ବିଭିନ୍ନ ଟିକାର ଦାମ୍‌ ନିର୍ଦ୍ଧାରଣ କଲେ କେନ୍ଦ୍ର ସରକାର

ଧାର୍ଯ୍ୟ ହେଲା କୋଭିଡ୍ ଟିକାର ଦାମ୍

  • ଧାର୍ଯ୍ୟ ହେଲା କୋଭିଡ୍ ଟିକାର ଦାମ୍
  • ଦେଶରେ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
  • ଘରୋଇ ହସ୍ପିଟାଲରେ କୋଭିସିଲ୍ଡ଼ର ଦାମ ଡୋଜ୍ ପିଛା ସର୍ବାଧିକ ୭୮୦ ଟଙ୍କା
  • କୋଭିସିଲ୍ଡର ଉତ୍ପାଦନକାରୀ ବିକ୍ରି ଦର ୬୦୦ ଟଙ୍କା ଘୋଷଣା
  • କୋଭିସିଲ୍ଡ୍ର ଡୋଜ୍ ପିଛା ୩୦ ଟଙ୍କା ଜିଏସଟି ଏବଂ ସର୍ଭିସ ଚାର୍ଜ ସର୍ବାଧିକ ୧୫୦ ଟଙ୍କା
  • କୋଭାକ୍ସିନର ମୂଲ୍ୟ ଡୋଜ ପ୍ରତି ଦର ୧,୪୧୦ ଟଙ୍କା
  • କୋଭାକ୍ସିନ୍ ଉତ୍ପାଦନ ଦର ୧୨୨ ଟଙ୍କା, ଜିଏସଟି ୬୦ ଟଙ୍କା
  • ଋଷ ଟିକା ସ୍ପୁଟନିକ୍-ଭିର ହସ୍ପିଟାଲ୍ରେ ଦାମ୍ ୧୧୪୫ ଟଙ୍କା
  • ନିର୍ମାଣକାରୀ ସଂସ୍ଥା ସ୍ପୁଟନିକ୍-ଭି ଧାର୍ଯ୍ୟ କରିଛି ୯୪୮
  • ଋଷ ଟିକା ସ୍ପୁଟନିକ୍-ଭିର ଜିଏସ୍ଟି ୪୭, ସର୍ଭିସ ଚାର୍ଜ ୧୫୦

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ଘରୋଇ ହସ୍ପିଟାଲମାନଙ୍କ ଲାଗି ଟିକା ଦର ନିର୍ଦ୍ଧାରଣ ହୋଇଛି। ପ୍ରାଇଭେଟ ହସ୍ପିଟାଲରେ କ୍କୋଭିସିଲ୍ଡର ଟିକାର ଦାମ ଡୋଜ ପିଛା ସର୍ବାଧିକ ୭୮୦ ଟଙ୍କା ଧାର୍ଯ୍ୟ କରଯାଇଛି। ଉତ୍ପାଦନକାରୀ ବିକ୍ରି ଦର ୬୦୦ ଟଙ୍କା ଘୋଷଣା କରିଥିବାବେଳେ ୩୦ ଟଙ୍କା ଜିଏସଟି ଏବଂ ସର୍ଭିସ ଚାର୍ଜ ସର୍ବାଧିକ ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି କୋଭାକ୍ସିନର ମୂଲ୍ୟ ଡୋଜ ପ୍ରତି ଦର ୧୪୧୦ ରଖାଯାଇଛି। ଉତ୍ପାଦନ ଦର ୧୨୨ ଟଙ୍କା ଥିବାବେଳେ ଜିଏସଟି ୬୦ ଟଙ୍କା ରହିଛି। ସେହିପରି ଋଷ ଟିକା ସ୍ପୁଟନିକ୍-ଭିର ଦାମ ୧୧୪୫ ସ୍ଥିର କରାଯାଇଛି। ନିର୍ମାଣକାରୀ ୯୪୮ରେ ବିକ୍ରି ଦର ଧାର୍ଯ୍ୟ କରିଥିବାବେଳେ ଜିଏସଟି ୪୭ ଟଙ୍କା ସହ ଏହାର ହସ୍ପିଟାଲ ମୂଲ୍ୟ ୧୧୪୫ ଟଙ୍କା ରଖାଯାଇଛି।

 

You might also like