ହିମାଚଳ ପ୍ରଦେଶରେ ଜାରି ରହିଛି ବନ୍ୟାର ତାଣ୍ଡବ

ଅାଜି କମିଛି ବର୍ଷା ହେଲେ କମିନି ଦୁଃଖ

ନୂଆଦିଲ୍ଲୀ : ହିମାଚଳ ପ୍ରଦେଶରେ ଏବେ ବି ଜାରି ରହିଛି ବନ୍ୟାର ତାଣ୍ଡବ । ବିଭିନ୍ନ ଅଞ୍ଚଳରେ ଭୁସ୍ଖଳନ ହୋଇଥିବା ଯୋଗୁଁ ଧନଜୀବନ କ୍ଷୟକ୍ଷତି ହୋଇଛି । ପ୍ରବଳ ବରଫପାତ ଯୋଗୁଁ ଥଣ୍ଡାର ପ୍ରଭାବ ବଢ଼ିଛି । ଫଳରେ ଲାହୁଲା-ସ୍ପିତି ଜିଲ୍ଲାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

ଗତକାଲିଠୁ ବର୍ଷାର ପରିମାଣ କମିଛି । ବିଭିନ୍ନ ଅଞ୍ଚଳରେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି। ମୁଖତଃ ଟ୍ରେକିଂ ପାଇଁ ଅାସିଥିବା ବିଦେଶୀ ପର୍ଯ୍ୟଟକ ବିଭିନ୍ନ ଅଞ୍ଚଳରେ ଫଶି ରହିଥିଲେ । ଅାଜି ବାୟୁ ସେନା ପକ୍ଷରୁ ଏୟାର ଲିଫ୍ଟ କରାଯାଇଛି।  ଡେନମାର୍କ, ନରୱେର ୫ ଜଣ ନାଗରିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

You might also like