ନିଜେ ଚାଲିଗଲେ, ୭ ଜଣଙ୍କ ଜୀବନ ବଞ୍ଚାଇ ଦେଲେ

ମନେ ରଖିବ ଇତିହାସ

ସୁରଟ୍‌(ଶୈଳେଶ୍‌) ନିଜେ ଚାଲିଗଲେ, ହେଲେ ସାତ ଜଣଙ୍କ ଜୀବନ ବଞ୍ଚାଇ ଦେଲେ। ଲକଡାଉନ୍‌ ସମୟରେ ସୁରଟ୍‌ରୁ ଆସିଲା ହୃଦୟବିଦାରକ ଦୃଶ୍ୟ। ସୂଚନା ଅନୁସାରେ, ୩୦୦ କିମି ଲମ୍ବା ରାସ୍ତାକୁ ମାତ୍ର ୧୦୦ ମିନିଟ୍‌ରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ ପହଞ୍ଚି ଏହି ମହାନ୍‌ କାମ କରିଛନ୍ତି। ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ହାଇଦ୍ରାବାଦ୍‌ର ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳର ନେତୃତ୍ୱରେ ଏହି ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇପାରିଛି। କୁଗାଯାଉଛି, ଦେଶରେ ତାଲାବନ୍ଦ ମଧ୍ୟରେ ଏହା ପ୍ରଥମ ଘଟଣା। ଯେଉଁସମୟରେ ଜଣେ ମହିଳା ନିଜର ହାର୍ଟ, ଫୁସଫୁସ ଓ କିଡନୀକୁ ସଠିକ୍‌ ସମୟରେ  ଦାନ କରି ଅନେକ ପରିବାରକ ଲୋକଙ୍କ ମୁହଁରେ ଖୁସି ଦେଇପାରିଛନ୍ତି।

କରୋନା ପାଇଁ ଲକଡାଉନ୍‌ ପୂରା ସୁରଟ୍‌ ସହର। ଆଉ ତାହାରି ମଧ୍ୟରେ ସାଇରନ୍‌ ମାଗି ପୂରା ଗ୍ରୀନ୍‌ କରିଡରରେ ଖୀପ୍ର ଗତିରେ ମାଡ଼ି ଚାଲିଥିଲା ଆମ୍ବୁଲାନ୍ସ। କାରଣ ଏହି ଆମ୍ବୁଲାନ୍ସକୁ  ଅନାଇ ବସିଛନ୍ତି ୭ ସାତଟି ପରିବାର। ସମସ୍ତଙ୍କର ଗୋଟିଏ ଆଶା, ସଫଳ ହେବେ ଡାକ୍ତର ଆଉ ସଠିକ୍‌ ସମୟରେ ନିର୍ଦ୍ଧାରିତ ସ୍ଥାନରେ ଆସି ପହଞ୍ଚିବ ଆମ୍ବୁଲାନ୍ସ। ସୁରଟ ପରି ବ୍ୟସ୍ତବହୁଳ ସହରରେ ଏହା ବିରଳ ଦୃଶ୍ୟ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଆମ୍ବୁଲାନ୍ସରେ ୪୬ ବର୍ଷୀୟ ବୟସ୍କା ମହିଳାଙ୍କ ହାର୍ଟ, ଫୁସଫୁସ ଓ କିଡ଼ନୀ ରହିଛି।

ସୂଚନା ଅନୁସାରେ, ସୁରଟ ନିବାସୀ.. କାମିନୀ ବେନଙ୍କର ବ୍ରେନ ଡେଥ୍‌ ହେବା ପରେ ତାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପରିବାର ଲୋକ। ଏଥିପାଇଁ ପ୍ରଶାସନକୁ ଅବଗତ କରାଯିବା ପରେ ପ୍ରସ୍ତୁତ ହୋଇଥିଲା ଅପରେସ୍‌ 7। ପରେ ପ୍ରଶାସନ ପକ୍ଷରୁ ତିନୋଟି ସବୁଜ କରିଡର ନିର୍ମାଣ କରାଯାଇଥିଲା ଆଉ ତାହାରି ମଧ୍ୟରେ ଯାଇଥିଲା ଆମ୍ବୁଲାନ୍ସ।

ତେବେ ମହାରାଷ୍ଟ୍ର ଜାଲଗାଓଁ ବାସିନ୍ଦା ଜଣେ ମହିଳାଙ୍କଠାରେ ଏହି ଫୁସଫୁସ ପ୍ରତିରୋପଣ କରାଯାଇଛି। ମହିଳା ଜଣକ କରୋନା ପଜିଟିଭ୍ ହେବା ପରେ ତାଙ୍କର ଫୁସଫୁସ ନଷ୍ଟ ହୋଇଯାଇଥିଲା। ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର କିମସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୋଟ୍‌ ଉପରେ କାମିନୀ ବେନଙ୍କ ଫୁସଫୁସ ଜାଲଗାଓଁର ମହିଳାଙ୍କୁ ନୂତନ ଜୀବନ ଦେଇଛି। ଏହାସହ ଅହମ୍ମଦାବାଦ ଷ୍ଟର୍ଲିଂ ହସ୍ପିଟାଲରେ ଗୋଟିଏ କିଡନୀ ଏବଂ ଅନ୍ୟ କିଡନୀ ଅହମ୍ମଦାବାଦ ଇନଷ୍ଟିଚ୍ୟୁଟ୍ ଅଫ୍ କିଡନୀ ଡିଜିଟାଲ୍ ଏବଂ ଅନୁସନ୍ଧାନ କେନ୍ଦ୍ରରେ ଦାନ କରାଯାଇଥିଲା। କେବଳ ଏତିକି ନୁହେଁ ବରଂ ସୁରଟର ଲୋକ ଦ୍ରଷ୍ଟୀ ଚକସୁବେଙ୍କଙ୍କୁ ଆଖି ଦାନ କରାଯାଇଥିଲା।

ସୁରଟର ବାର୍ଡୋଲି ତହସିଲର ଏକ ଛୋଟ ଗାଁରେ ରହୁଥିବା କାମିନୀ ବେନ ପଟେଲଙ୍କ ସିଟି ସ୍କାନ ରିପୋର୍ଟରେ ମସ୍ତିଷ୍କର ରକ୍ତସ୍ରାବ ହେବା ପରେ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଥିବା ଡାକ୍ତର କହିଥିଲେ। ତେବେ କାମିନୀଙ୍କ ପୁଅ ଅନିମେଶ ପଟେଲ କହିଛନ୍ତି ,ମୃତ୍ୟୁ ପରେ ମଧ୍ୟ ମୋ ମା ଅମର ହୋଇଗଲେ, ଆମେ ତାଙ୍କ ପାଇଁ ଗର୍ବିତ। ସତରେ ମୃତ୍ୟୁ ପରେ ମଧ୍ୟ ସାତ ଜଣଙ୍କୁ ନୂତନ ଜୀବନ ଦେଇ ସବୁଦିନ ପାଇଁ ଅମର ହୋଇଗଲେ କାମିନୀ।

 

 

You might also like