ବିଗ୍‌ବିଙ୍କ ଆରୋଗ୍ୟ କାମନା କଲେ ହର୍ଷ ବର୍ଦ୍ଧନ, ବୈଜୟନ୍ତ ଓ ମମତା

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ଏ ନେଇ ସେ ଟ୍ୱିଟ୍ କରି ବିଗ୍ ବିଙ୍କ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ସାରା ଦେଶ ମଧ୍ୟ ଅମିତାଭଙ୍କ ସୁସ୍ଥ ହେବା ନେଇ କାମନା କରୁଥିବା ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଟ୍ୱିଟ୍ କରି ଏହା ବି ଲେଖିଛନ୍ତି, ଯେ ଆପଣ ସାରା ଦେଶ ପାଇଁ ଜଣେ ଆଇକନିକ୍ ସୁପରଷ୍ଟାର୍ ଅଟନ୍ତି। ଆମେ ସମସ୍ତେ ମିଶି ଆପଣଙ୍କ ଯତ୍ନ ନେବୁ। ଆପଣ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଟ୍ୱିଟ୍ କରିଛନ୍ତି ହର୍ଷବର୍ଦ୍ଧନ। ସେହିପରି ଆଉ ଏକ ଟ୍ୱିଟ୍ କରି ସେ ପୁଅ ଅଭିଷେକ ବଚନଙ୍କର ମଧ୍ୟ ଆରୋଗ୍ୟ କାମନା କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଟ୍ୱିଟ୍ କରି ଅମିତାଭଙ୍କ ଆରୋଗ୍ୟ କାମନା କରିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି, ଆପଣ ଖୁବ୍ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ଟ୍ୱିଟ୍ କରିଛନ୍ତି ବୈଜୟନ୍ତ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ୍ କରି ଲେଖିଛନ୍ତି  “ ଶ୍ରୀ ଅମିତାଭ ବଚ୍ଚନଙ୍କ କରୋନା ସଂକ୍ରମିତ ହୋଇଥିବା ଖବର ଶୁଣି ଅତ୍ୟନ୍ତ ଦୁଃଖ ଲାଗିଲା। ତାଙ୍କର ତୁରନ୍ତ ଆରୋଗ୍ୟ କାମନା କରୁଛି। ଖୁବ୍‌ଶୀଘ୍ର ଭଲ ହେଇ ଯାଆନ୍ତୁ ଆପଣ।”

ସେହିଭଳି ଜାମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାର ଅବ୍‌ଦୁଲ୍ଲାହ, ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାଭିସ,  ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭଳି  ପ୍ରମୁଖ ବହୁ ବଡ଼ ବଡ଼ ନେତା ଓ ଅଭିନେତାମାନେ ଅମିତାଭଙ୍କ ଆରୋଗ୍ୟ କମନା କରିଛନ୍ତି।

You might also like