ବିଜୟ ମାଲ୍ୟାଙ୍କ ଆବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ : ମଦ କମ୍ପାନି ମାଲିକ ବିଜୟ ମାଲ୍ୟାଙ୍କ ଅାବେଦନ ଖାରଜ କଲେ ବମ୍ବେ ହାଇକୋର୍ଟ। କାର୍ଯ୍ୟାନୁଷ୍ଠାନ ଅାରମ୍ଭ ଲାଗି ଟ୍ରାୟଲ କୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅାବେଦନ ଉପରେ ରହିତାଦେଶ ଲଗାଇବାକୁ ମାଲ୍ୟାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛନ୍ତି।

ପଳାତକ ଅର୍ଥ ଖିଲାପୀ ଅାଇନ ଅାଧାରରେ କାର୍ଯ୍ୟାନୁଷ୍ଠାନ ଅାରମ୍ଭ କରିବାକୁ ଇଡି କୋର୍ଟରେ ଅାବେଦନ କରିଥିଲା। ଏହା ବିରୋଧରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଅାବେଦନ କରିଥିଲେ। ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯିବା ସହ ତାଙ୍କର ଅାନୁମାନିକ ୧୨ ହଜାର ୫୦୦ କୋଟି ଟଙ୍କାର ସଂପତ୍ତି ବ୍ୟାଜ୍ୟାପ୍ତି ପାଇଁ ଅନୁମତି ଦେବାକୁ ଇଡି କୋର୍ଟରେ ଅାବେଦନ କରିଥିଲା ପୂର୍ବରୁ। ଗତକାଲି ଲଣ୍ଡନ ଘର ବନ୍ଧକ ରଖିବା ମାମଲାରେ ଝଟକା ଖାଇଛନ୍ତି ମାଲ୍ୟା।

You might also like