ହର୍ଷବର୍ଦ୍ଧନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ଆସନ୍ତା ଶୁକ୍ରବାର ଡବ୍ଲୁଏଚ୍ଓର କାର୍ଯ୍ୟକାରୀ ବୋର୍ଡ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ ହର୍ଷବର୍ଦ୍ଧନ।

ଜାପାନର ଡାକ୍ତର ହିରୋକୀ ନକାଟନୀଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ଗ୍ରହଣ କରିବେ। ଏନେଇ ଗତକାଲି ୧୯୪ ଦେଶର ସହମତି କ୍ରମେ ନିଷ୍ପତ୍ତି ହୋଇଛି।

ରାଷ୍ଟ୍ର ସମୂହ ମଧ୍ୟରେ ପାଳି ଅନୁସାରେ ଏହି ପଦବୀ ପାଇଁ ପ୍ରାର୍ଥୀ ମନୋନୀତ ହୋଇଥାନ୍ତି। ଚଳିତ ଥର ଭାରତର ପ୍ରତିନିଧି ଅଧ୍ୟକ୍ଷ ପଦରେ ରହିବେ ବୋଲି ଗତବର୍ଷ ନିଷ୍ପତ୍ତି ହୋଇଥିଲା ଏହା ପୂର୍ଣ୍ଣକାଳୀନ ଦାୟିତ୍ୱ ନୁହେଁ।

ଡାକ୍ତର ହର୍ଷବର୍ଦ୍ଧନ ବର୍ଷେ ପାଇଁ ଏହି ଦାୟିତ୍ୱରେ ରହିବେ। ଏବଂ ବର୍ଷେ ଭିତରେ ୨ଥର ଅନୁଷ୍ଠିତ ହେଉଥିବା କାର୍ଯ୍ୟକାରୀ ପରିଷଦ ବୈଠକରେ ସଭାପତିତ୍ୱ କରିବେ।

You might also like