କରୋନା ପଜିଟିଭ୍‌ କହି ପତ୍ନୀଙ୍କ ପାଖରୁ ଖସିଗଲେ, ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଧରାପଡ଼ିଲେ

ନାଭି ମୁମ୍ବାଇ: ପତ୍ନୀଙ୍କୁ ଫୋନ୍‌ କରି କହିଲେ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି, ଏହାପରେ ହଠାତ୍‌ କେଉଁଆଡ଼େ ଗାଏବ୍‌ ହୋଇଗଲେ ସ୍ୱାମୀ। ଶେଷରେ ଗର୍ଲଫ୍ରେଣ୍ଡ୍‌ଙ୍କ‌ ସହ ସମ୍ପୃକ୍ତ ବ୍ୟକ୍ତି ଜଣକ ଥିବା ପୋଲିସ୍‌ ଜାଣିବାକୁ ପାଇଥିଲା। ନାଭି ମୁମ୍ବାଇରେ ଏଭଳି କିଛି ଘଟଣା ଘଟିଛି, ଯାହାକୁ ନେଇ ଏବେ ଚର୍ଚ୍ଚା।

ଚଳିତ ବର୍ଷ ଜୁଲାଇରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଖୋଜ ଥିଲେ। ଏହାପୂର୍ବରୁ ସେ ତାଙ୍କ ପତ୍ନୀଙ୍କୁ ଫୋନ୍‌ କରି କହିଥିଲେ ଯେ, ତାଙ୍କ କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ମଙ୍ଗଳବାର ଦିନ ଗର୍ଲଫ୍ରେଣ୍ଡ୍‌ଙ୍କ‌ ସହ ଉକ୍ତ ବ୍ୟକ୍ତିଙ୍କୁ ଧରିଥିଲା ପୋଲିସ୍‌।

ସୂଚନା ଅନୁସାରେ, ଜୁଲାଇ ୨୪ରେ ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କୁ ନାଟକୀୟ ଢଙ୍ଗରେ ଫୋନ୍‌ କରି କହିଥିଲେ-ମୋର କରୋନା ଟେଷ୍ଟ୍‌ ରିପୋର୍ଟ ପଜିଟିଭ୍‌ ଆସିଛି। ମୁଁ ଆଉ ବଞ୍ଚିବି ନାହିଁ।’

ହଠାତ୍‌ ଏକଥା ଶୁଣି ପତ୍ନୀ ଅବାକ୍‌ ହୋଇ, ସ୍ୱାମୀଙ୍କୁ କିଛି ପଚାରିବା ପୂର୍ବରୁ ବ୍ୟକ୍ତି ଜଣକ ଫୋନ୍‌ କାଟି ଦେଇଥିଲେ। ଏହାପରେ ମହିଳା ଜଣକ ନିଜ ଭାଇଙ୍କୁ ଫୋନ୍‌ କରି ସାହାଯ୍ୟ ମାଗିଥିଲେ। ସ୍ୱାମୀ ନିଖୋଜ ହେବାନେଇ ପୋଲିସ୍‌ରେ ଅଭିଯୋଗ କରିଥିଲେ ପତ୍ନୀ‌।

ପୋଲିସ୍‌ ଘଟଣାର ତଦନ୍ତ କରି ଭାଶିର ସେକ୍ଟେର ୧୭ ରୋଡ୍‌ରୁ ଉକ୍ତ ବ୍ୟକ୍ତିଙ୍କ ବାଇକ୍‌, ହେଲ୍‌ମେଟ୍‌, ବ୍ୟାଗ୍ ଓ ଚାବି ଇତ୍ୟାଦି ପାଇଥିଲେ। ହେଲେ ବ୍ୟକ୍ତି ଜଣକର ପତ୍ତା ପୋଲିସ୍‌କୁ ମିଳିପାରିନଥିଲା। ପୋଲିସ୍‌ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ମୋବାଇଲ୍‌କୁ ମଧ୍ୟ ଟ୍ରେସ୍‌ କରି ଲୋକେସନ୍‌ ଜାଣିବା ପାଇଁ ପ୍ରୟାସ କରିଥିଲା।

