ହାଥରସ ଗଣଦୁଷ୍କର୍ମ ମାମଲା; ପରିବାର ଲୋକଙ୍କୁ ଘରେ ବନ୍ଦ କରି ପୀଡିତାଙ୍କ ଶବ ସତ୍କାର କଲା ପୋଲିସ

ଲକ୍ଷ୍ନୌ: ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ସହ ସଂଘର୍ଷ କରିବା ପରେ ଶେଷରେ ହାରି ଯାଇଛନ୍ତି ପୀଡ଼ିତା । ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ହେଲେ ଏହି  ଉତ୍ତରପ୍ରଦେଶର ହାଥରସ୍‌ରେ ଘଟିଥିବା ଏହି ଜଘନ୍ୟ ଦୁଷ୍କର୍ମ ମାମଲାକୁ ନେଇ ତେଜୁଛି ରାଜନୀତି।  ପୀଡ଼ିତାଙ୍କ ମୃତଦେହକୁ ରାତି ଅଧରେ ସତ୍କାର କରିଛି ପୋଲିସ। ପୋଲିସର ଏପରି ଆଚରଣକୁ ବିରୋଧ କରିଛନ୍ତି ପରିବାର ଲୋକେ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୨.୩୦ ମିନିଟ୍‌ରେ ଘନ ଅନ୍ଧାର ଭିତରେ ପୋଲିସ ପୀଡିତାଙ୍କ ଶବ ସତ୍କାର କରିଥିଲା। ଏପରିକି ସତ୍କାର କରିବା ପୂର୍ବରୁ ପୀଡିତାଙ୍କ ପରିବାରଲୋକଙ୍କୁ ଘରେ ବନ୍ଦ କରି ରଖା ଯାଇଥିଲା। ଅନ୍ଧାର ରାତିରେ ହୋଇଥିବା ରେକର୍ଡିଂ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ପୋଲିସ ପରିବାର ଲୋକଙ୍କ ସହ ଅତ୍ୟନ୍ତ ରୁକ୍ଷ ବ୍ୟବହାର କରୁଥିଲା। ପୀଡିତାଙ୍କ ପରିବାର ଲୋକେ ଶବକୁ ନେବା ପାଇଁ ଅଡି ବସିଥିଲେ। ଏଥି ପାଇଁ ପୋଲିସ ସହ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ପୋଲିସର କାର୍ଯ୍ୟକୁ ବିରୋଧ କରି ଶବ ନେଇ ଯାଉଥିବା ଆମ୍ବୁଲାନ୍ସ ସାମ୍ନାରେ ପରିବାର ଲୋକେ ଛିଡ଼ା ହୋଇଥିଲେ, ବନେଟ ଉପରେ ଚଢି ଯାଇଥିଲେ। ହେଲେ ପୋଲିସ ସେମାନଙ୍କୁ ଏଡ଼ାଇ ଦେଇ ଶବ ସତ୍କାର କରିଥିଲା। ଏପରିକି ଯୁବତୀଙ୍କ ମା’ ଆମ୍ବୁଲାନ୍ସ ସାମ୍ନାରେ ତଳେ ଶୋଇ ପଡ଼ିଲେ ଝିଅର ଶବ ଟିକିଏ ଦେଖିବା ପାଇଁ। ହେଲେ ଏକ ମା’ର ବିକଳ କାନ୍ଦ ପୋଲିସକୁ ପ୍ରଭାବିତ କରି ପାରି ନ ଥିଲା।

ପୋଲିସ୍ ଜୋରଜବରଦସ୍ତ ଭାବେ ମୃତଦେହକୁ ନେଇ ପୋଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ଭାଇ। ପୋଲିସ୍ ଓ ଜିଲ୍ଲା ପ୍ରଶାସନ ତାଙ୍କ ଶେଷ ଦର୍ଶନ କରିବାକୁ ବି ଦେଇନଥିଲେ। ସକାଳେ ଅନ୍ତିମ ସତ୍କାର କରିବା ନେଇ ଯୋଜନା ଥିଲେ ବି ରାତିରେ କାହିଁକି ପୋଡ଼ା ଗଲା ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ଏହି ଘଟଣା ପରେ ପୀଡିତାଙ୍କ ବାପା ଓ ଭାଇ ପୋଲିସର କାର୍ଯ୍ୟକଳାପକୁ ବିରୋଧ କରି ଧାରଣାରେ ବସିଥିଲେ। ହେଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ କଳା ରଙ୍ଗର ସ୍କର୍ପିଓରେ ସେମାନଙ୍କୁ ଉଠାଇ ନେଇଥିବା ଜଣାଯାଇଛି। ଗ୍ରାମବାସୀ ମଧ୍ୟ ପୋଲିସର ଏପରି କାର୍ଯ୍ୟକୁ ବିରୋଧ କରିଛନ୍ତି।

