ହରିଆଣା: ହାରିଗଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ହରିଆଣାରେ ବିଜେପିକୁ ଶକ୍ତ ଝଟକା ଲାଗିଛି। ୨୦୧୪ରୁ କ୍ଷମତାସୀନ ବିଜେପି ସରକାରରେ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାୟିତ୍ୱରେ ଥିବା କ୍ୟାପ୍ଟେନ ଅଭିମନ୍ୟୁ ଚଳିତ ନିର୍ବାଚନରେ ପରାସ୍ତ ହୋଇଛନ୍ତି।

ତାଙ୍କୁ ଦଳ ନାରନାଉଣ୍ଡ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ହେଲେ ସେ ଏଠାରେ ପରାସ୍ତ ହୋଇଛନ୍ତି। କ୍ୟାପ୍ଟେନ ଅଭିମନ୍ୟୁଙ୍କ ବିରୋଧରେ ଏଠାରେ ଦ୍ୟୁଷନ୍ତ ଚୌଟାଲାଙ୍କ ଦଳ ଜେଜେପି ରାମ କୁମାର ଗୌତମଙ୍କୁ ଟିକେଟ୍‌ ଦେଇଥିଲା।

ସେ ପୂର୍ବତନ ବିଜେପି ବିଧାୟକ। ଏଠାରେ ଜୋରଦାର ଟକ୍କର ହେବ ବୋଲି ସମସ୍ତେ କହିଥିଲେ। ଭୋଟ ଗଣତି ବେଳେ ମଧ୍ୟ ଏମିତି ଟ୍ରେଣ୍ଡ ଦେଖିବାକୁ ମିଳିଥିଲା। ତେବେ ଶେଷରେ ରାମ କୁମାର ହିଁ ବିଜୟ ଲାଭ କରିଛନ୍ତି।

You might also like