ନିର୍ବାଚନ ହାରିଗଲା ପରେ ଖାଲିପାଦରେ ଚାଲି ଭୋଟରଙ୍କୁ ଧନ୍ୟବାଦ ଦେଲେ ଏହି ନେତା

ସିରସା: ନିର୍ବାଚନରେ ହାରିବା ପରେ ସାଧାରଣତଃ ନେତାମାନେ ନିଜ ନିର୍ବାଚନ ମଣ୍ଡଳିକୁ ଯିବା ତ ଦୂରର କଥା ମାଟି ସୁଦ୍ଧା ବି ମାଡ଼ନ୍ତି ନାହିଁ। ବାହାଘର ପରେ ବେଦୀ ମୁହଁ ପୋଡ଼ା ଭଳି ନିର୍ବାଚନ ପରେ ନିର୍ବାଚନମଣ୍ଡଳି ଅବସ୍ଥା ବି ଠିକ୍‌ ସେମିତି ହୁଏ। କିନ୍ତୁ ଆମ ନଜରରେ ଏକ ବ୍ୟତିକ୍ରମ ଘଟଣା ପଡ଼ିଛି। ଜଣେ ନେତା ନିର୍ବାଚନ ହାରିବା ପରେ ନିଜ ନିର୍ବାଚନ ମଣ୍ଡଳିକୁ ଯାଇଛନ୍ତି। ଆଉ ଖାଲି ପାଦରେ ଜଣକ ପରେ ଜଣେ କରି ପ୍ରାୟ ସମସ୍ତଙ୍କ ପାଖକୁ ଯାଇ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଆମେ କହୁଛୁ ହରିଆଣାର ସିର୍‌ସା ସିଟ୍‌ରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିବା ଗୋକୁଲ ସେତିୟାଙ୍କ ବିଷୟରେ। ହରିଆଣାର ଦବଙ୍ଗ ନେତା ଗୋପାଲ୍ କାଣ୍ଡାଙ୍କଠାରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ ଗୋକୁଲ୍ ସେତିୟା। କିନ୍ତୁ ତାଙ୍କର ପରାଜୟର ବ୍ୟବଧାନ ଥିଲା ଖୁବ୍‌ କମ୍। ଭୋଟ ଗଣତି ବେଳେ ସେ କାଣ୍ଡାଙ୍କୁ କଡ଼ା ଟକ୍କର ଦେଇଥିଲେ। ହେଲେ ଅନ୍ତିମ ପର୍ଯ୍ୟାୟରେ ମାତ୍ର ୬୦୨ ଭୋଟ୍‌ର ବ୍ୟବଧାନରେ ସେ ହାରିଯାଇଥିଲେ। ଗୋକୁଲ୍‌ଙ୍କୁ ମୋଟ୍ ୪୪,୩୧୩ ଭୋଟ୍‌ ମିଳିଥିଲା।

ତେବେ ଜନତାଙ୍କ ଆଶୀର୍ବାଦ ପାଇଁ ସେ ଗୋପାଳ କାଣ୍ଡାଙ୍କୁ କଡ଼ା ଟକ୍କର ଦେଇପାରିଥିଲେ। ଜନତା ତାଙ୍କୁ ଏତେ ମାତ୍ରାରେ ଭୋଟ ଦେଇଥିବାରୁ ସେ ହାରିକି ବି ଜିତିଛନ୍ତି ବୋଲି ଭାବୁଛନ୍ତି କାଣ୍ଡା। ତେଣୁ ଜନତାଙ୍କର ଏହି ଭଲପାଇବା ପାଇଁ ତାଙ୍କୁ ଧନ୍ୟବାଦ ଦେବାକୁ ସିର୍‌ସା ବଜାରରେ ଖାଲିପାଦରେ ବୁଲିଥିଲେ ଗୋକୁଲ୍ ସେତିୟା। ଓ ସମସ୍ତଙ୍କ ସହ ମିଶି ଧନ୍ୟବାଦ ଦେଇଥିଲେ।

You might also like