ବଢ଼ିପାରେ ତମାଖୁ ସେବନର ବୟସ ସୀମା

ସିଓଟିପିଏ ଆଇନ୍‌ରେ ତମାଖୁ ସେବନ ନେଇ ଥିବା ଆଇନ୍‌କୁ ପରିବର୍ତ୍ତନ କଲେ ବାପା ମା ବି ପିଲାକୁ ତମାଖୁ ଆଣିବା ପାଇଁ ପଠାଇ ପାରିବେ ନାହିଁ। ଏଥିସହିତ ୨୧ ବର୍ଷରୁ କମ୍‌ ବୟସର ପିଲା ତମାଖୁ ସେବନ କରିପାରିବେ ନାହିଁ।

ନୂଆଦିଲ୍ଲୀ: ସିଓଟିପିଏ ଆଇନ୍‌ରେ ତମାଖୁ ସେବନ ନେଇ ଥିବା ଆଇନ୍‌କୁ ପରିବର୍ତ୍ତନ କଲେ ବାପା ମା ବି ପିଲାକୁ ତମାଖୁ ଆଣିବା ପାଇଁ ପଠାଇ ପାରିବେ ନାହିଁ। ଏଥିସହିତ ୨୧ ବର୍ଷରୁ କମ୍‌ ବୟସର ପିଲା ତମାଖୁ ସେବନ କଲେ ଜୋରିମାନ ସହିତ ଦଣ୍ଡ ଭୋଗିବେ।

ସିଗାରେଟ୍‌ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ (ସିଓଟିପିଏ)ରେ ରହିଥିବା ବ୍ୟବସ୍ଥାକୁ ଲାଗୁ କରିବା ଲକ୍ଷ୍ୟ ନେଇ ତମାଖୁ ସେବନର ଆଇନଗତ ବୟସ ସୀମା ୧୮ରୁ ୨୧ ବର୍ଷ କରାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରସ୍ତୁତି ଆରମ୍ଭ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଠିତ ଏକ କମିଟି ନିକଟରେ ଏନେଇ ବୈଠକ କରିଥିଲା। ଏଥିସହ କମିଟିର ବିଭିନ୍ନ ପ୍ରସ୍ତାବ ବାବଦରେ ମନ୍ତ୍ରଣାଳୟକୁ ଜଣାଇଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି।

ଗୋଲୋବାଲ ଆଡଲ୍ଟ ଟବାକୋ ସର୍ଭେ କହୁଛି, “ସାଧାରଣତଃ କିଶୋର ବୟସରେ ଧୂମ୍ରପାନ ଆରମ୍ଭ ହୋଇଥାଏ। ୧୮ରୁ ୨୧ ବର୍ଷର ଯୁବକ ମାନେ ଚାପଗ୍ରସ୍ତ ହେବା କାରଣରୁ ବା ଫ୍ୟାଶନ୍‌ କାରଣରୁ ଧୂମ୍ରପାନ କରୁଥିବାରୁ ସେମାନେ ସିଗାରେଟ୍‌ କମ୍ପାନୀଙ୍କ ଟାର୍ଗେଟ୍‌ ହେଇଥା’ନ୍ତି।”

ଏହି ଅଧିକାରୀ ଜଣକ କହିଛନ୍ତି, ଏଭଳି ନିଷ୍ପତ୍ତି ଫଳରେ କିଶୋର ବୟସରୁ ଧୂମ୍ରପାନ ବର୍ଷକୁ ବର୍ଷ ହ୍ରାସ ପାଇବ। ଏପରିକି ନୂଆ ନିୟମ ଅନୁଯାୟୀ, ବାପା ମା’ ମଧ୍ୟ ଏହି ବୟସର ପିଲାଙ୍କୁ ତମାଖୁ ପାଇଁ ଦୋକାନକୁ ପଠାଇପାରିବେ ନାହିଁ।

ସେହିଭଳି ଉତ୍ପାଦନ ଦିଗରୁ ଦେଖିଲେ, ସିଗାରେଟ୍‌ ପ୍ୟାକେଟ୍‌ରେ ବାରକୋଡ୍‌ ରହିବ। ଫଳରେ ପ୍ରବର୍ତ୍ତନ ସଂସ୍ଥା ଯାଞ୍ଚ କରିପାରିବେ, କମ୍ପାନୀ ପକ୍ଷରୁ ଟିକସ ଦିଆଯାଇଛି କି ନା। ଅନ୍ୟପକ୍ଷରେ କଟକଣା ଲାଗିଥିବା ସ୍ଥାନରେ ଜୋରିମାନା ବର୍ତ୍ତମାନ ୨୦୦ ଟଙ୍କା ରହିଛି, ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ବଢ଼ିବାର ଅଛି।

