ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ପାକିସ୍ତାନୀ ଜେଟ୍‌ର ଭାରତର ଏୟାର ସ୍ପେସ୍ ଉଲ୍ଲଂଘନ ଓ IAF ଦ୍ୱାରା F-16 ବିମାନକୁ ଖସାଇ ଦେବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଅନ୍ୟପଟେ ଭାରତର ବିମାନକୁ ମଧ୍ୟ ଖସାଇ ଦେଇଥିବା ପାକିସ୍ତାନ ଦାବି କରୁଛି। ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।

ସୁରକ୍ଷାକୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଦେଶର ସାଂପ୍ରତିକ ସୁରକ୍ଷା ନେଇ ମୋଦିଙ୍କୁ ଅବଗତ କରାଇଛନ୍ତି। NSA  ବିଜ୍ଞାନ ଭବନରେ ହେଉଥିବା ଏକ କାର୍ଯ୍ୟକ୍ରମରେ ମୋଦି ଥିଲେ। ଏହି କାର୍ଯ୍ୟକ୍ରମ ଅଧାରୁ ସେ ନିଜ ବାସଭବନକୁ ଫେରିଛନ୍ତି  ଓ ବୈଠକ କରିଛନ୍ତି।

ତେଣୁ ଏହାର ବେଶ୍ ମହତ୍ୱ ଅଛି। ଏହା ଆଗରୁ ଏହି ପରିସ୍ଥିତିରେ ନର୍ଥ ବ୍ଲକ୍‌ରେ ସୁରକ୍ଷା ବୈଠକ ହୋଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ NSA, RAW ମୁଖ୍ୟ ଓ ସ୍ୱରାଷ୍ଟ୍ର ସଚିବ ସହିତ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ।

You might also like