ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ

ପ୍ରଶାସନ ପକ୍ଷରୁ ହାଇ ଅାଲର୍ଟ ଜାରି

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶରେ ଜାରି ରହିଛି ବର୍ଷା ବିତ୍ପାତ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାଜନିତ ଅଘଟଣ ଘଟି ୧୨ ଜଣ ପ୍ରାଣ ହରାଇଛନ୍ତି। ଏଥି ସହିତ ରାଜ୍ୟରେ ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ଗତ ୬ ଦିନରେ ୮୫କୁ ଛୁଇଁଲାଣି ବର୍ଷା ଯୋଗୁ ୬୦୦ରୁ ଉର୍ଦ୍ଧ୍ୱ ଘର ଭାଙ୍ଗିଥିବାବେଳେ ଅନେକ ଗୋରୁଗାଈଙ୍କର ମଧ୍ୟ ମୃତ୍ୟୁ ହୋଇଛି।

ପ୍ରଶାସନ ପକ୍ଷରୁ ହାଇ ଅାଲର୍ଟ ଜାରି କରାଯାଇଛି। ବିପର୍ଯ୍ୟୟ ମୁକାବିଲା ଲାଗି ସତର୍କ ରହିବାକୁ  ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଅାଦିତ୍ୟନାଥ ନିର୍ଦ୍ଦେଶ ଦେଇଛନ୍ତି।

You might also like