ପୁଣି ଜଳମଗ୍ନ ମୁମ୍ବାଇ; ରେଳଲାଇନ୍‌ ଉପରକୁ ଖସିଲା ପଥର

ଉମ୍ବାଇ: ପୁଣିଥରେ ଜଳମଗ୍ନ ହେଲା ମୁମ୍ବାଇ ସହର। ପ୍ରବଳ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ଉପରେ ପାଣି ଚାଲୁଛି। ତଳିଆ ଅଞ୍ଚଳରେ ଅଣ୍ଟା ଯାଏ ପାଣି ଚାଲୁଥିବାରୁ ଲୋକେ ଯାଆସ କରିବାରେ ସମସ୍ୟା ଭୋଗୁଛନ୍ତି।

ବିଗତ ୧୦ ଘଣ୍ଟା ଧରି ମୁମ୍ବାଇରେ ମୁଶଳ ଧାରାରେ ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ମୁମ୍ବାଇ ଓ ଥାନେ ପାଇଁ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଆହୁରି ଦୁଇଦିନ ଧରି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି।  ମୁମ୍ବାଇ ସହରର ଅନେକ ସ୍ଥାନରେ ଏମିତି ସମାନ ଚିତ୍ର ଦେଖିବାକୁ ମିଳିଛି। ପର୍ବ ମୁମ୍ବାଇରେ ଅବସ୍ଥା ସୋଚନୀୟ ହୋଇପଡ଼ିଛି। ଏଠାରେ ଲୋକଙ୍କୁ ଯାତାୟତରେ ନାହିଁ ନଥିବା ସମସ୍ୟା ଉପୁଜୁଛି।

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନର ସୂଚନା ଅନୁସାରେ, ଗତ ୧୦ ଘଣ୍ଟାରେ ସହରରେ ୨୩୦ ମିମିର ବର୍ଷା ରେକର୍ଡ ହୋଇଛି। ଆଜି ମଧ୍ୟାହ୍ନରେ ମୁମ୍ବାଇ ଉପକୁଳରେ ୪.୪୫ ମିଟରର ଉଚ୍ଚ ଜୁଆରର ଆଶଙ୍କା ମଧ୍ୟ ରହିଛି। ଏନେଇ ଜନସାଧାରଣଙ୍କୁ  ସତର୍କ କରାଇ ଦେଇଛି ବିଏମ୍ସି। ସେପଟେ ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ପଥର ଖସି ପଡ଼ିବାରୁ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ୍ ହାଇେଓ୍ୱ ବନ୍ଦ ରହିଛି।

ଆରବ ସାଗରରେ ମୌସୁମୀ ସକ୍ରିୟ ହୋଇଥିବାରୁ ମୁମ୍ବାଇରେ ପ୍ରବଳ ବର୍ଷା ହେଉଛି।  ଏନେଇ ପାଣିପାଗ ବିଭାଗ ପକ୍ଷରୁ ଗତକାଲି ଓ ଆଜି ଲୋକଙ୍କୁ ଘରୁ ନ ବାହାରିବାକୁ ଆଗୁଆ ସୂଚନା ଦିଆଯାଇଥିଲା। ତେବେ ରାତିରେ ପ୍ରବଳ ବର୍ଷା ଯୋଗୁ ଥାନେ ଅଞ୍ଚଳରେ ଜଣେ ବ୍ୟାକ୍ତି ଇଲେକ୍ଟ୍ରି ପୋଲ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି।

ଆହୁରି ପଢ଼ନ୍ତୁ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କରୋନାରେ ଆକ୍ରାନ୍ତ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏମିତି ରିପୋର୍ଟ ଦେଲା ଦିଲ୍ଲୀ ଏମ୍ସର ଡାକ୍ତରୀ ଟିମ୍

ସୁଶାନ୍ତଙ୍କ ମୃତ୍ୟୁ ସହିତ ଡ୍ରଗ୍ସ କାରବାର ତଦନ୍ତର କୌଣସି ସମ୍ପର୍କ ନାହିଁ; NCB

ଆଉ ଜଣେ ଅଭିନେତାଙ୍କ ଆତ୍ମହତ୍ୟା !

କରୋନାରୁ ସୁସ୍ଥ ହେଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ

୫୪ ସିଟ୍ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କଲେ ଇସି

୩୦ ବର୍ଷ ସେବା ଯୋଗାଇବା ପରେ ସତ୍ତା ହରାଇବ INS Viraat

ଗଣଦୁଷ୍କର୍ମ ପରେ ଜିଭ କାଟି ଦେଇଥିଲେ, ଡାକ୍ତରଖାନାରେ ଆଖି ବୁଜିଲେ ପୀଡିତା

କୃଷି ବିଲ୍‌ ବିରୋଧକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ‘ଚାଷୀ ଯାହାକୁ ପୂଜା କରନ୍ତି, ସେଥିରେ ନିଆଁ ଲଗାଇଦେଲ !’

କରୋନା ପରେ ଚୀନ୍‌ରେ ବୁବୋନିକ ପ୍ଲେଗ ଆତଙ୍କ, ଜରୁରୀ ସ୍ଥିତି ଲାଗୁ କଲା ପ୍ରଶାସନ

ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା; ଚୂଡ଼ାନ୍ତ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟ ସିବିଆଇକୁ ଦେଲା ଏମ୍ସ

ଚୀନକୁ ଚେକ୍ ଦେବା ପାଇଁ LACରେ ଜଗିଛି ’ନିର୍ଭୟ’

You might also like