ଏହି ମାମଲାରେ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହି ଘଟଣା ପରେ ପରିବାରଲୋକଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି ପୀଡ଼ିତାଙ୍କ ଭାଇ।  ତାଙ୍କ ପରିବାରକୁ ସୁରକ୍ଷା ଜରୁରୀ ହୋଇପଡ଼ିଥିବା ସେ କହିଛନ୍ତି। ଅନ୍ୟପଟେ ଏସ୍‌ଆଇଟି  ଗଠନ କରି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ସରକାର।

ସୂଚନାଥାଉ କି, ମା‘ ଓ ଭାଇ ସହିତ ବିଲକୁ ଯାଇଥିବା ବେଳେ ଗାଁର ୪ ଜଣ ଯୁବକ ସେଠାରୁ ପୀଡ଼ିତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ଏହା ପରେ ଅଭିଯୁକ୍ତମାନେ ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ପୀଡ଼ିତାଙ୍କୁ ଗଣଦୁଷ୍କର୍ମ ଓ ତା ପରେ ନିର୍ଯାତନା ଦିଆଯାଇଛି। ଏହି ଘଟଣାକୁ ୨୦୧୨ର ଛାତିଥରା ଦିଲ୍ଲୀ ନିର୍ଭୟା ଘଟଣା ସହିତ ତୁଳନା କରାଯାଉଛି। ପୀ଼ଡ଼ିତାଙ୍କୁ ହତ୍ୟା କରିବାକୁ ଅଭିଯୁକ୍ତମାନେ ଉଦ୍ୟମ କରିଥିବାରୁ ପୀଡ଼ିତାଙ୍କ ବେକର ୩ଟି ହାଡ଼ ଭାଙ୍ଗିଥିଲା।  ତେଣୁ ସେ ପାରାଲିସିସ୍‌ର ଶିକାର ହୋଇଥିଲେ। ତାଙ୍କର ଜିଭ ମଧ୍ୟ କଟି ଯାଇଥିଲା । ଗଣଦୁଷ୍କର୍ମ ପରେ ଅଭିଯୁକ୍ତମାନେ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିବା ବେଳେ ପୀଡ଼ିତା ନିଜେ ନିଜର ଜିଭ କାମୁଡ଼ି ପକାଇଥିବାରୁ ଜିଭ କଟିଯାଇଥିବା ଜଣାପଡ଼ିଛି । ବେକର ହାଡ଼ ଭାଙ୍ଗିବା ଯୋଗୁଁ ପୀଡ଼ିତା ଠିକ୍‌ରେ ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ ନେଇପାରୁନଥିଲେ।

ସେପ୍ଟେମ୍ବର ୧୪ରେ ଏହି ଘଟଣା ଘଟିଥିଲା। ପୋଲିସ ୪ ଅଭିଯୁକ୍ତଙ୍କୁ ଆଗରୁ ଅଗିରଫ କରିଛି । ସେମାନଙ୍କ ବିରୋଧରେ ଏବେ ହତ୍ୟା ମାମଲା ମଧ୍ୟ ରୁଜୁ କରାଯିବ ବୋଲି ଜଣାପଡ଼ିଛି । ୪ ଅଭିଯୁକ୍ତ ପୀଡ଼ିତାଙ୍କ ନିଜ ଗାଁର ଯୁବକ।   ଏହି ଘଟଣାକୁ ନେଇ କଂଗ୍ରେସ, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି ଅଯୋଗୀ ସରକାରକୁ କଡ଼ା ନିନ୍ଦା କରିଛନ୍ତି।

 

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like