ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ:କଂଗ୍ରେସ ନେତା ରାହୁଲ ଗାନ୍ଧୀ  ଏବଂ ପ୍ରିୟଙ୍କା ଗାନ୍ଧି ଗୁରୁବାର ଉତ୍ତର ପ୍ରଦେଶ ହାଥରସ ଗଣ ଦୁଷ୍କର୍ମ ପୀଡିତାଙ୍କ ପରିବାରକୁ ଭେଟିବାକୁ ଆସୁଛନ୍ତି। ହେଲେ ହଥରସରେ ଏବେ ୧୪୪ ଧାରା ଲାଗୁ ହୋଇଛି। ପ୍ରଶାସନର କହିବା ଅନୁଯାୟୀ, କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ସେପ୍ଟେମ୍ବର୧ରୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।

ଏଠି କହିରଖିବୁ, ହାଥରସର ୨୦ ବର୍ଷର ଜଣେ ଦଳିତ ଯୁବତୀ ଗଣ ଦୁଷ୍କର୍ମ ସହ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ।  ଡାକ୍ତରଖାନାରେ ଦୀର୍ଘଦିନ ଧରି ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ମଙ୍ଗଳବାର ଡାକ୍ତରଖାନାରେ ଆଖି ବୁଜି ଦେଇଥିଲେ । ପୀଡିତାଙ୍କ ମେରୁଦଣ୍ଡ ଭାଙ୍ଗିଯିବା ସହ ବକରେ ଫ୍ରାକ୍ଚର ହୋଇଥିଲା। ଯାହା ଫଳରେ ନିଃଶ୍ୱାସ ନେବା କଷ୍ଟ ହେଉଥିଲା। ଜିଭ ମଧ୍ୟ କଟି ଯାଇଥିଲା ଏବଂ ତାଙ୍କର ଶରୀର ପାରାଲାଇଜ ହୋଇଯାଇଥିଲା।

ବର୍ବରତା ସେତିକିରେ ଶେଷ ହୋଇ ନ ଥିଲା।  ମୃତ୍ୟୁ ପରେ ପରିବାର ଲୋକଙ୍କୁ ଶବ ନ ଦେଇ ପୋଲିସ ଜବରଦସ୍ତ  ଅନ୍ତିମ ସଂସ୍କାର କରିଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧି ବୁଧବାର କହିଛନ୍ତି, ’ୟୁପି ପୋଲିସର ଏପରି ଲଜ୍ଜାଜନକ କାର୍ଯ୍ୟ ଦଳିତଙ୍କୁ ଦବାଇ ରଖିବା ପାଇଁ ଏବଂ ସେମାନଙ୍କୁ ସେମାନଙ୍କ ଜାଗା ଦେଖାଇବା ପାଇଁ ଅଟେ। ହେଲେ ଆମର ଯୁଦ୍ଧ ଏହା ବିରୋଧରେ।’

ସେହିପରି ପ୍ରିୟଙ୍କା ଗାନ୍ଧି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରିଛନ୍ତି। ବୁଧବାର ପ୍ରିୟଙ୍କା ଗୋଟିଏ ପରେ ଗୋଟିଏ ଟ୍ୱିଟ କରି କହିଛନ୍ତି, ‘ୟୁପି ମୁଖ୍ୟମନ୍ତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଚାହେଁ। ପରିବାର ଲୋକଙ୍କଠାରୁ ଜବରଦସ୍ତ ଶବ ଆଣି ସଂସ୍କାର କରିବାକୁ କିଏ ଆଦେଶ ଦେଇଥିଲା ? ଗତ ୧୪ ଦିନ ଧରି କ’ଣ ଆପଣ ଶୋଇଥିଲେ। ଆଉ କେତେଦିନ ଧରି ଏସବୁ ଚାଲିଥିବ ? ’

ପ୍ରିୟଙ୍କା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗିବା ସହ ଲେଖିଛନ୍ତି, ପରିବାର ଲୋକଙ୍କଠାରୁ ଅନ୍ତିମ ସଂସ୍କାର କରିବାର ଅଧିକାର ଛଡେଇ ନେଲ। ପୀଡିତା ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେବା ପରିବର୍ତ୍ତେ ଆପଣଙ୍କ ସରକାର ପୀଡିତାଙ୍କ ମୃତ୍ୟୁ ପରେ ମାନବାଧିକାର ଛଡ଼ାଇ ନେଲେ। ମୁଖ୍ୟମନ୍ତ୍ରୀ ପଦରେ ରହିବାର କୌଣସି ନୈତିକ ଅଧିକାର ଆପଣଙ୍କର ନାହିଁ। ’

ଆହୁରି ପଢ଼ନ୍ତୁ

୧୦ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ଫାଶୀ

ଗ୍ରୀସ୍ ଓ ତୁର୍କୀରେ ଭୟଙ୍କର ଭୂମିକମ୍ପ, ମାଡ଼ିଆସିଲା ସୁନାମି !

ଅଭିନନ୍ଦନଙ୍କୁ ଛାଡ଼ିବା ପାଇଁ କୌଣସି ଚାପ ପଡ଼ି ନ ଥିଲା-ସଫେଇ ଦେଲେ ଇମ୍ରାନ

ଆରୋଗ୍ୟ ସେତୁ ଆପ୍ସର ତଥ୍ୟ ଖିଲାପ କରିଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ବାପାଙ୍କୁ ହତ୍ୟା କରିବା ପରେ କ୍ରାଇମ୍‌ ଶୋ’ରୁ ଆଇଡିଆ ନେଇ ପ୍ରମାଣ ନଷ୍ଟ କଲା ପୁଅ

ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ସେକ୍ସ ଗୁରୁଙ୍କୁ ମିଳିଲା ସଜା, ଜେଲରେ ରହିବେ ୧୨୦ ବର୍ଷ

ଦିୱାଲିରେ ଏହିସବୁ ସ୍ମାର୍ଟଫୋନ୍‌ ଉପରେ ମିଳୁଛି ବମ୍ପର ଅଫର୍‌

କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ସହାୟକ ହେବ ବିସିଜି ଟିକା

ବିବାହ ଉତ୍ସବରେ ଯୋଗଦେଇ ଫେରୁ ଥିବାବେଳେ ଓଲଟିଲା ଭ୍ୟାନ୍‌; ୬ ମୃତ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

You might also like