୩ଟି ରେମଡେସିିଭିର ଇଞ୍ଜେକ୍ସନକୁ ୭୦ ହଜାର ଟଙ୍କା : ଦୁଇ ଜଣକୁ ଗିରଫ କଲା ପୋଲିସ୍

ନୂଆଦିଲ୍ଲୀ : କରୋନା ସଙ୍କଟ ମଧ୍ୟରେ କରୋନା ସଞ୍ଜିବନୀର କଳାବଜାରୀ । ଆଇନ୍ ଆଖିରେ ଧୂଳି ଦେଇ ପୋ କଳାବାଜାରୀ ଜାରି ରଖିଥିଲେ ଔଷଧ ଓ ଇଞ୍ଜେକ୍ସନ କଳାବଜାରୀ କରୁଥିବା ଗ୍ୟାଙ୍ଗ । ତେବେ ଚଢ଼ାଉ ସମୟରେ ଦୁଇ ଜଣକୁ ଗିରଫ କରିଛି ପୋଲିସ୍ । ରେମଡେସିଭିର କଳାବାଜାରୀ ପାଇଁ ଏବେ ସୁଦ୍ଧା ପୋଲିସ ଅନେକ ଲୋକଙ୍କୁ ଗିରଫ କରିଛି । ଆଉ ଏବେ ପୁଣି ଥରେ ସାଉଥ ଦିଲ୍ଲୀର ଫତେପୁର ବେରୀ ଥାନାରେ ଏପରି ଏକ ଗ୍ୟାଙ୍ଗକୁ ଧରିଛି ପୋଲିସ୍ ।

ଗ୍ୟାଙ୍ଗର ସଦସ୍ୟଙ୍କ ଠାରୁ ୩ ରେମଡେସିଭିର ଇଞ୍ଜେକ୍ସନ ଜବତ କରିଛି ପୋଲିସ୍ । ତେବ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ମାତ୍ର ୩ଟି ରେମଡେସିଭିର ଇଞ୍ଜେକ୍ସନକୁ ୭୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ଡିଲ ଫାଇନାଲ କରିଥିଲେ ଦୁଇ ଅଭିଯୁକ୍ତ ବିଭୁତି ଓ ମନୋଜ । ୨ ଦିନ ପୂର୍ବରୁ କ୍ରାଇମ ବ୍ରାଞ୍ଚ ନକଲି ରେମଡେସିଭିର ଇଞ୍ଜେକ୍ସନ ବିିକ୍ରି କରୁଥିବା ଏକ ଗ୍ୟାଙ୍କର ପର୍ଦ୍ଦାଫାଶ କରି ୭ ଜଣଙ୍କୁ ଗିରଫ କରିଥିଲା ।

ସେପଟେ କରୋନାର ମୁକାବିଲା ଲାଗି ପ୍ରୟାସ ଜାରି ରଖିଛି ଜୀବନ ରକ୍ଷାକାରୀ ଇଂଜେକସନ ରେମଡେସିଭିର। ଦେଶରେ ଅଭାବ ଦୂର କରିବା ଲାଗି ଦୁଇ ଦିନ ପୂର୍ବରୁ ବେଲଜିୟମରୁ ନୂଆଦିଲ୍ଲୀରେ ପହଞ୍ଚିଛି ରେମଡେସିଭିର । ବିପଦ ବେଳେ ବେଲଜିୟମର ସହାୟତାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ୱାଗତ କରାଯାଇଛି। ଏନେଇ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ଦୁଇ ଦେଶ ମଧ୍ୟରେ ଥିବା ସଂପର୍କକୁ ଏହା ଆହୁରି ମଜଭୁତ କରିଛି।

You might also like