ହାଥରସ ଗଣଦୁଷ୍କର୍ମ ମାମଲା: ତଦନ୍ତ ରିପୋର୍ଟ ଦାଖଲ ପାଇଁ SITକୁ ମିଳିଲା ୧୦ ଦିନର ମହଲତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାରେ ଯାଞ୍ଚ କରୁଥିବା ଏସଆଇଟି ତାର ତଦନ୍ତ ରିପୋର୍ଟ ବୁଧବାର ପ୍ରଦାନ କରିବାର ଥିଲା। ହେଲେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ୧୦ ଦିନର ମହଲତ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍  ଏସଆଇଟି ଆଜି ରିପୋର୍ଟ ପ୍ରଦାନ କରିବାର ଥିଲା। ପୂର୍ବରୁ ଏସଆଇଟିକୁ ସପ୍ତାହେ ମହଲତ ଦିଆଯାଇ ସାରିଛି । ତେବେ ମାମଲାର ପୂରା ଯାଞ୍ଚ ପାଇଁ ଅଧିକ ୧୦ ଦିନ ମାଗିଥିଲା ଟିମ୍ । ଏଥିପାଇଁ ରାଜ୍ୟ ସରକାର ସହମତି ପ୍ରଦାନ କରିଛନ୍ତି।

ସୂଚନାଥାଉ କି, ତିନିଜଣ ସଦସ୍ୟ ବିଶିଷ୍ଟ ଏସଆଇଟି ଟିମ୍‌ ପୀଡିତ ଗାଁ, ଯେଉଁ କ୍ଷେତରେ ପୀଡିତାଙ୍କୁ ଆକ୍ରମଣ ହୋଇଥିଲା ଏବଂ ଶବ ସତ୍କାର ସ୍ଥାନକୁ ଯାଇଥିଲେ। ଟିମ୍‌ ସହ ଏକ ଫୋରେନ୍ସିକ ଟିମ୍‌ ମଧ୍ୟ ଯାଇଥିଲେ ଯେଉଁମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ଟିମ୍‌ରେ ୟୁପି ଗୃହ ସଚିବ, ଡିଜିପି ଏବଂ ଜଣେ ପୋଲିସ ଅଫିସର ସାମିଲ ଅଛନ୍ତି।

ଅନ୍ୟପଟେ ଏହି ମାମଲାରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହସ୍ତକ୍ଷେପ କରିବ । ଆମେରିକାରୁ ଏକ ୱେବସାଇଟ୍ ଖୋଲାଯାଇ ବଡ଼ ଧରଣର ଜାତିଆଣ ହିଂସା କରିବା ଲାଗି ଷଡ଼ଯନ୍ତ୍ର ହେଉଥିବା ନେଇ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଥିଲେ । ଏହା ପରେ ରାଜ୍ୟବ୍ୟାପୀ ପୋଲିସ ୧୯ଟି ମାମଲା ରୁଜୁ କରିଛି । ମନି ଲଣ୍ଡ୍ରିଂ ମାମଲା ରୁଜୁ କରି ଇଡି ଏହାର ତଦନ୍ତ କରିବ ବୋଲି ଜଣାପଡ଼ିଛି।

ସୂଚନାଥାଉ କି, ହାଥରସର ଏକ ଗ୍ରାମରେ ସେପ୍ଟେମ୍ବର ୧୭ ତାରିଖ ୨୦ ବର୍ଷୀୟ ଜଣଷ ଯୁବତୀଙ୍କ ସହ ଦୁଷ୍କର୍ମ ସହ ମରଣାନ୍ତକ ଆକ୍ରମଣ ହୋଇଥିଲା। ଗତ ସପ୍ତାହରେ ତାଙ୍କର ଦିଲ୍ଲୀର ଏକ ଡାକ୍ତରଖାନାରେ ପୀଡିତାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ କ୍ଷୋଭ ପ୍ରକାଶ ପାଇଛି।

 

 

ଆହୁରି ପଢ଼ନ୍ତୁ

କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍‌ମା ଥେରାପି

ବଜେପି ଛାଡ଼ିଲେ ବରିଷ୍ଠ ନେତା ଏକନାଥ ଖଡ଼ସେ; କହିଲେ, ଫଡ଼ନାଭିସଙ୍କ ପାଇଁ ଛାଡ଼ିଲି ଦଳ

ଆନ୍ଧ୍ର କନକ ଦୁର୍ଗା ମନ୍ଦିର ନିକଟରେ ଭୂସ୍ଖଳନ: ୪ ଫସି ରହିଥିବା ଆଶଙ୍କା

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା

ମଦ୍ରାସାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ବିଜେପି ସାଂସଦ

କିଛି ଦିନ ତଳେ କମିଥିଲା, ଏବେ ପୁଣି ବଢ଼ିଲା ସୁନା ଦର

୨୩ ଜଣ ବନ୍ଧୁଙ୍କୁ ନେଇ ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ; ବିଲ୍‌ ଦେଖି ଦୌଡି ପଳାଇଲେ ପ୍ରେମିକ

ହାଥରସ୍‌ ଘଟଣା ପରେ ଧର୍ମ ପରିବର୍ତ୍ତନ କଲେ ବାଲ୍ମିକୀ ସମାଜର ୫୦ ପରିବାର

ପାକିସ୍ତାନରେ ବିସ୍ଫୋରଣ: ୩ ମୃତ

ଶତ୍ରୁ ପାଖରେ ବି ମହନୀୟତା ଦେଖାଇଲେ ଭାରତୀୟ ଯବାନ; ଧରାପଡ଼ିଥିବା ଚୀନ ସେନାଙ୍କୁ ଫେରାଇ ଦେଲେ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

You might also like