ସତରେ କଣ ପୃଥିବୀ ପୃଷ୍ଠକୁ ଆସିଛନ୍ତି ଏଲିଏନ?

ଏଲିଏନଙ୍କ ଭିଡ଼ିଓ ରେକର୍ଡ କଲେ ପାଇଲଟ?

ପୃଥିବୀ ପୃଷ୍ଠକୁ ଆସିଛନ୍ତି ଏଲିଏନ?

ଏଲିଏନଙ୍କ ଭିଡ଼ିଓ ରେକର୍ଡ କଲେ ପାଇଲଟ?

ଭାଇରାଲ ଭିଡ଼ିଓରେ ରହିଛି କେତେ ସତ?

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠରେ ପୁଣି ଥରେ ଦେଖାଦେଲେ ଏଲିଏନ? କେଉଁଠି ଓ କେତେବେଳେ ଓ କିଏ ଦେଖିଲା ଏଲିଏନ? ଏଲିଏନ କଥା କହିଲେ ଅନେକ ଲୋକେ ଆଗ୍ରହର ସହ ଶୁଣନ୍ତି ଆଉ ତାହା ସମ୍ପର୍କରେ ଜାଣିବାକୁ ବି ଚେଷ୍ଟା କରନ୍ତି। ଆପଣ ବଲିଉଡ ଫିଲ୍ମରେ ନିଷ୍ଟିତ ଭାବରେ ଦେଖିଥିବେ କୋଇମିଲଗେୟା ଫିଲ୍ମ। ଆଉ ସେଥିରେ କେମିତି ପୃଥିବୀ ପୃଷ୍ଠକୁ ଏଲିଏନ ଆସୁଥିଲେ ? କିଏ ସେମାନଙ୍କୁ ଏଠାକୁ ଡାକୁଥିଲା ଆଦି ଅନେକ କଥା…. କିନ୍ତୁ ଏବେ ରିଲରେ ନୁହେଁ ବରଂ ରିଏଲରେ ଦେଖା ଦେଇଛନ୍ତି ଏଲିଏନ।

ଥରେ ଚିନ୍ତା କରନ୍ତୁ ହଠାତ୍ ଯେତେବେଳେ ମଝି ଆକାଶରେ ନଜର ଆସିଯିବ ଏଲିଏନ୍ ! କଣ କରିବେ ଆପଣ? ଡ଼ରିବେ ନା ଆଶ୍ଚର୍ଯ୍ୟ ହେବେ ! ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଉଙ୍କି ମାରୁଥିବ। କିନ୍ତୁ ଜାତୀୟ ଗଣମଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଉଡ଼ାଣ ଭରିବା ପରେ ଗନ୍ତବ୍ୟସ୍ଥଳକୁ ବିମାନକୁ ଆଗେଇ ନେଇ ଚାଲିଥିଲେ ପାଇଲଟ। ଆଉ ହଠାତ ବିମାନ ଆଗରେ ଚମକୁ ଥିବା ଅଜଣା ଜିନିଷ ଉପରେ ପାଇଲଟଙ୍କ ନଜର ପଡ଼ିଥିଲା। ପାଇଲଟ ଏହା କ’ଣ ବୋଲି ଜାଣିବାକୁ ଚାହିଁଥିଲେ ମଧ୍ୟ ଜାଣି ପାରି ନଥିଲେ କିନ୍ତୁ ସେ ସମୟର ଭିଡ଼ିଓ ସେ ରେକର୍ଡ କରିନେଇଥିଲେ। ତାହା ପରେ ପାଇଲଟ ଯେଉଁ ଭିଡ଼ିଓ ରେକର୍ଡ କରିଥିଲେ ତାହା ସୋସିଆଲ ମଡ଼ିଆରେ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଜିଓ ନିଉଜ ଚ୍ୟାନେଲ ଏହି ଖବର ପ୍ରସାରଣ କରିିବା ପରେ ସୋସିଆଲ ମିଡିଆରେ ଏ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି।

ଭାଇରାଲ ହେଉଥିବା ଭିଡିଓକୁ ଦେଖିବା ପରେ କିଏ ଏହାକୁ ଏଲିଏନ ବୋଲି କହୁଛି ତ କିଏ ଏହାକୁ ରାଫେଲ ବିମାନ ବୋଲି କହୁଛି।  କିନ୍ତୁ କରାଚୀରୁ ଲାହୋର ଯାଉଥିବା ବିମାନର ପାଇଲଟ ପାକିସ୍ତାନର ପଞ୍ଜାବ ପ୍ରଦେଶର ରହିମ ୟାର ଖାନ ନିକଟରେ ଏହି ଚମକୁଥିବା ଜିନିଷ ଦେଖିଥିଲେ। ଏହା ଏଲିଏନ ନା ଆଉ କଣ ତାହା ଜାଣିପାରି ନଥିଲେ। ତେବେ ଭାରତକୁ ଫ୍ରାନ୍ସରୁ ୩ଟି ରାଫେଲ ବିମାନ ଆସିଥିବା ବେଳେ ‌ପାଇଲଟଜଣକ ରାଫେଲ ଦେଖିଥିବେ ବୋଲି ସୋସଆଲ ମିଡିଆରେ କିଛି ଲୋକ ମତ ରଖିଛନ୍ତି।

ଟ୍ୱିଟରେ ମଧ୍ୟ ଏହି ଭିଡ଼ିଓ ଜୋରଦାର ଭାଇରାଲ ହେଉଛି। ଅଳ୍ପ ସମୟ ମଧ୍ୟରେ ଏହି ଭିଡ଼ିଓଟି ବହୁ ସଂଖ୍ୟାରେ ଭାଇରାଲ ହୋଇଛି କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହା ପ୍ରକୃତରେ କଣ ତାହା ଜଣାପଡିନାହିଁ। ପ୍ରକୃତରେ ପାଇଲଟ କଣ ଦେଖିଥିଲେ ତାହା ଜାଣିବା ଲାଗି ତଦନ୍ତ କରାଯାଉଥିବା ସୂଚନା ରହିଛି।

You might also like