ହାଇକୋର୍ଟରେ ରାଜସ୍ଥାନ ନାଟକର ଶୁଣାଣି ଆଜି

ଜୟପୁର: ହାଇକୋର୍ଟରେ ଆଜି ହେବ ରାଜସ୍ଥାନ ନାଟକର ଶୁଣାଣି । ସଚିନ ପାଇଲଟଙ୍କ ସହିତ ୧୮ ବିଧାୟକଙ୍କୁ ଅଯୋଗ୍ୟ କରାଯିବ କି ନାହିଁ, ତା ଉପରେ ନିଷ୍ପତ୍ତି ନେବେ ରାଜସ୍ଥାନ ହାଇକୋର୍ଟ । ଏହି ବିଧାୟକଙ୍କୁ କାହିଁକି ଅଯୋଗ୍ୟ ଘୋଷଣା କରାନଯିବ ସେନେଇ ଉତ୍ତର ରଖିବାକୁ ନୋଟିସ୍ ଜାରି କରିଥିଲେ ବାଚସ୍ପତି ।

ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଦଳ ଭିତରେ ବାକ୍ ସ୍ୱାଧୀନତାକୁ ବିଦ୍ରୋହ ବୋଲି କୁହାଯାଇ ପାରିବ ନାହିଁ  ବୋଲି କୋର୍ଟରେ ଦର୍ଶାଇଥିଲେ ସଚିନ ପାଇଲଟଙ୍କ ଗୋଷ୍ଠୀ। ଯଦି ହାଇକୋର୍ଟଙ୍କ ରାୟ ଅଶୋକ ଗେହଲଟ ସରକାର ବିରୋଧରେ ଯାଏ ତେବେ ଦଳ ପ୍ରସ୍ତୁତ କରିଛି ପ୍ଲାନ ।

ଏହି ରଣନୀତି ଅନୁସାରେ ଗୃହରେ ବହୁମତର ପ୍ରମାଣ ଦେବ ଗେହଲଟ ସରକାର । ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକି ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇପାରନ୍ତ॥  ମୁଖ୍ୟମନ୍ତ୍ରୀ ଗେହଲଟ ରାଜ୍ୟପାଳଙ୍କୁ ସେ ଭେଟିବା ପରେ ଏହି ଚର୍ଚ୍ଚା ହେଉଛି। ଏଥିଲାଗି ମୁଖ୍ୟ ସଚେତକ ଆସ୍ଥା ଭୋଟ୍ ବେଳେ ବିଧାନସଭାରେ ଉପସ୍ଥିତ ରହିବାକୁ ସମସ୍ତ ବିଧାୟକଙ୍କୁ ହ୍ୱିପ୍ ଜାରି କରିବେ। ସେତେବେଳେ ପାଇଲଟ ଗୋଷ୍ଠୀ ଅନୁପସ୍ଥିତ ରହିଲେ, ତାଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଅଯୋଗ୍ୟ ଘୋଷଣା କରିବାର ରଣନୀତି କରିଛି କଂଗ୍ରେସ।

You might also like