୧୮ବର୍ଷ ପରେ ପାକିସ୍ତାନ ଜେଲ୍‌ରୁ ଭାରତ ଫେରିଲେ ହସିନା

ଭୁବନେଶ୍ୱର: ୧୮ବର୍ଷ ପରେ ପାକିସ୍ତାନରୁ ଭାରତ ଫେରିଲେ ହସିନା ବେଗମ। ମହାରାଷ୍ଟ୍ର ଓରଙ୍ଗବାଦର ୬୫ ବର୍ଷୀୟ ହସିନା ୨୦୦୨ରେ ସମ୍ପର୍କୀୟଙ୍କୁ ଭେଟିବାକୁ ପାକିସ୍ତାନ ଯାଇଥିଲେ। ତେବେ ଲାହୋରରେ ପାସପୋର୍ଟ ହଜିଯିବାରୁ ସେ ଆଉ ଭାରତ ଫେରିପାରିନଥିଲେ। ପାକିସ୍ତାନରେ ଅବୈଧ ପ୍ରବେଶ ଅଭିଯୋଗରେ ତାଙ୍କୁ ବନ୍ଦୀ କରିଥିଲେ ପାକ୍ ସରକାର। ଭାରତ ଫେରିବା ନେଇ ହସିନା, ପାକିସ୍ତାନ ସରକାର ଏବଂ କୋର୍ଟଙ୍କ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ। ତେବେ ପ୍ରମାଣ ନଥିବାରୁ ହସିନାଙ୍କୁ ପାକ୍ ଜେଲରେ ୧୮ ବର୍ଷ ରହିବାକୁ ପଡିଥିଲା।

ଏହା ଭିତରେ ଔରଙ୍ଗବାଦ ପୋଲିସ ହସିନାଙ୍କ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ପାକିସ୍ତାନ ସରକାରଙ୍କୁ ଦେଇଥିଲେ ଏବଂ ଏହା ଉପରେ ଅନୁଧ୍ୟାନ କରିବା ପରେ ହସିନାଙ୍କୁ ଭାରତ ପଠାଯାଇଥିଲା। ଭାରତ ଫେରିବା ପରେ ହସିନା କହିଛନ୍ତି, ତାଙ୍କୁ ସ୍ୱର୍ଗରେ ଥିବା ଭଳି ଅନୁଭବ ହେଉଛି।

ମୋ ମାଟିକୁ ଫେରିଥିବାରୁ ମୋ ମନ ଆଜି ବହୁତ ଖୁସି । ମୋତେ ଏଠି ଆଣିଥିବା ଔରଙ୍ଗବାଦ ପୋଲିସଙ୍କୁ ଧନ୍ୟବାଦ ଜଣାଉଛି। ମୋ ମାଟି ଫେରିଆସିବା ପରେ ମୋତେ ସ୍ୱର୍ଗରେ ରହିବା ପରି ଲାଗୁଛି। 
-ହସିନା ବେଗମ୍

ସେହିପରି ପାକିସ୍ତାନ ଜେଲ୍‌‌ରେ ୨୦ ବର୍ଷ ବନ୍ଦୀ ଜୀବନ କାଟିବା ପରେ ଓଡ଼ିଶା ଫେରିଥିଲେ ସୁନ୍ଦରଗଡ଼ ଜିଲ୍ଲାର ବିର୍‌ଜୁ କୁଲୁ।  ନିଜ ଗାଁରେ ପହଞ୍ଚିବା ପରେ ପ୍ରଶାସନ ପକ୍ଷରୁ ବିର୍‌ଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ୨୫ ବର୍ଷ ଧରି ନିଖୋଜ ଥିଲେ ବିର୍‌ଜୁ।  ଗତବର୍ଷ ଜଣାପଡ଼ିଥିଲା ଯେ, ସେ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏହା ପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା। ଦୀର୍ଘ ୨୦ ବର୍ଷ ଧରି ସେ ଲାହୋର ଜେଲ୍‌ରେ ବନ୍ଦୀ ଥିଲେ।

 

You might also like