ମମତାଙ୍କ ଆଗରେ ‘ଜୟ ଶ୍ରୀରାମ’ କହିବା, ଷଣ୍ଢକୁ ନାଲି କପଡା ଦେଖାଇବା ସହ ସମାନ
ବିଜେପି ନେତାଙ୍କ ଟାର୍ଗେଟରେ ମମତା ବାନାର୍ଜୀ
କୋଲକାତା :ରାମ ନାମ ଶୁଣିଲେ କିଏ ସତରେ ଅପମାନିତ ଅନୁଭବ କରିପାରେ? ଭାରତରେ ଏଭଳି କୌଣସି ଭାବନା ନାହିଁ ଯେଉଁଠି ପ୍ରଭୁ ରାମଙ୍କର ଝଲକ ଅନୁଭୂତ ହୁଏ ନାହିଁ। ଭାରତର ସଂସ୍କୃତି, ପରମ୍ପରା, ଆସ୍ଥା, ବିଶ୍ୱାସ ଓ ଆଦର୍ଶରେ ରାମ ଅଛନ୍ତି । ହେଲେ ଜୟ ଶ୍ରୀରାମ ଶବ୍ଦରେ କାହିଁକି ଚିହିଙ୍କି ଉଠୁଛନ୍ତି ଦିଦି ? ପ୍ରଭୁଙ୍କ ନାମ ଶୁଣି ରାଗିପାଚି ଲାଲ୍ ହୋଇଯାଉଛନ୍ତି । ପୁରୁଷୋତ୍ତମ ରାମଙ୍କ ନା ଶୁଣି ଭାଷଣ ଦେବାକୁ ମନା କରିବା ପରେ ବିଜେପି ନେତାଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାଜୀ । ହରିୟାଣାର ମନ୍ତ୍ରୀ ଅନୀଲ ବିଜ କହିଛନ୍ତି, ଜୟ ଶ୍ରୀରାମ ନାରା ମମତା ବାନାର୍ଜୀଙ୍କୁ ଯାହା, ଷଣ୍ଢକୁ ନାଲି କପଡ଼ା ଦେଖାଇବା ତାହା । ଏହି କାରଣରୁ ଦିଦି ଭିକ୍ଟାରିଆ ମେମୋରିଆଲରେ ଭାଷଣ ଦେବା ପାଇଁ ମନା କରିଦେଇଛନ୍ତି ।
“Jai Shri Ram” to #MamtaBanerjee is like red rag to a bull that is why she stopped her speech at Victoria Memorial today.
— ANIL VIJ MINISTER HARYANA (@anilvijminister) January 23, 2021
ଅନ୍ୟପଟେ ଉତ୍ତର ପ୍ରଦେଶ ସରକାରଙ୍କ ଜଣେ ମନ୍ତ୍ରୀ କହିଛନ୍ତି, ମମତା ବାନାର୍ଜଙ୍କୁ ଏବେ ରାମ ନାମ ଶୁଣିଲେ ଅପମାନିତ ଅନୁଭବ ହେଉଛି। ଶ୍ରୀରାମ ଆମ ସଂସ୍କୃତିର ଆତ୍ମା। ଜୟ ଶ୍ରୀରାମ, ଭାରତ ମାତା କି ଜୟ, ବନ୍ଦେ ମାତରମ ଶୁଣି କେହି ଅପମାନିତ ଅନୁଭବ କରିବା କେତେଦୂର ଯୁକ୍ତିଯୁକ୍ତ । ତେବେ ମମତାଙ୍କ ଏହି ମାନସିକତା ପାଇଁ ପଶ୍ଚିମବଙ୍ଗ ଜନତା କେତେ ଅପମାନିତ ଅନୁଭବ କରୁଥିବେ ବୋଲି ସେ ପ୍ରଶ୍ନ କରିଛନ୍ତି ? ସେହିପରି ମଞ୍ଚରେ ଭାଷଣ ନଦେଇ ମମତା ମହାପୁରୁଷଙ୍କୁ ଅପମାନ କରିଛନ୍ତି ବୋଲି କହିଛନ୍ତି ବିଜେପି ନେତା ଅମିତ ମାଲବୀୟ । ଏପରି କରି ସେ ରବୀନ୍ଦ୍ରନାଥ ଟାଗୋରଙ୍କୁ ଅପମାନ କରିଛନ୍ତି । ଏହାପୂର୍ବରୁ ଟିଏମସିର ନେତାମାନ ନାରାବାଜିକୁ ନେଇ ବିଜପିକୁ ଟାର୍ଗେଟ କରିଥିଲା।
ଗତକାଲି କୋଲକାତାରେ ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀକୁ ଧୁମଧାମରେ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନେତାଜୀଙ୍କ ଜନ୍ମ ଦିନକୁ ଦେଶ ନାୟକ ଦିବସ ରୂପେ ସମ୍ବର୍ଦ୍ଧନା କରି ଏକ ପଦଯାତ୍ରାର ଆୟୋଜନ କରିଥିଲେ। ଶ୍ୟାମ ବଜାରରୁ ରେଡ୍ ରୋଡ୍ ପର୍ଯ୍ୟନ୍ତ ୭ କିମିର ଏହି ପଦଯାତ୍ରାରେ ବହୁ ସଂଖ୍ୟାରେ ଦଳୀୟ କର୍ମୀଙ୍କ ସହ ସାଧାରଣ ଜନତା ସାମିଲ ହୋଇଥିଲେ।
ହେଲ ଭିକ୍ଟୋରିଆ ମେମୋରିଆଲରେ ଆୟୋଜିତ କାର୍ଯ୍ୟକ୍ରମରେ ଜୟଶ୍ରୀରାମ ନାରାବାଜି ହେବାରୁ ରାଗି ଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀର । ରାଗରେ ଭାଷଣ ଦେବାକୁ ମନା କରିଦେଲେ । ତେବେ ବର୍ତ୍ତମାନ ଜୟ ଶୀରାମ ସ୍ଲାଗାନକୁ ନେଇ ଉଭୟ ତୃଣମୂଳ କଂଗ୍ରସ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଛି ।