କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସନ୍‌ର ବ୍ୟବହାରକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଷ୍ଟେରଏଡ୍ ଡେକ୍ସାମେଥାସନ୍‌କୁ କରୋନା ରୋଗୀଙ୍କ ପାଇଁ ବ୍ୟବହାର କରିବାକୁ ମିଳିଲା ଅନୁମତି। ସାମାନ୍ୟରୁ ଗୁରୁତର କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ପାଇଁ ଔଷଧ ଫଳପ୍ରଦ। ଡେକ୍ସାମେଥାସନ୍ ବ୍ୟବହାର ପାଇଁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ପୂର୍ବରୁ ଡେକ୍ସାମେଥାସନ୍‌କୁ ବ୍ୟବହାର ଅନୁମତି ଦେଇଥିଲା WHO। ଷ୍ଟେରଏଡ୍ ଡେକ୍ସାମେଥାସନ୍ ଫୁସ୍‌ଫୁସ୍ ଜନିତ ରୋଗ ପାଇଁ ବ୍ୟବହାର ହୋଇଥାଏ। ବ୍ରିଟିଶ କ୍ଲିନିକାଲ୍ ଟ୍ରାଏଲ୍‌ରେ ଏହି ଔଷଧ ସଫଳ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଡେକ୍ସାମେଥାସନ୍ ଉତ୍ପାଦ ବଢ଼ାଇବା ପାଇଁ କହିଥିଲା।

ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ଶନିବାର ସକାଳ ସୁଦ୍ଧା ୨୪ ଘଣ୍ଟାରେ ୧୮, ୫୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଲି ୩୮୪ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୦୮,୯୫୩ ରହିଥିବାବେଳେ , ମୃତ୍ୟୁ ସଂଖ୍ୟା ୧୫,୬୮୫ ଛୁଇଁଛି। ସେହିଭଳି ଆକ୍ଟିଭ କେସ୍‌ ୧,୯୭,୩୮୭ ରହିଛନ୍ତି। ସୁସ୍ଥ ହୋଇଛନ୍ତି ୨,୯୫,୮୮୧ ଜଣ।

ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଏଠାରେ ସର୍ବାଧିକ ୧,୫୨,୭୬୫ ଆକ୍ରାନ୍ତ ଥିବାବେଳେ  ୭,୧୦୬ ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ଗୋଟିଏ ନରେ ୫ ହଜାରରୁ ଅଧିକ ପଜିଟିଭ ଚିହ୍ନଟ କରାଯାଇଛି।  କେବଳ ମୁମ୍ବଇରେ ଶୁକ୍ରବାର ୧୨୯୭ ଜଣ କରୋନା ପିଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୁମ୍ବାଇରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୨, ୧୭୫ରେ ପହଞ୍ଚିଛି। ଗୋଟିଏ ଦିନରେ କରୋନାରେ ୭୩ ଜଣଙ୍କ ଜୀବନ ଯାଇଥିବାବେଳେ ବର୍ତ୍ତମାନସୁଦ୍ଧା ମୃତ୍ୟୁ ସଂଖ୍ୟା ୪୧୭୯ରେ ପହଞ୍ଚିଛି। ମୁମ୍ବଇରେ ଆକ୍ଟିଭ କେସ୍‌ ୨୮,୨୪୪ ରହିଛି।

ଆହୁରି ପଢ଼ନ୍ତୁ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

You might also like