ପୋଲିସ୍‌ ଜାଣିବାକୁ ପାଇଲା ଯେ, ଯେଉଁ ଦିନ ୨୮ ବର୍ଷୀୟ ବ୍ୟକ୍ତି ଜଣକ ନିଖୋଜ ହୋଇଥିଲେ ସେହିଦିନ ସେ ଦୁଇଥର ୧୦୦ ନମ୍ବରକୁ ଡାଏଲ୍‌ କରିଥିଲେ। ପୂର୍ବ ଶତ୍ରୁତା କିମ୍ବା ଡକାୟତି ହୋଇଥିବାର ଅନୁମାନ କରି ପୋଲିସ୍ ଘଟଣାର‌ ଖୋଳତାଡ଼ ଆରମ୍ଭ କରିଥିଲା। ଏହି ଖୋଳତାଡ଼ ବେଳେ ପୋଲିସ୍ ହାତରେ ଏକ ସୁରାକ୍‌ ଲାଗିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କ ପରକୀୟା ପ୍ରୀତି ସମ୍ପର୍କରେ ପୋଲିସ୍‌ ତଦନ୍ତ ବେଳେ ଜାଣିବାକୁ ପାଇଥିଲା। ୧ ମାସ ଖୋଜାଖୋଜି ପରେ ପୋଳିସ୍‌ ଜାଣିବାକୁ ପାଇଥିଲା ଯେ, ସେ ଇନ୍ଦୋରରେ ଥିଲେ। 

ଇନ୍ଦୋରରେ ଯେତେବେଳେ ପୋଲିସ୍‌ ଟିମ୍‌ ଯାଇ ପହଞ୍ଚିଥିଲା, ଗର୍ଲଫ୍ରେଣ୍ଡ୍‌ ସହ ସମ୍ପୃକ୍ତ ବ୍ୟକ୍ତି ଜଣକ ଥିଲେ ଓ ଧରାପଡ଼ି ଯାଇଥିଲେ। ସେପ୍ଟେମ୍ବର ୧୫ରେ ତାଙ୍କୁ ମୁମ୍ବାଇ ଅଣାଯାଇଥିଲା।

ଆହୁରି ପଢ଼ନ୍ତୁ

ସିଏଏକୁ ନେଇ ମୋହନ ଭାଗବତଙ୍କ ମନ୍ତବ୍ୟରେ କଡ଼ା ପ୍ରତିକ୍ରିୟା ରଖିଲେ ଅସଦୁଦ୍ଦିନ ଓୱେସୀ

ବାଃ କୋଭିଡ୍‌ ଯୋଦ୍ଧା, ଅସୁସ୍ଥ କରୋନା ରୋଗୀଙ୍କୁ ଅଧକିଲୋମିଟର ପିଠିରେ ବୋହି ଆମ୍ବୁଲାନ୍ସରେ ବସାଇଲେ

ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତକାରୀ ଅଧିକାରୀ ପତ୍ନୀଙ୍କ ଆତ୍ମହତ୍ୟା

ବିହାର ଲୋକେ ନୀତୀଶଙ୍କ ଉପରେ କେବଳ ରାଗୁ ନାହାନ୍ତି, ତାଙ୍କୁ ଘୃଣା ବି କରୁଛନ୍ତି; ତେଜସ୍ୱୀ ଯାଦବ

ରେଳବାଇର କୋଭିଡ୍‌ କେୟାର କୋଚ୍‌ରେ ମହାରାଷ୍ଟ୍ରର ଜଣେ ବି ରୋଗୀ ଆଡ୍‌ମିଶନ ହୋଇ ନାହାନ୍ତି

ଏପଟେ ପୂଜା ସେପଟେ ପତ୍ନୀଙ୍କୁ ହତ୍ୟା ! ପୂଜା ଘର ଭିତରୁ ମିଳିଲା ମୃତଦେହ

ଜେଡିଆର୍‌ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ ବଡ଼ ଖୁଲାସା

‘ଭାରତର କଡ଼ା ଜବାବରେ ଭୟଭୀତ ଚାଇନା’

ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂ

ମନ କି ବାତ୍‌: ଯବାନଙ୍କ ପାଇଁ ଦୀପ ଜାଳିବାକୁ କହିଲେ ପ୍ରଧାନମନ୍ତ୍ରୀ

ପରଲୋକରେ ସାମ୍‌ସଙ୍ଗ୍‌ ଇଲେକ୍ଟ୍ରୋନିକ୍ସ ଚେୟାରମ୍ୟାନ୍

ପଞ୍ଜାବ ଦୁଷ୍କର୍ମ ଘଟଣାରେ ବିଜେପିକୁ ରାହୁଲଙ୍କ ଜବାବ

You might also like