୁମ୍ବାଇ ପୋଲିସ୍‌ କ୍ରାଇମ୍‌ ବ୍ରାଞ୍ଚ ଜୁହୁ ସମୁଦ୍ରକୂଳ ନିକଟରେ ଥିବା ଏକ ଫାଇଭ୍‌ ଷ୍ଟାର ହୋଟେଲ୍‌ରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ହୋଟେଲ୍‌ରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ଜାଣିବାକୁ ମିଳିଥିଲା। ବଲିଉଡ୍‌ର ଜଣେ କାଷ୍ଟିଂ ଡାଇରେକ୍ଟର ଓ ଫିଲ୍ମ ନିର୍ମାତା ଏହି ସେକ୍ସ ରାକେଟ୍‌ ଚଳାଉଥିଲେ ବୋଲି ଜଣାପଡ଼ିଛି। ଫିଲ୍ମରେ ଅଭିନୟ କରିବାର ଲୋଭ ଦେଖାଇ ମଡେଲ୍‌ ଓ ଅଭିନେତ୍ରୀଙ୍କୁ ପ୍ରଥମେ ସେମାନେ ନିଜ ଜାଲରେ ଫସାଉଥିଲେ ଓ ପରେ ସେମାନଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରୁଥିଲେ।

ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚର କ୍ରିମିନାଲ୍‌ ଇଣ୍ଟେଲିଜେନ୍ସି ୟୁନିଟ୍‌ର ଆସିଷ୍ଟାଣ୍ଟ୍‌ ପୋଲିସ୍‌ ଇନ୍ସପେକ୍ଟର ସଚିନ୍ କଦମ କହିଛନ୍ତି, ଜଣେ କାଷ୍ଟିଂ ଡାଇରେକ୍ଟର ଓ ଫିଲ୍ମ ନିର୍ମାତା ପ୍ରେମ୍‌‌ ନାମକ ଜଣେ ବ୍ୟକ୍ତି ମଡେଲିଂ ଓ ଫିଲ୍ମରେ ଅଭିନୟ ପାଇଁ ସଂଘର୍ଷ କରୁଥିବା ଯୁବତୀଙ୍କୁ ପ୍ରଥମେ ନିଜ ଜାଲରେ ଫସାଉଥିଲେ ଓ ପରେ ସେମାନେ ଯୁବତୀମାନଙ୍କୁ ଦେହ ବ୍ୟବସାୟ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବ୍ଲାକ୍‌ମେଲିଂ କରୁଥିଲେ। ଏଭଳି କିଛି ବିଶେଷ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ପୋଲିସ୍‌ ହୋଟେଲ୍‌ରେ ରେଡ୍‌ କରିବା ସହ ୮ଜଣ ମଡେଲ୍‌ଙ୍କୁ ଛାଡ଼ି ଦେଇଛି।

ପୋଲିସ୍‌ ଅଧିକାରୀଙ୍କ ସୂଚନା ଅନୁସାରେ, ଅନେକ ୱେବ୍‌ସାଇଟ୍‌ ମାଧ୍ୟମରେ ଗ୍ରାହକଙ୍କୁ ଦେହ ବ୍ୟବସାୟ ରାକେଟ୍‌ରେ ସାମିଲ ହେବା‌ ପାଇଁ କୁହାଯାଉଥିଲା। ଏହି ରାକେଟ୍‌ର ପର୍ଦ୍ଦାଫାଶ କରିବା ପାଇଁ ପୋଲିସ୍‌ ଏକ ଜାଲ ବିଛାଇ ଥିଲା ଓ ନକଲି ଗ୍ରାହକ ହୋଇ ପ୍ରେମ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ ଲକ୍ଷ ଟଙ୍କା ଜମା କରିଥିଲେ। ଜାନୁଆରୀ ୧୯ରେ ଜୁହୁ ସ୍ଥିତ ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଚଢ଼ଉ କରି କ୍ରିମିନାଲ୍‌ ଇଣ୍ଟେଲିଜେନ୍ସି ୟୁନିଟ୍ ୨ଜଣ ମହିଳାଙ୍କ ସହ ପ୍ରେମ୍‌କୁ ଧରିଥିଲା।

ଘଟଣାର ଯାଞ୍ଚ ପରେ ଜଣାପଡ଼ିଥଲା ଯେ, ଧରାପଡ଼ିଥିବା ମହିଳାମାନଙ୍କ ମଧ୍ୟରୁ ଜଣେ କୋଲକାତାର। ତାଙ୍କୁ ମଧ୍ୟ ଅଭିନେତ୍ରୀ ହେବାର ଲୋଭ ଦେଖାଇ ସେକ୍ସ ରାକେଟ୍‌ରେ ସାମିଲ କରାଯାଇଥିଲା। ଧରାପଡ଼ିଥିବା ଏହି ୩ଜଣଙ୍କ ସୂଚନା ଆଧାରରେ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮ ମଡେଲ୍‌ଙ୍କୁ ଛାଡ଼ି ଦେଇଛି। ଏମାନଙ୍କ ମଧ୍ୟରୁ କିଛି ଯୁବତୀ, ମଡେଲିଂ, ୱେବ୍‌ ସିରିଜ୍‌ ଓ ସିରିୟଲ୍‌ରେ କାମ କରିଥିବା ଜଣାପଡ଼ିଛି।

ପ୍ରେମ୍‌ ଓ ଧରାପଡ଼ିଥିବା ଦୁଇ ମହିଳାଙ୍କ ବିରୋଧରେ ମୁମ୍ବାଇର ଜୁହୁ ଥାନାରେ ମାମଲା ରୁଜୁ ହୋଇଛି। ସେମାନଙ୍କ ନିକଟରୁ ୫ ଲକ୍ଷ ୫୯ ହଜାର ଟଙ୍କା ଓ ୧୫ଟି ସ୍ମାର୍ଟଫୋନ୍‌ ଜବତ କରାଯାଇଛି। ଏକ କାର୍‌ ମଧ୍ୟ ଜବତ ହୋଇଛି।  ଏହାସହ ଏହି ଘଟଣାରେ ଆଉ ୩ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଛି। ଏହି ରାକେଟ୍‌ରେ ଆଉ କିଛି ଲୋକ ସାମିଲ ଥିବା ଆଶଙ୍କାରେ ପୋଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି।

 

ଆହୁରି ପଢନ୍ତୁ : ଗଣଦୁଷ୍କର୍ମ ପରେ କଲେଜ ଛାତ୍ରୀଙ୍କୁ ଅଖାରେ ଭର୍ତ୍ତି କରି ରେଲ୍‌ୱେ ଟ୍ରାକ୍‌ରେ ଫିଙ୍ଗିଦେଲେ, ତା’ପରେ…

You might also like