ଚୁରୁରେ ରେକର୍ଡ ଭାଙ୍ଗିଲା ତାପମାତ୍ରା

ନୂଆଦିଲ୍ଲୀ: ରାଜସ୍ଥାନ ଚୁରୁରେ ରେକର୍ଡ ଭାଙ୍ଗିଲା ତାପାମାତ୍ରା। ଚୁରୁରେ ଆଜି ଦେଶର ସର୍ବାଧିକ ତାପାମାତ୍ରା ୫୦ ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ସେହିଭଳି ଦ୍ୱିତୀୟରେ ରହିଛି ରାଜଧାନୀ ଦିଲ୍ଲୀର ପାଲମ ଅଞ୍ଚଳ। ଏଠାରେ ଆଜି ଦିନରେ ପାରଦ ରହିଥିଲା ୪୭.୬ ଡିଗ୍ରୀ ସେଲସିୟସ।

ଏପଟେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମଧ୍ୟ ସୂର୍ଯ୍ୟଙ୍କ ପ୍ରକୋପ ଅନୁଭୂତ ହୋଇଛି। ରାଜ୍ୟର ୧୪ଟି ସହରରେ ୪୦ ଡିଗ୍ରୀ ଉପରେ ରହିଥିଲା। ପାରଦ ଟିଟିଲାଗଡ଼ରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିଭଳି ବଲାଙ୍ଗିର, ଅନୁଗୁଳ, ସମ୍ବଲପୁର ଓ ବୌଦ୍ଧରେ ପାରଦ ୪୩ ଡିଗ୍ରୀ ଉପରେ ରହିଥିଲା। ସୋନପୁର, ଝାରସୁଗୁଡ଼ା, ହୀରାକୁଦ, ତାଳଚେର, ଭବାନୀପାଟଣା, ମାଲକାନଗିରି ଭଳି ୬ଟି ସହରରେ ଆଜିର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା।

You might also like