ତମାଖୁ ନିୟନ୍ତ୍ରଣ ଆଇନରେ ରହିଥିବା ବ୍ୟବସ୍ଥାକୁ ଏବେ କଡ଼ାକଡ଼ି ଭାବେ ଲାଗୁ କରାଯିବ। ବର୍ତ୍ତମାନ ଏହି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ, ସର୍ବସାଧାରଣ ସ୍ଥାନରେ ସିଗାରେଟ୍‌ ଟାଣିବା, ଶିକ୍ଷାନୁଷ୍ଠାନର ୧୦୦ ୟାର୍ଡ ପରିସୀମା ଭିତରେ ସିଗାରେଟ୍‌ ବିକ୍ରି କରିବା ଏବଂ ୧୮ ବର୍ଷରୁ କମ୍‌ ପିଲାଙ୍କୁ ତମାଖୁ ବିକ୍ରି କରିବା ଦଣ୍ଡନୀୟ।

ସର୍ଭେରୁ ଜଣାଯାଇଛି, ପୁରୁଷଙ୍କ ମଧୋୟରୁ ୧୯%, ମହିଳାଙ୍କ ମଧ୍ୟରୁ ୨% ଏବଂ ସମସ୍ତ ସାବାଳକଙ୍କ ମଧ୍ୟରୁ ୧୦.୭ ତମାଖୁ ସେବନ କରୁଛନ୍ତି। ଅନ୍ୟପକ୍ଷରେ ୨୯.୬% ପୁରୁଷ, ୧୨.୮% ମହିଳା ଏବଂ ୧.୪% ସାବାଳକ ଧୂଆଁ ବିହୀନ ତମାଖୁ ବ୍ୟବହାର କରୁଛନ୍ତି।

ଆହୁରି ପଢ଼ନ୍ତୁ

‘ଏପ୍ରିଲ ଫୁଲ୍‌’ କରିବାକୁ ଯାଇ କରନ୍ତୁ ନାହିଁ ଏମିତି ଭୁଲ, ନ ହେଲେ…

ସାରା ବିଶ୍ୱରେ ୮ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

‘ପିଏମ କେୟାର୍ସ ଫଣ୍ଡ’କୁ ଦାନ କଲେ ମୋଦିଙ୍କ ମା’

ପୂରା ବିଶ୍ୱରେ କରୋନା ସ୍ଥିତି ଜଟିଳ: ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନିଜାମୁଦ୍ଦିନ ଧାର୍ମିକ ସଭାରୁ ଫେରିଥିବା ୫୦ ତାମିଲନାଡୁ ନାଗରିକ କରୋନା ଆକ୍ରାନ୍ତ

ମହାରାଷ୍ଟ୍ରରେ ଆଜି ୭୨ କରୋନା ରୋଗୀ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଟପିଲା

କୋଭିଡ୍-୧୯ ଆକ୍ରାନ୍ତରେ ୧୨ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ

ପ୍ରବାସୀ ଶ୍ରମିକଙ୍କ ପାଇଁ କମିଟି ଗଠନ କରିବାକୁ ୨୪ ଘଣ୍ଟା ମହଲତ ଦେଲେ ସୁପ୍ରିମକୋର୍ଟ

BSNLର ମାଗଣା ସୁବିଧା; ଜିଓ, ଏୟାର୍‌ଟେଲ୍‌ ଓ ଭୋଡ଼ା ଆଣିଲେ ନୂଆ ଅଫର୍‌

ଆଦିବାସୀଙ୍କ ପାଇଁ କାନ୍ଧରେ ଖାଦ୍ୟ ସାମଗ୍ରୀ ବୋହି ୩କିମି ଚାଲିଲେ ଜିଲ୍ଲାପାଳ ଓ ବିଧାୟକ

୧୬ କର୍ମଚାରୀ କରୋନା ପଜିଟିଭ; କମ୍ପାନୀ ସିଲ୍‌ କଲା ପ୍ରଶାସନ

କରୋନା ରୋଗୀଙ୍କ ପାଇଁ ପାର୍କରେ ମେଡିକାଲ ନିର୍ମାଣ କଲା ଆମେରିକା

You might also like