କରୋନା ପ୍ରତିଷେଧକ ଓ ଔଷଧ ପରୀକ୍ଷଣ ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ

ନୂଆଦିଲ୍ଲୀ: କୋଭିଡ୍ ଭ୍ୟାକ୍ସିନ ଓ ଔଷଧ ପରୀକ୍ଷଣ ପାଇଁ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କଲେ କେନ୍ଦ୍ର ସରକାର।  ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଭ୍ୟାକ୍ସିନ ପ୍ରସ୍ତୁତି ପାଇଁ ଚାଲିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦିଗରେ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ।

ନୀତି ଆୟୋଗ ସଦସ୍ୟ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ ନେତୃତ୍ୱରେ ଏହି ଟାସ୍କଫୋର୍ସ କାର୍ଯ୍ୟ କରିବ। ଏଥିରେ ଆୟୁଷ ମନ୍ତ୍ରାଳୟ, ଆଇସିଏମ୍ଆର୍, ବାୟୋଟେକ୍ନୋଲଜି ବିଭାଗର ପ୍ରତିନିଧି, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ପ୍ରମୁଖ ମଧ୍ୟ ସଦସ୍ୟ ରହିବେ ବୋଲି ସେ ସୂଚନା ଦେଇଛନ୍ତି।

ଏଥିସହ ଲବ ଅଗ୍ରଓ୍ୱାଲ୍ କହିଛନ୍ତି ଯେ, ୨୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୪ଟି ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ତେବେ ଦେଶରେ ଗତ ୨୪ ଘଣ୍ଟାରେ ୧ ହଜାର ୩୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖା ୧୫ ହଜାର ୭୧୨ରେ ପହଞ୍ଚିଛି  ମୋଟ ମୃତ୍ୟୁ ୫୧୯କୁ ବୃଦ୍ଧିପାଇଛି।

You might also like