କର୍ଣ୍ଣାଟକ  : ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ କର୍ଣ୍ଣାଟକ। କର୍ଣ୍ଣାଟକରେ ଉପକୂଳ ଜିଲ୍ଲା ସହ ଦକ୍ଷିଣାଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି। ଦକ୍ଷିଣ କନ୍ନଡ, ଉତ୍ତର କନ୍ନଡ,  ହାସାନ, ଶିଭମୋଗା ଅାଦି ଅଞ୍ଚଳରେ ଅାଗାମୀ ୨୪ ଘଣ୍ଟା ମଧ୍ୟରେ ଅାହୁରି ଅଧିକ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଫଳରେ ଲୋକେ ଏକପ୍ରକାର ଅାତଙ୍କିତ ଅବସ୍ଥାରେ ଜୀବନ ବିତାଉଛନ୍ତି।

ସକଲେଶପୁର ସହ ବିଭିନ୍ନ ଅଞ୍ଚଳରେ ଭୂସ୍ଖଳନ ହୋଇଛି। ଫଳରେ ବେଙ୍ଗାଲୁରୁ-ମାଙ୍ଗାଲୁର ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ତଳିଅା ଅଞ୍ଚଳରେ ପାଣି ପଶିଯାଇଥିବାରୁ ବିଭିନ୍ନ ସ୍କୁଲ, କଲେଜ ଗୁଡିକ ବନ୍ଦ ରଖାଯାଇଛି। ଏମିତିକି କାବେରୀ ନଦୀ ଉପରେ ନିର୍ମିତ ଡ୍ୟାମ୍‌ରେ ପାଣି ସର୍ବାଧିକ ସ୍ତରକୁ ଚାଲିଯାଇଥିବାରୁ ଡ୍ୟାମ୍‌ରୁ ପାଣି ନିଷ୍କାସନ କରାଯାଉଛି। ବର୍ଷା ବିତ୍ପାତ ଯୋଗୁ ପ୍ରାୟ ୬୦ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।

Other Stories